29.1 C
Bhubaneswar
Friday, May 10, 2024
Homeଦେଶ ବିଦେଶସକାଳୁ ଖାଲି ପେଟରେ ଖାଆନ୍ତୁ ଏହି ସବୁ ଜିନିଷ.....ଦେହ ରହିବ ସୁସ୍ଥ

ସକାଳୁ ଖାଲି ପେଟରେ ଖାଆନ୍ତୁ ଏହି ସବୁ ଜିନିଷ…..ଦେହ ରହିବ ସୁସ୍ଥ

ନୂଆଦିଲ୍ଲୀ: ଆମେ ଯେ କୌଣସି ଜିନିଷ ଖାଉ ତାହାର ସିଧାସଳଖ ପ୍ରଭାବ ଆମ ଶରୀର, ଚର୍ମ ଓ ହଜମ ଶକ୍ତି ଉପରେ ପଡ଼ିଥାଏ । ଦୈନ ଦିନ ଜୀବନରେ ଆମେ ଖାଉଥିବା ଖାଦ୍ୟ ଆମ ଶରୀରର ବିଭିନ୍ନ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ । ଯଦି ଆପଣ ସ୍ବାସ୍ଥ୍ୟଗତ ସମସ୍ୟାରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ଏଥିଲାଗି ସଠିକ ଜୀବନଶୈଳୀ ସହ ଉପଯୁକ୍ତ ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ ଅଟେ । କାରଣ ଉପଯୁକ୍ତ ଖାଦ୍ୟପେୟ ଦ୍ବାରା ଜଟିଳରୁ ଜଟିଳ ରୋଗରୁ ମୁକ୍ତି ମିଳିଥାଏ । ଆଜି ଆମେ ଆପଣଙ୍କୁ ଏପରି ଏକ ବିଶେଷ ଜିନିଷ ବିଷୟରେ କହିବୁ,  ଯାହାକୁ ଖାଇବା ଦ୍ବାରା ଆପଣ ଅନେକ ପ୍ରକାରର ରୋଗରୁ ମୁକ୍ତି ପାଇପାରିବେ ।

ଭୃସଙ୍ଗ ପତ୍ର- ଭାରତୀୟ ରୋଷେଇରେ ଭୃସଙ୍ଗ ପତ୍ର ବହୁଳ ମାତ୍ରାରେ ବ୍ୟବହାର କରାଯାଇଥାଏ । ଏହାକୁ ଯେକୌଣସି ଖାଦ୍ୟରେ ପକାଇବା ଦ୍ବାରା ଏହା ଖାଦ୍ୟର ସ୍ବାଦକୁ ଦ୍ବିଗୁଣିତ କରିଥାଏ । ଏଥିରେ ପ୍ରଚୁର ପରିମାଣର ଫସଫରସ୍, କ୍ୟାଲସିୟମ୍, ଆଇରନ୍, କପର୍, ମ୍ୟାଗ୍ନେସିୟମ୍, ଭିଟାମିନ୍ ପରି ବହୁ ନ୍ୟୁଟ୍ରିଏଣ୍ଟସ ରହିଥାଏ । ଯାହା ଆମ ଶରୀରକୁ ଅନେକ ଉପାୟରେ ଲାଭ ଦେଇଥାଏ । ପ୍ରତିଦିନ ସକାଳୁ ୨ରୁ ୩ଟି ଭୃସଙ୍ଗ ପତ୍ର ଖାଇବା ଦ୍ବାରା ଶରୀରକୁ କି ପ୍ରକାରର ଲାଭ ମିଳିଥାଏ, ଚାଲନ୍ତୁ ସେ ନେଇ ଆଲୋଚନା କରିବା ।

ଭୃସଙ୍ଗ ପତ୍ର ଖାଇବା ଦ୍ବାରା ହଜମ ସମ୍ବନ୍ଧୀୟ ସମସ୍ୟାକୁ ଦୂର ହୋଇଥାଏ । ଏହାକୁ ଖାଇବା ଦ୍ବାରା ଗ୍ୟାସ୍, ଏସିଡ଼ିଟି ଓ ପେଟ ଫୁଲିବା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ବ୍ୟତୀତ ଏହି ପତ୍ର ହଜମକାରୀ ଏନଜାଇମକୁ ବଢାଇବାରେ ସାହାଯ୍ୟ କରିଥାଏ । ଏଥିପାଇଁ ପ୍ରତିଦିନ ସକାଳୁ ଖାଲି ପେଟରେ ୪ରୁ ୫ଟି ଭୃସଙ୍ଗ ପତ୍ର ଚୋବାନ୍ତୁ । ଏହା ବ୍ୟତୀତ ଆପଣ ରୋଷେଇରେ ମଧ୍ୟ ଏହି ପତ୍ରକୁ ବ୍ୟବହାର କରିପାରିବେ ।

କେଳ ଝଡ଼ିବା ଆଜିକାଲି ଏକ ବଡ଼ ସମସ୍ୟା ରୂପେ ଉଭା ହୋଇଛି । ଏଥିରୁ ମୁକ୍ତି ଲାଗି ଲୋକେ ବିଭିନ୍ନ ଉପାୟ ଆପଣାଉଥିବା ଦେଖିବାକୁ ମିଳିଥାଏ । କିନ୍ତୁ, କେଶକୁ ଆବଶ୍ୟକ ହେଉଥିବା ସଠିକ୍ ଭାବେ ପୋଷଣ ମିଳିନଥିବାରୁ ଏପରି ସମସ୍ୟା ଦେଖାଦେଇଥାଏ । ତେବେ ଭୃସଙ୍ଗ ପତ୍ରରେ ଥିବା ପୋଷକ ତତ୍ତ୍ୱ କେଶ ଝଡ଼ିବା ବନ୍ଦ କରିଥାଏ। ପ୍ରତିଦିନ ସକାଳେ ଜଳଖିଆ ଖାଇବାର ଅଧ ଘଣ୍ଟା ପୂର୍ବରୁ ଏହି ପତ୍ରକୁ ଖାଲି ପେଟରେ ଚୋବାନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking