31.1 C
Bhubaneswar
Friday, March 29, 2024
Homeଖେଳପ୍ରଥମ ଟେଷ୍ଟ୍‌: ତମିମ୍‌ଙ୍କ ଶତକ, ମଜଭୁତ ସ୍ଥିତିରେ ବାଂଲାଦେଶ

ପ୍ରଥମ ଟେଷ୍ଟ୍‌: ତମିମ୍‌ଙ୍କ ଶତକ, ମଜଭୁତ ସ୍ଥିତିରେ ବାଂଲାଦେଶ

ଚଟ୍ଟୋଗ୍ରାମ୍‌: ଓପ୍ନର୍ ତମିମ୍ ଇକ୍‌ବାଲ୍‌ଙ୍କ ୧୦ମ ଟେଷ୍ଟ୍ ଶତକ ସହାୟତାରେ ସ୍ଥାନୀୟ ଜହୁର ଅହମ୍ମଦ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ୍ ମ୍ୟାଚ୍‌ର ତୃତୀୟ ଦିନ ଖେଳ ଶେଷ ବେଳକୁ ଘରୋଇ ବାଂଲାଦେଶ ୩ ୱିକେଟ୍ ବିନିମୟରେ ୩୧୮ ରନ୍ କରି ଶ୍ରୀଲଙ୍କା ବିପକ୍ଷରେ ସ୍ଥିତି ମଜଭୁତ କରିଛି । ଷ୍ଟମ୍ପ୍ ଅପସାରଣ ବେଳକୁ ମୁଶଫିକୁର୍ ରହମନ୍ ୫୩ ଓ ଲିଟନ୍ ଦାସ ୫୪ ରନ୍‌ରେ ବ୍ୟାଟିଂ କରୁଥିଲେ । ଉଭୟଙ୍କ ମଧ୍ୟରେ ୯୮ ରନ୍‌ର ପାର୍ଟନରଶିପ୍ ହୋଇଥିଲା । ତମିମ୍ ୨୧୭ ବଲ୍‌ରେ ୧୩୩ ରନ୍ କରିଥିବା ବେଳେ ରିଟାୟର୍ଡ ହର୍ଟ ହୋଇ ପ୍ୟାଭିଲିଅନ୍ ଫେରିଥିଲେ । ତାଙ୍କର ଏହି ସ୍କୋର୍‌ରେ ୧୫ଟି ଚୌକା ସାମିଲ ଥିଲା ।

ଏହା ପୂର୍ବରୁ ଭ୍ରମଣକାରୀ ଶ୍ରୀଲଙ୍କା ୩୯୭ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା । ଆଞ୍ଜେଲୋ ମାଥ୍ୟୁଜ୍ ୧୯୯ ରନ୍ କରିଥିଲେ । ତୃତୀୟ ଦିନ ବାଂଲାଦେଶ ଅସମାପ୍ତ ପ୍ରଥମ ଇନିଂସ୍ ୭୬/୦ରୁ ଆରମ୍ଭ କରିଥିବା ବେଳେ ତମିମ୍ ଶ୍ରୀଲଙ୍କା ବୋଲର୍‌ଙ୍କ ବିପକ୍ଷରେ ଅଧିକ ଆକ୍ରମଣାତ୍ମକ ହୋଇପଡ଼ିଥିଲେ । ସେ ବିଶ୍ୱଳ ଫର୍ଣ୍ଣାଣ୍ଡୋଙ୍କ ପ୍ରଥମ ଦୁଇଟି ବଲ୍‌ରେ ଲଗାତାର ଚୌକା ଲଗାଇଥିଲେ । ପ୍ରଥମ ୱିକେଟ୍ ପାଇଁ ସେ ମହମ୍ମଦୁଲ୍ ହସନ୍ ରୟଙ୍କ ସହ ୧୬୨ ରନ୍ ଉଠାଇଥିଲେ । ତେବେ ମହମୁଦୁଲ୍ ହସନ୍ ଜୟ (୫୮)ଙ୍କୁ ଆଉଟ୍ କରି ଅସିଥା ଫର୍ଣ୍ଣାଣ୍ଡୋ ଏହି ଯୋଡ଼ି ଭାଙ୍ଗିଥିଲେ । ଏହାପରେ ନଜମୁଲ୍ ହୋସେନ୍ ସାଣ୍ଟୋ (୧) ଓ ଅଧିନାୟକ ମୋମିନୁଲ୍ ହକ୍ (୨) ଶସ୍ତାରେ ଆଉଟ୍ ହୋଇଥିଲେ । ଦୁହିଁଙ୍କ ୱିକେଟ୍ କାସୁନ୍ ରଜିତାଙ୍କୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking