30.1 C
Bhubaneswar
Saturday, April 27, 2024
Homeଓଡିଶାସରକାରୀ ସହାୟତା ପାଇବାରୁ ବଞ୍ଚିତ ବୃଦ୍ଧା

ସରକାରୀ ସହାୟତା ପାଇବାରୁ ବଞ୍ଚିତ ବୃଦ୍ଧା

ଢେଙ୍କାନାଳ : ରାଜ୍ୟ ସରକାର ଗରିବ କଲ୍ୟାଣ ଯୋଜନାରେ ଅସହାୟ ଲୋକ ମାନଙ୍କୁ ଅବାସ ଯୋଜନା ଘର ଯୋଗାଇ ଦେଉଛନ୍ତି । ମାତ୍ର ଏହି ଯୋଜନା ଏବେ ଅନେକ ଗରିବ ଅସହାୟ ଲୋକଙ୍କ ପାଇଁ ସାତ ସପନ ପାଲଟିଯାଉଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି କଙ୍କଡାହାଡ ବ୍ଲକ୍ କୁଟୁରିଆ ଗ୍ରାମରେ । ମିଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ୍ କୁଟୁରିଆ ଗ୍ରାମରେ ବାସ କରନ୍ତି ଅସହାୟ ବୃଦ୍ଧା ପାଟ ସାହୁ । ସେ ଜଣେ ଅସହାୟ ବିଧବା ମହିଳା । ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ବହୁ କଷ୍ଟରେ ଜୀବନ ବିତାଉଛନ୍ତି । ମାତ୍ର ଘର ଖଣ୍ଡିଏ ନଥିବାରୁ ଭଙ୍ଗା ବରଡା ଛପର ଘରେ ପାଣି କାଦୁଅରେ ଦିନ କାଟୁଛନ୍ତି । ଘରଟି ଝାଟିମାଟିରେ ତିଆରି କରିଥିବାରୁ ଅତ୍ୟଧିକ ବର୍ଷା ହେଲେ କାନ୍ଥ ପାଣିରେ ଭିଜି ଯାଉଛି । ଏଭଳି ପରିସ୍ଥିତିରେ ରହି ମଧ୍ୟ ସରକାରଙ୍କ ନିକଟରେ ଆବାସ ଯୋଜନାରେ ଘରଟିଏ ପାଇଁ ଆବେଦନ କଲେ ମଧ୍ୟ କେହି ଶୁଣୁନଥିବା ନେଇ କ୍ଷ୍ୟୋଭ ପ୍ରକାଶ କରିଛନ୍ତି । ତେଣୁ ତାଙ୍କୁ ଏହି ପରିଣତ ବୟସରେ ଆବାସ ଯୋଜନାରେ ଘରଟିଏ ପ୍ରଦାନ କରିବା ବିଭିନ୍ନ ସରକାରୀ ସହାୟତା ପ୍ରଦାନ କରିବାକୁ ସେ ଗୁହାରୀ କରିଛନ୍ତି ।

 

ପରିଣତ ବୟସରେ ବି ମିଳୁନି ବାର୍ଦ୍ଧକ୍ୟ ଭତ୍ତା

ଢେଙ୍କାନାଳ : ଅପରାହ୍ନ ବୟସରେ ବୃଦ୍ଧବୃଦ୍ଧାଙ୍କ ନିମନ୍ତେ ରାଜ୍ୟ ସରକାର ବାର୍ଦ୍ଧକ୍ୟ ଭତାର ପ୍ରଚଳନ କରିଛନ୍ତି । ମାତ୍ର ଦୁଃଖର ବିଷୟ ଭତା ପାଇବା ପାଇଁ ଯୋଗ୍ୟ ଥାଇ ମଧ୍ୟ ଭତା ପାଇବାରୁ ବଚିଂତ ହୋଇଛନ୍ତି ଓଡାପଡା ବ୍ଲକ୍‌ର ସୁଷମା ସାହୁ ।
ମିଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ କୁଶୁପଙ୍ଗା ପଂଚାୟତ ଅସନବଣି କଲୋନି ସାହିର ସୁଷମା ସାହୁ (୬୬ ବର୍ଷ) । ସୁଷମାଙ୍କ କହିବାନୁସାରେ ସେ ଭତା ପାଇବା ପାଇଁ ବାରମ୍ବାର ଆବେଦନ କରିଆସୁଛନ୍ତି । ତଥାପି ଅଦ୍ୟାବଧି ତାଙ୍କୁ ଭତା ପ୍ରଦାନ ନହେବା ନେଇ ଦୁଃଖ ପ୍ରକାଶ କରିଛନ୍ତି । ଜମିବାଡି କହିଲେ ତାଙ୍କର କିଛି ନାହିଁ । ମାତ୍ର ତାଙ୍କ ପୁଅମାନେ ଯାହା ଦି ପଇସା ରୋଜଗାର କରିଥାନ୍ତି ସେଥିରେ ପରିବାର ଚାଲିଯାଏ । କିନ୍ତୁ ରୋଗ ବ୍ୟାଧିରେ ପଡିଲେ ପାଖରେ ପଇସାଟିଏ ନଥିବାରୁ ହାତପତାଇବାକୁ ପଡିଥାଏ । ବୟସ ବଢିବା ସାଙ୍ଗକୁ ରୋଗ ତାଙ୍କୁ ଦୁର୍ବଳ କରିଛି । ସରକାରୀ କାର୍ଯ୍ୟାଳୟ ଦୈାଡିବାକୁ ତାଙ୍କ ପାଖରେ ଆଉ ସମ୍ଭବ ହୋଇପାରୁ ନାହିଁ। ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ସହ ତାଙ୍କୁ ଯଥାସମ୍ଭବ ବାର୍ଦ୍ଧକ୍ୟ ଭତା ପ୍ରଦାନ କରିବା ପାଇଁ ସାଧାରଣରେ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking