29.1 C
Bhubaneswar
Friday, May 3, 2024
Homeବ୍ରେକୀଙ୍ଗଘଣ୍ଟା ଘଣ୍ଟା ଧରି ଡେସ୍କରେ କାମ କରୁଥିଲେ ସାବଧାନ, ହୋଇପାରେ ଏହି ସମସ୍ୟା

ଘଣ୍ଟା ଘଣ୍ଟା ଧରି ଡେସ୍କରେ କାମ କରୁଥିଲେ ସାବଧାନ, ହୋଇପାରେ ଏହି ସମସ୍ୟା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ବ୍ୟାପିଥିବା କରୋନା ଭାଇରସ ଯୋଗୁଁ ଅନେକ ଲୋକ ଘରେ ରହି କାମ କରୁଛନ୍ତି । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏହା ଠିକ ଉପାୟ । ମାତ୍ର ଘଣ୍ଟା ଘଣ୍ଟା ଧରି ଡେସ୍କରେ କାମ କରିବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଅନେକ କୁପ୍ରଭାବ ପକାଇଥାଏ । ଏକ ଗବେଷଣା ଅନୁସାରେ, ଲମ୍ବା ସମୟ ଧରି ଡେସ୍କ କାମ କରିଲେ ମୋଟାପଣ, ହାଇପରଟେନ୍ସନ, ଡାଇବେଟିସ, କୋଲେଷ୍ଟ୍ରୋଲ ଓ ଅଷ୍ଟ୍ରିଏପରୋସିସ ଭଳି ରୋଗ ହେବାର ସମ୍ଭାବନା ବଢିଯାଏ । ଏକସ୍ପର୍ଟଙ୍କ ମତ ଅନୁସାରେ, କିଛି ବିଶଷେ କାର୍ଯ୍ୟ ଉପରେ ଧ୍ୟାନ ଦେଲେ ଏଥିରେ ଆପଣ ବର୍ତ୍ତିପାରିବେ ।
ଚେୟାରରେ ବସି ଦୀର୍ଘ ସମୟ ଧରି ସିଫ୍ଟ କରିଲେ ଅଣ୍ଟା ଓ ବେକ ଉପରେ ଚାପ ପକାଇଥାଏ । ଯଦି ଆପଣ ଷ୍ଟାଣ୍ଡିଂ ଟେବୁଲ କିମ୍ବା ଉଚ୍ଚ ହାଇଟ ବିଶିଷ୍ଟ ଟେବୁଲ କିମ୍ବା କାଉଣ୍ଟରର ବ୍ୟବହାର କରୁଛନ୍ତି, ତେବେ ଏହା ଠିକ୍ ରହିବ । ଏହାଦ୍ୱାରା ଆରମ୍ଭରୁ ଟିକିଏ ସମସ୍ୟା ହୋଇପାରେ । ମାତ୍ର ଏହା ଆପଣଙ୍କୁ ଅନେକ ନନ୍ ତମ୍ୟୁନିକେବୁଲ ରୋଗରୁ ରକ୍ଷା କରିବ ।
ଜିମ କିମ୍ବା ଫିଟନେଓ ସେଣ୍ଟରରେ ଆପଣ ଲୋକଙ୍କୁ ଏକ୍ସରସାଇଜ ବଲ୍ ଉପରେ ବସିବା ଦେଖିଥିବେ । ଲମ୍ବା ସମୟ ଧରି କାମ କରିବା ସମୟରେ ଏହି ବଲର ବ୍ୟବହାର ଆପଣଙ୍କ ପାଇଁ ଫାଇଦା ଦେବା ଭଳି ହୋଇଥାଏ । ଏହି ବଲି ବଡି ପୋଶ୍ଚର, କୋର୍ ମସଲ ସୁଧାରିବାରେ ସହାୟକ କରିଥାଏ ।
ଅଫିସ ଭଳି ଘରେ ମଧ୍ୟ କାମ କରିବା ସମୟରେ ମଝି ମଝିରେ ବ୍ରେକ ନେବାକୁ ଭୁଲନ୍ତୁ ନାହିଁ । ପ୍ରତି ୪୫ ମିନିଟରେ ଟିକିଏ ଚାଲିବା ଅଭ୍ୟାସ କରନ୍ତୁ । ଏହି ବ୍ରେକରେ ଷ୍ଟ୍ରେଚିଂ, ଚାଲିବା ଓ ମାର୍ଚ୍ଚିଂ ଭଳି ସହଜ ଏକ୍ସରସାଇଜ ମଧ୍ୟ କରିପାରିବେ ।
କାମ କରିବା ସମୟରେ ନିଜର ବସିବା ଶୈଳୀ ଉପରେ ଧ୍ୟାନ ଦିଅନ୍ତୁ । ୮-୯ ଘଣ୍ଟା ଧରି କାମ କରିବା ଫଳରେ ଆପଣଙ୍କର ଫିଜିକାଲ ଆକ୍ଟିଭିଟି ଶୂନ ହୋଇଯାଏ । ଫଳରେ ହୃଦୟ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ଲିଫ୍ଟ ବଦଳରେ ସିଡିରେ ଯିବା ଆସିବା କରନ୍ତୁ । ଆଖପାଖକୁ ଯିବା ପାଇଁ ଗାଡି ବଦଳରେ ଚାଲି ଚାଲି ଯାଆନ୍ତୁ ।
ଅଧିକ ସୁଗାର କିମ୍ବା ଅଧିକ ସୋଡିୟମଯୁକ୍ତ ଖାଦ୍ୟରୁ ବର୍ତ୍ତିବାକୁ ଚେଷ୍ଟା କରନ୍ତୁ । କାରଣ ଏଭଳି ଖାଦ୍ୟ ଆପଣଙ୍କ ମୋଟାପଣ, ହାଇ କୋଲେଷ୍ଟ୍ରୋଲ, ଡାଇବେଟିସ ଓ ବିଭିନ୍ ପ୍ରକାରର ମେଟାବୋଲିକ ଡିଜଅର୍ଡରର କାରଣ ହୋଇପାରେ । ଡିପ ଫ୍ରାଏ କିମ୍ବା ଅଧିକ ମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking