29.1 C
Bhubaneswar
Wednesday, May 22, 2024
Homeଓଡିଶାକମରଡ଼ାରେ ନିର୍ବାଚନ ପରବର୍ତ୍ତୀ ହିଂସା : ୱାର୍ଡସଭ୍ୟାଙ୍କ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ

କମରଡ଼ାରେ ନିର୍ବାଚନ ପରବର୍ତ୍ତୀ ହିଂସା : ୱାର୍ଡସଭ୍ୟାଙ୍କ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ

ଗଞ୍ଜାମ : ଦିଗପହଣ୍ଡି ବ୍ଳକ୍ କୁମରଡା ଗ୍ରାମରେ ଆଜି ନିର୍ବାଚନ ପରବର୍ତ୍ତୀ ହିଂସା ଦେଖାଦେଇଛି । ଗ୍ରାମର ୱାର୍ଡ ସଭ୍ୟା ମମତା ପ୍ରଧାନଙ୍କ ସ୍ୱାମୀ ରବିନ୍ଦ୍ର ପ୍ରଧାନଙ୍କୁ ଗାଁ ମଝିରେ ମରଣାନ୍ତକ ଆକ୍ରମଣ ହୋଇଛି । ଗ୍ରାମର ଚାରିଜଣ ଯୁବକ ସଂଘବଦ୍ଧ ହୋଇ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି । ତାଙ୍କ ମୁଣ୍ଡକୁ କାତି ଚୋଟ ସହିତ ବାମ ଗୋଡ ଓ ହାତକୁ ଭାଙ୍ଗି ଦେଇଛନ୍ତି । ଗାଁ ମଝିରେ ଏଭଳି ରକ୍ତାକ୍ତ ଆକ୍ରମଣ ଦେଖି ଲୋକେ ଆତଙ୍କିତ ହୋଇଛନ୍ତି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ବମକେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲ୍ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଆଜି ସକାଳ ୭ଟାରେ ରବିନ୍ଦ୍ର ନିକଟସ୍ଥ ପୋଖରୀରେ ଗାଧୋଇ ଘରକୁ ଫେରୁଥିବା ବେଳେ ପୂର୍ବଯୋଜନା ପ୍ରକାରେ ଗାଁ ମଝିରେ ଅତର୍କିତ ଆକ୍ରମଣ କରାଯାଇଥିବା ନେଇ ରବିନ୍ଦ୍ରଙ୍କ ସ୍ତ୍ରୀ ମମତା ପ୍ରଧାନ କେ. ନୂଆଗାଁ ଥାନାରେ ଏତଲାରେ ଦର୍ଶାଇଛନ୍ତି । କେବଳ ଏତିକି ନୁହେଁ ତାଙ୍କ ପୂଅ ଓମ୍ ପ୍ରଧାନଙ୍କୁ ମଧ୍ୟ ଗତମାସ ୧୩ ତାରିଖରେ ଆକ୍ରମଣ ହୋଇଥିଲା । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବମକେଇ ପଞ୍ଚାୟତର ୭ ନଂ ୱାର୍ଡର ରବିନ୍ଦ୍ରଙ୍କ ସ୍ତ୍ରୀ ମମତା ୱାର୍ଡ ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ । ତା’ପରଠାରୁ ତାଙ୍କ ପ୍ରତିଦ୍ୱନ୍ଦି ଗୋଷ୍ଠୀଙ୍କ ମଧ୍ୟରେ ରାଜନୈତିକ ଆକ୍ରୋଶ ବୃଦ୍ଧି ପାଇଥିଲା । ତାହା ଆଜି ପ୍ରତିଫଳିତ ହୋଇଥିବା ମିଳିଥିବା ସୂଚନାରୁ ଜଣାପଡିଛି । ଘଟଣା ସମ୍ପର୍କରେ ଚିକିଟି ଏସ୍‌ଡିପିଓ କୃଷ୍ଣଚନ୍ଦ୍ର ଭାତ୍ରାଙ୍କ ସହ ଯୋଗାଯୋଗ କରିବାରୁ ଘଟଣାର ତଦନ୍ତ ସହ ମାମଲା ରୁଜୁ ହେବ ବୋଲି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking