38.1 C
Bhubaneswar
Friday, April 26, 2024
Homeଓଡିଶାନମ୍ବର ପ୍ଲେଟ ମହଲତ ମାସେ ବଢିଲା

ନମ୍ବର ପ୍ଲେଟ ମହଲତ ମାସେ ବଢିଲା

ଭୁବନେଶ୍ୱର : ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମହଲତ ମାସେ ବଢିଲା । ଆଜି ସରୁଥିବା ଡେଡଲାଇନ ଅକ୍ଟୋବର ୩୧ ଯାଏଁ ବଢିଲା । ଅବଧି ବୃଦ୍ଧି ନେଇ ରାଜ୍ୟ ଏସଟିଏ ପକ୍ଷରୁ ବିଜ୍ଞପ୍ତି ଜାରି ।୧,୨,୩,୪ ରେ ସରୁଥିବା ନମ୍ବର ପାଇଁ ଶେଷ ତାରିଖ ଅକ୍ଟୋବର ୩୧ ।ଶେଷ ଅଙ୍କ ୫ ଓ ୬ ପାଇଁ ଡେଡଲାଇନ ନଭେମ୍ବର ୩୦ । ୭ ଓ ୮ ରେ ଶେଷ ହେଉଥିବା ନମ୍ବର ପାଇଁ ଡିସେମ୍ବର ୩୧ ଶେଷ ଦିନ । ୯ ଓ ୧୦ ଅଙ୍କ ଥିବା ନମ୍ବର ପାଇଁ ଜାନୁଆରୀ ୩୧ ଡେଡଲାଇନ ।
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଡେଡଲାଇନକୁ ନେଇ ରାଜ୍ୟରେ ପ୍ରତିକ୍ରିୟା ଦେଖାଦେଇଥିଲା । ଏହାକୁ ନେଇ ହାଇକୋର୍ଟରେ ପିଟିସନ୍ ଦାଖଲ ହୋଇଥିଲା । ବ୍ୟବସ୍ଥା ନଥାଇ ଡେଡଲାଇନ୍କୁ ନାପସନ୍ଦ କରିଥିଲେ ଉଚ୍ଚ ନ୍ୟାୟାଳୟ । ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନଲାଇନ୍ ବୁକିଂ ବ୍ୟବସ୍ଥା ନାହିଁ । ଏଚଏସଆରପି ରେ ବୁକ୍ କରିବା ସମ୍ଭବ ହେଉ ନାହିଁ । କଣ ବିକଳ୍ପ ବ୍ୟବସ୍ଥା କରାଯିବ ସେନେଇ ହାଇକୋର୍ଟଙ୍କୁ ଅବଗତ କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking