29.1 C
Bhubaneswar
Thursday, April 25, 2024
Homeଓଡିଶାଧାନ ବିକି ନ ପାରିବାରୁ କୋହ ଧରି କାନ୍ଦିଲେ କଳାହାଣ୍ଡି ଚାଷୀ

ଧାନ ବିକି ନ ପାରିବାରୁ କୋହ ଧରି କାନ୍ଦିଲେ କଳାହାଣ୍ଡି ଚାଷୀ

କଳାହାଣ୍ଡି  : କୃଷକ କୁ ଭାରତ ବିକାଶର ମେରୁଦଣ୍ଡ ବୋଲି କୁହାଯାଉ ଥିବା ବେଳେ କୃଷକ ନିଜର ଧାନ ବିକିବା ପାଇଁ ମଣ୍ଡିରେ କାନ୍ଦୁଥିବାର ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ମଣ୍ଡିରେ । ଗୋଲାମୁଣ୍ଡା ବ୍ଳକ ଉଡେଶୃଙ୍ଗ ଗ୍ରାମର ଚାଷୀ ପୂର୍ଣଚନ୍ଦ୍ର ଅଘରିଆ ଗତ ୧ ତାରିଖରେ ଧାନ ବିକିବା ପାଇଁ ଗୋଲାମୁଣ୍ଡା ମଣ୍ଡିକୁ ନିଜର କଷ୍ଟ ଉପାର୍ଜିତ ଧାନ ନେଇ ଯାଇଥିଲେ । କିନ୍ତି ତାଙ୍କୁ ମିଳିଥିବା ଟୋକନ କଟି ଯାଇଥିବା କହି ସଂପୃକ୍ତ ମଣ୍ଡିରୁ ତାଙ୍କର ଧାନ ଉଠି ପାରୁ ନଥିବାରୁ ଆଜି ପର୍ୟ୍ଯନ୍ତ ଦୀର୍ଘ ୨୫ ଦିନ ହେଲା ମଣ୍ଡି ମଧ୍ୟରେ ଶୀତ କାକରରେ ଜଗି ରହିଛନ୍ତି ଧାନକୁ । ଗତକାଲି ସନ୍ଧ୍ୟାରେ ଅନ୍ୟ ଚାଷୀଙ୍କ ଧାନ ଉଠି ଥିବାବେଳେ ତାଙ୍କର ଧାନ ଉଠିବାରୁ ପୂର୍ଣଚନ୍ଦ୍ର ମଣ୍ଡି ମଧ୍ୟରେ କୋହ ଧରି କାନ୍ଦୁ ଥିବାର ଦେଖିବାକୁ ମିଳି ଥିଲା । ଖାଲି ପୂର୍ଣଚନ୍ଦ୍ର ନୁହେଁ ଏପରି ଅନେକ ଚାଷୀଙ୍କ ଧାନ ମଣ୍ଡିରେ ପଡି ରହିଥିବା ବେଳେ ଟୋକନ କଟି ଯାଇଥିବାରୁ ତାଙ୍କର ଧାନ ଉଠି ପାରୁନ ଥିବା ଅଭିଯୋଗ ହୋଇଛି । ଗୋଲାମୁଣ୍ଡା ମଣ୍ଡିରେ ଚାଷୀଙ୍କ ଦୁଃଖ ବୁଝିବାକୁ କେହି ନଥିବା ବେଳେ ଚାଷୀ ନିଜ ଧାନକୁ ଶୀତ କାକରରେ ଜଗି ରହିବା ହିଁ ସାର ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking