34.1 C
Bhubaneswar
Friday, March 29, 2024
Homeଓଡିଶାଏହି କାରଣ ପାଇଁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ୨ ଦିନ ବନ୍ଦ

ଏହି କାରଣ ପାଇଁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ୨ ଦିନ ବନ୍ଦ

ଭୁବନେଶ୍ୱର: କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ୨୬ ଓ ୨୭ ତାରିଖରେ ବନ୍ଦ ରହିବ । ଜଣେ କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ କାର୍ଯ୍ୟାଳୟ ଦୁଇ ଦିନ ବନ୍ଦ ରହିବ ବୋଲି ସୂଚନା ମିଳିଛି । କାର୍ଯ୍ୟାଳୟ ବନ୍ଦ ରଖି ପରିସରକୁ ସାନିଟାଇଜ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ଏନେଇ ଜିଲ୍ଲା ଲୋକ ସଂପର୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ, ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଗ୍ରାସ କରିବାରେ ଲାଗିଛି ଏହି ମହାମାରୀ । ଏଥିସହ ରାଜ୍ୟରେ ଆଜି ୨୭୫୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୭୦୮ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୦୪୪ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪ ହଜାର ୨୩୧ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୨୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୨୩, ବାଲେଶ୍ୱରରୁ ୧୨୯, ବରଗଡରୁ ୨୮, ଭଦ୍ରକରୁ ୫୮, ବଲାଙ୍ଗୀରୁ ୧୪, ବୌଦ୍ଧରୁ ୧୧, କଟକରୁ ୨୪୭, ଦେଓଗଡରୁ ୬, ଢେଙ୍କାନାଳରୁ ୧, ଗଜପତିରୁ ୬୦, ଗଞ୍ଜାମରୁ ୨୧୨, ଜଗତସିଂହପୁରରୁ ୧୦୧, ଯାଜପୁରରୁ ୨୧୭, ଝାରସୁଗୁଡାରୁ ୧୫, କଳାହାଣ୍ଡିରୁ ୧୬, କନ୍ଧମାଳରୁ ୯୫, କେନ୍ଦ୍ରପଡାରୁ ୯୭, କେନ୍ଦୁଝରରୁ ୨୮, କୋରାପୁଟରୁ ୧୭୪, ମାଲାକାନଗିରିରୁ ୧୦୧, ମୟୂରଭଞ୍ଜରୁ ୧୩୭, ନବରଙ୍ଗପୁରରୁ ୨୭, ନୟାଗଡରୁ ୧୦୩, ନୂଆପଡାରୁ ୮, ପୁରୀରୁ ୧୪୪, ରାୟଗଡାରୁ ୧୭୭, ସମ୍ବଲପୁରରୁ ୫୫, ସୋନପୁରରୁ ୧ ଓ ସୁନ୍ଦରଗଡରୁ ୪୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking