28.1 C
Bhubaneswar
Saturday, April 27, 2024
Homeଓଡିଶାଦନ୍ତା ହାତୀକୁ ଧରିବା ପାଇଁ ରାସ୍ତାରୋକ

ଦନ୍ତା ହାତୀକୁ ଧରିବା ପାଇଁ ରାସ୍ତାରୋକ

ଯାଜପୁର : ଦନ୍ତାହାତୀ ଉପଦ୍ରବକୁ ନେଇ ଯାଜପୁର ଦାନଗଦିରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ ଯାହା ଏବେ ପ୍ରତ୍ୟାହୃତ ହୋଇଛି। ନରହନ୍ତା ହାତୀକୁ ଧରିବା ଦାବିରେ ସ୍ଥାନୀୟ ଲୋକେ ଆଜି ସକାଳେ ରାସ୍ତାକୁ ଓହ୍ଲାଇଥିଲେ। ଦାନଗଦି ମିଲିଟାରି ଛକ ଓ ମାନପୁର ପାଖରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିବା ସହ ଦୀର୍ଘ ସମୟ ଧରି ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ୍ ମୁତୟନ କରାଯିବା ସହ ଘଟଣାସ୍ଥଳରେ କଳିଙ୍ଗନଗରର ଆଡିସନାଲ ଏସ୍‌ପି ରାଜକିଶୋର ଦୋରା ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ଆଜି ସନ୍ଧ୍ୟା ସୁଦ୍ଧା ବନ ବିଭାଗ ଟିମ୍ ଟ୍ରାଙ୍କୁଲାଇଜ୍ କରି ହାତୀକୁ ଧରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ ପ୍ରତ୍ୟାହାର କରିଥିଲେ । ଚାରିଦିନ ହେଲା ଦନ୍ତାହାତୀ ଉପଦ୍ରବ କରିବା ସହ ସପ୍ତାହକ ମଧ୍ୟରେ ହାତୀ ଆକ୍ରମଣରେ ଯାଜପୁର ଜିଲ୍ଲାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ସହ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking