28.1 C
Bhubaneswar
Saturday, April 27, 2024
Homeଓଡିଶାଲୁଟେରା ଗ୍ୟାଙ୍ଗ୍‌ର ୧୧ କୋର୍ଟଚାଲାଣ

ଲୁଟେରା ଗ୍ୟାଙ୍ଗ୍‌ର ୧୧ କୋର୍ଟଚାଲାଣ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଓ ରାଜକନିକା ଥାନା ଅଞ୍ଚଳରେ ଗତ ଦୁଇମାସ ହେବ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇ ଗୋଟିଏ ପରେ ଗୋଟିଏ ଡକାୟତି କରିଚାଲିଛନ୍ତି । ଏହି ଲୁଟେରା ଗ୍ୟାଙ୍ଗକୁ ଆଳି ଓ ରାଜକନିକା ଥାନା ପୁଲିସ ଜିଲ୍ଲା ପୁଲିସର ମିଳିତ ଉଦ୍ୟମରେ ଗିରଫ କରିବାରେ ସକ୍ଷମ ହୋଇଛି । ଏସ୍‌ପି ସନ୍ଦୀପ ସମ୍ପଦ ମଦକର ମଙ୍ଗଳବାର ପୂର୍ବାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ଚୋରି ଘଟଣାରେ ସମ୍ପୃକ୍ତ ୧୧ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରାଯାଇଥିବା ସୂଚନା ଦେଇଛନ୍ତି । ଏସ୍‌ପି ସୂଚନା ଦେଇ କହିଛନ୍ତି ଯେ, ଗତ ୮ ତାରିଖ ରାତିରେ ଆଳି ଥାନା ଅନ୍ତର୍ଗତ ବଡ଼ଆଙ୍କୋ ଗ୍ରାମର ସାଧୁଚରଣ ମହାଳିକଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ଡକାୟତି କରିବା ସହ ସାଧୁଚରଣ ଓ ତାଙ୍କ ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ କରି ଚାଲି ଯାଇଥିଲେ । ଏପ୍ରିଲ ୩୦ ତାରିଖ ରାତିରେ ରାଜକନିକା ଥାନା ଅଞ୍ଚଳର ଭାମଣ୍ଡା ଗ୍ରାମର ମିନତି ମଳିକଙ୍କ ଘରେ ପଶି ୮୦ ହଜାର ଟଙ୍କା ଓ ଅଳଙ୍କାର ଲୁଟି ନେଇ ପୁଲିସ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ।

ଉଭୟ ଥାନା ଅଭିଯୋଗକୁ ଭିତ୍ତି କରି ଜିଲ୍ଲା ପୁଲିସ ସହାୟତାରେ ଅନୁସନ୍ଧାନ ଆରମ୍ଭ କରିଥିଲା । କେନ୍ଦ୍ରାପଡ଼ା ଏସପି, ପଟ୍ଟାମୁଣ୍ଡାଇ ଏସଡିପିଓ ସନ୍ଧ୍ୟାରାଣୀ ବେହୁରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଳି ଆଇଆଇସି ଦିଲ୍ଲୀପ ସାହୁ ଓ ରାଜକନିକା ଆଇଆଇସି ବିଲ୍ୱମଙ୍ଗଳ ସେଠୀଙ୍କ ସହିତ ଥାନାର ସ୍ୱତନ୍ତ୍ର ଟିମ ଅନୁସନ୍ଧାନ ଜାରି ରଖି ଦୁଇଟି ଚୋରିରେ ସମ୍ପୃକ୍ତ ଥିବା ୧୧ ଜଣଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଛନ୍ତି । ଏହି ଘଟଣାରେ ଆଳି ଥାନା କେସ୍ ନଂ ୧୬୪/୨୨ ଓ ରାଜକନିକା ଥାନା ପକ୍ଷରୁ କେସ୍ ନଂ. ୧୩୬/୨୨ରେ ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତମାନେ ବଡଆଙ୍କୋ ଗ୍ରାମର ଦୀପକ ମଳିକ, ପଦିନିପାଳର ସନ୍ତୋଷ ରାୟ, ନିଆଳର ଶ୍ରୀଧର ସିଂ, ବଡଆଙ୍କୋର ପ୍ରଶାନ୍ତ ମଳିକ,ଏକମାଣିଆର କାର୍ତ୍ତିକ ମଳିକ ଥିବାବେଳେ ଚୋରୀ ସାମଗ୍ରୀ କିଣିବା ଘଟଣାରେ ଗୌଡ଼ପାଟଣାର ତପନ ସାହୁ, ବିଲିକଣାର ସର୍ବେଶ୍ୱର ସାହୁ, ବାଲେଶ୍ୱର ଜିଲ୍ଲା ଖଇରା ଥାନାର ଜୋଡଗଡିଆ ଗାଁ ର ରବିନ୍ଦ୍ର ନାୟକ, ଖଣ୍ଟପଡାଥାନା ଅନ୍ତର୍ଗତ କୋଶବଜାୟପୁରର ସବିତା ଦାସ, ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ସଏଦପୁର ଗ୍ରାମର ମନୋଜ କୁମାର ପୋଥାଳ, ସଏଦପୁର ଆଖୁନମହଲା ଗ୍ରାମର ରାମିଜ ରାଜା ଖାଁ ।

ଡକାୟତମାନଙ୍କ ନିକଟରୁ ୨ ଲକ୍ଷ ୪୧ ହଜାର ୫୫୫ ଟଙ୍କା ମୂଲ୍ୟର (୫୩.୬୮୦)ଗ୍ରାମର ସୁନା,୧୬୪୮୦ ଟଙ୍କା ମୂଲ୍ୟର (୩୬୮.୩୦୦)ଗ୍ରାମ ରୁପା, ୩ଟି ମୋଟରସାଇକେଲ,୨ ଟି ଛୁରୀ, ଗ୍ୟାସ କଟର, ଲାଇଟ ଗନ, ୬ ଟି ମୋବାଇଲ ସହିତ ନଗଦ ୨୩୮୦୦ ଟଙ୍କା ଜବତ କରାଯାଇଥିବା ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସହକାରୀ ଆରକ୍ଷୀ ଅଧିକ୍ଷକ ହରେଶ ପାଣ୍ଡେ, ପଟାମୁଣ୍ଡାଇ ଏସଡିପିଓ ସନ୍ଧ୍ୟାରାଣୀ ବେହୁରା, ଆଳି ଆଇଆଇ ଦିଲୀପ କୁମାର ସାହୁ, ରାଜକନିକା ଥାନା ଆଇଆଇସି ବିଲ୍ୱମଙ୍ଗର ସେଠୀ ଓ ରାଜନଗର ଆଇଆଇସି ତପନ କୁମାର ନାୟକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking