34.1 C
Bhubaneswar
Wednesday, May 1, 2024
Homeଓଡିଶାପାଉଁଶ ଗୁଣ୍ଡରେ ଅତିଷ୍ଠ ଅଞ୍ଚଳବାସୀ

ପାଉଁଶ ଗୁଣ୍ଡରେ ଅତିଷ୍ଠ ଅଞ୍ଚଳବାସୀ

ଅନୁଗୋଳ : ପାଉଁଶ ଗୁଣ୍ଡରେ କଣିହାଁ ଅଞ୍ଚଳବାସୀ ଅତିଷ୍ଠ ହୋଇପଡ଼ିଲେଣି । ୫ ଦଫା ଦାବି ନେଇ ତ୍ରିପାକ୍ଷିକ ବୈଠକରେ ଏନ୍‌ଟିପିସି, ପ୍ରଶାସନ ଓ ସ୍ଥାନୀୟ ପୁଲିସ ମୁଖଙ୍କ ଉପସ୍ଥିତିରେ ସମାଧାନର ପ୍ରତିଶ୍ରୁତି ମିଳିଥିଲା । ଇତିମଧ୍ୟରେ ୧୫ ମାସ ବିତିଲାଣି । ହେଲେ ସମସ୍ୟାର ସମାଧାନ ହୋଇନଥିବା ଅଭିଯୋଗ ହୋଇଛି । ଏନେଇ କଣିହାଁ ପ୍ରେସ୍‌କ୍ଲବ୍ ପକ୍ଷରୁ ବୁଧବାର ଅପରାହ୍ନ ସାଢ଼େ ୪ଟାରେ ସ୍ଥାନୀୟ ତହସିଲ୍‌ଦାର ପତିତପାବନ ଦେବତାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ପାଉଁଶ ପରିବହନ ପାଇଁ ଭୋଲକର ଗାଡି ବ୍ୟବହାର କରିବା, ପାଉଁଶ ଗାଡି ଚଳାଚଳ କରୁଥିବା ରାସ୍ତାରେ ପାଣି ପକାଇବା, ପରିବହନ ଗାଡ଼ିଗୁଡିକ ଆବଶ୍ୟକୀୟ ଦୂରତା ଅବଲମ୍ବନ କରିବା, ପ୍ରେସ୍‌କ୍ଲବ୍ ସମ୍ମୁଖ ଅଣ ଓସାରିଆ ରାସ୍ତା ହେତୁ ରାସ୍ତାରେ ପାର୍କି୍‌ଂ, ସ୍ପିଡ କମ୍ ଓ ବ୍ଲକ୍ ଅଞ୍ଚଳର ବିଭିନ୍ନ ଗାଁ ଗଣ୍ଡା, ରାସ୍ତା ଘାଟରେ ବେଆଇନ ପାଉଁସ ଗଦା ବନ୍ଦ ଆଦି ୫ ଦଫା ଦାବି ନେଇ ଗତ ୩୧ା୧୨ା୨୦୨୦ରେ ଅବଗତ କରାଯାଇଥିଲା । ପରବର୍ତ୍ତୀ ସମୟରେ ସ୍ଥାନୀୟ ତହସିଲ୍‌ଦାର ଶ୍ରୀ ଦେବତାଙ୍କ ଅଧ୍ୟକ୍ଷତାରେ କଣିହାଁ ଥାନାରେ ଏକ ତ୍ରିପାକ୍ଷିକ ସମାଧାନୀ ବୈଠକ ବସିଥିଲା । ବୈଠକରେ ଏନଟିପିସି କର୍ତ୍ତୃପକ୍ଷ, ପ୍ରାକ୍ତନ କଣିହାଁ ଆଇଆଇସି ଓ କ୍ଲବ୍‌ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ବୈଠକ ପରେ କଣିହାଁ ପ୍ରେସ୍ କ୍ଲବ୍ ପରିସରକୁ ପୁଲିସ, ପ୍ରଶାସନ ଓ ଏନଟିପିସି କର୍ତ୍ତୃପକ୍ଷ ପରିଦର୍ଶନ କରିଥିଲେ ।

ପରିବହନ ସଂସ୍ଥା ବେଆଇନଭାବେ ଗ୍ରାମଞ୍ଚଳରେ ପାଉଁଶ ଗଦା କରୁଥିବା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ପ୍ରତିଶ୍ରୁତି ମିଳିଥିଲା । କିନ୍ତୁ ଏଯାବତ୍ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଏହି ସମସ୍ତ ଦାବୀର ସ୍ଥାୟୀ ପ୍ରତିକାର ନକରାଗଲେ ୪ ଏପ୍ରିଲ୍‌ଠାରୁ କ୍ଲବ୍ ସଦସ୍ୟ ତହସିଲ ଅଫିସ୍‌ଠାରେ ଧାରଣାଦେବେ ବୋଲି ଚେତାବନୀ ଦେଇଛନ୍ତି । ବ୍ଲକ୍‌ର ଡେରେଙ୍ଗସ୍ଥିତ ଏନ୍‌ଟିପିସି ପାଉଁଶ ପୋଖରୀରୁ ଟ୍ରକ୍ ଯୋଗେ କଣିହାଁ ପ୍ରେସ୍ କ୍ଲବ୍ ସମ୍ମୁଖ ରାସ୍ତା ଦେଇ ହଜାର ହଜାର ପାଉଁଶ ଗାଡି ଚଳାଚଳ କରିବା ଫଳରେ ପ୍ରେସ୍ କ୍ଲବ୍ ଅଗଣା ଓ ଘର ଭିତରେ ପାଉଁଶ ଗୁଣ୍ଡ ପଡୁଛି । କ୍ଲବ୍ ସମ୍ମୁଖ ରାସ୍ତାଠାରୁ ଟୋଲେକବେଡା ଛକ ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ ଜନବସତି ରହିଛି । ଉକ୍ତ ରାସ୍ତାଟି ଟୋଲେକବେଡା, ସାରଥୀପାଳ, କଣିହାଁ, ପଥରମୁଣ୍ଡା, ଟାକୁଆ ଗ୍ରାମକୁ ଚଳାଚଳ ପାଇଁ ଏହା ଏକମାତ୍ର ରାସ୍ତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking