38.1 C
Bhubaneswar
Friday, April 26, 2024
Homeଓଡିଶାଗଞ୍ଜାମ ଜିଲ୍ଲା ଇପିଏଫ ପେନସନର୍ସ ସଙ୍ଘ ପକ୍ଷରୁ ଦାବି ପତ୍ର

ଗଞ୍ଜାମ ଜିଲ୍ଲା ଇପିଏଫ ପେନସନର୍ସ ସଙ୍ଘ ପକ୍ଷରୁ ଦାବି ପତ୍ର

ଗଞ୍ଜାମ: ଆଜି ଗଞ୍ଜାମ ଜିଲ୍ଲା ଇପିଏଫ ପେନସନ ସଙ୍ଘ ତରଫରୁ ଆରଡିସି ଙ୍କ ଜରିଆରେ ଏକ ସ୍ମାରକ ପତ୍ର ମାନ୍ୟବାର ପ୍ରଧାନମନ୍ତ୍ରୀ ଙ୍କୁ ସର୍ବନିମ୍ନ ପେନସନ ବୃଦ୍ଧି ନିମନ୍ତେ ପ୍ରଦାନ କରାଯାଇଛି ଏବଂ ଏଥିସହ ମାନ୍ୟବାର ବ୍ରହ୍ମପୁର ସଂସଦଙ୍କୁ ମଧ୍ୟ୍ୟ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଛି । ବର୍ତ୍ତମାନ ବହୁ କର୍ମଚାରୀ ସର୍ବନିମ୍ନ ୩୦୦ ରୁ ସର୍ବାଧିକ ୩୦୦୦ ହଜାର ଟଙ୍କା ପେନସନ ପାଉଥିବା ସ୍ଥଳେ ପୁରା ଓଡ଼ିଶାର ୧,୬୨,୦୦୦ ହଜାର କର୍ମଚାରୀ ଏହି ସ୍ୱଳ୍ପ ପେନସନ ଟଙ୍କାରେ ଚଳିବା କଷ୍ଟକର ହେଉଛି । ଏହା ମଧ୍ୟରେ  ଗଞ୍ଜାମ ଜିଲ୍ଲାର ମଧ୍ୟ୍ୟ ୨୩,୦୦୦ କର୍ମଚାରୀ ଅଛନ୍ତି ।
ମାନ୍ୟବାର କେରଳ ହାଇକୋର୍ଟ ଓ ମାଡ୍ରାସ ହାଇକୋର୍ଟ ସର୍ବନିମ୍ନ ପେନସନ ବଢାଇବାକୁ କହିଥିଲେ ମଧ୍ୟ୍ୟ ଇପିଏଫ ଅଫିସ ତରଫରୁ ମାନ୍ୟବାର ସୁପ୍ରିମକୋର୍ଟରେ ଏକରି ରିଭ୍ୟୁ ପିଟିସନ ଦାଖଲ କରି ଏହାକୁ ସ୍ଥଗିତ ରଖିଛନ୍ତି।କିନ୍ତୁ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା କର୍ପୋରେଟ କର୍ମଚାରୀ ମାନେ ସର୍ବନିମ୍ନ ପେନସନ ୯,୦୦୦ ହଜାର ଟଙ୍କା ପାଉଥିବା ସ୍ଥଳେ ରାଜ୍ୟ ସରକାର ଙ୍କ କର୍ପୋରେଟ କର୍ମଚାରୀ ମାନେ ମାତ୍ର ୩୦୦ ଟଙ୍କା ପାଉଥିବା ହେତୁ ଏହାର ତୁରନ୍ତ ସମାଧାନ ନିମନ୍ତେ ଆଜି ମାନ୍ୟବାର ପ୍ରଧାନମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିବା ସଙ୍ଘ ସଭାପତି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking