30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶସଡକ ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୮ ଜୀବନ

ସଡକ ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୮ ଜୀବନ

ନୂଆଦିଲ୍ଲୀ : ହରିୟାଣାର ବାହାଦୂରଗଡର ବାଦଲି-ଗୁରୁଗ୍ରାମ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୮ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଏବଂ ଜଣେ ଶିଶୁ ରହିଛନ୍ତି ଷ ତେବେ ଫାରଖନଗର ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ଦ୍ରୁତ ଗାମୀ ଟ୍ରକ୍ କାରକୁ ପଛରୁ ଧକ୍କା ଦେଇଥିଲା ।

ତେବେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତି ଉତ୍ତରପ୍ରଦେଶର ଫିରୋଜାବାଦ ଜିଲ୍ଲାର ଅନୁପ ନଙ୍ଗଲା ଗାଁର ବାସିନ୍ଦା । ଯେଉଁମାନେ ରାଜସ୍ଥାନର ଗୋଗା ମେଡି ଦର୍ଶନ କରି ଘରକୁ ଫେରୁଥିଲେ । ଦୁର୍ଘଟଣା ସମୟରେ ଗାଡିରେ ୧୧ ଜଣ ଲୋକ ସାମିଲ ଥିଲେ । ଦୀର୍ଘ ୩ ଘଣ୍ଟାର ପରିଶ୍ରମ ପରେ ପୋଲିସ ସମସ୍ତ ମୃତଦେହକୁ ଉଦ୍ଧାର କରିଥିଲା ।

ସେହିପରି ଜଣେ ଶିଶୁର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ଜେଏମପି ରୋଡରେ ଗାଡିଟି ଅଟକି ରହିଥିଲା । ଏହି ସମୟରେ ଜଣେ ମହିଳା ଓ ଡ୍ରାଇଭର ଗାଡିରୁ ଓହ୍ଲାଇ ବାହାରକୁ ଯାଇଥିସେ । ଯାହାଫଳରେ ସେମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking