32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶପୁଣି ଥରିଲା ଦିଲ୍ଲୀ

ପୁଣି ଥରିଲା ଦିଲ୍ଲୀ

ନୂଆଦିଲ୍ଲୀ: ଗତକାଲି ସନ୍ଧ୍ୟାରେ ଦିଲ୍ଲୀ ଏନସିଆରରେ ଭୂକମ୍ପ ଅନୁଭୂତ ହେଇଥିବା ବେଳେ ଆଜି ପୁଣି ଥରିଲା ରାଜଧାନୀ ଦିଲ୍ଲୀ । ଯାହାଫଳରେ ୨୪ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଦିଲ୍ଲୀ-ଏନସିଆରରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପ ର ତୀବ୍ରତା ୨.୭ ଥିଲା ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି । ପାଣିପାଗ ବିଭାଗ ଅନୁଯାୟୀ ସୋମବାର ଅପରାହ୍ନ ୧.୨୬ମିନିଟ ସମୟରେ କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଦିଲ୍ଲୀ ଥିଲା ବୋଲି ଜଣା ପଡିଛି। କିନ୍ତୁ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଭୂକମ୍ପକୁ ନେଇ ଲୋକମାନେ ଚିନ୍ତିତ ଅଛନ୍ତି। ଭୂକମ୍ପକୁ ନେଇ ଲୋକମାନେ ଆତଙ୍କିତ ଅବସ୍ଥାରେ ଥିବା ଜଣା ଯାଇଛି। ଏହାପୂର୍ବରୁ ରବିବାର ଦିନ ଦିଲ୍ଲୀ-ଏନସିଆରରେ ଭୂକମ୍ପ ଅନୁଭୂତ ହୋଇଥିଲା। ଅପରାହ୍ନ ୫.୪୫ରେ ୩.୫ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଥିଲା। ଗତକଲି ଅନୁଭୂତ ଭୂକମ୍ପର କେନ୍ଦ୍ର ଅକ୍ଷାଂଶ ୨୮.୭ ଉତ୍ତର ଏବଂ ଦ୍ରାଘିମା ୭୭.୨ ପୂର୍ବରେ ଅବସ୍ଥିତ ଥିଲା ।  ଲୋକ ଭୟଭୀତ ହୋଇ ଘରୁ ବାହାରି ଆସିବା ସହ ଚିତ୍କାର କରିବାକୁ ଲାଗିଥିଲେ ।  ତେବେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଥିଲେ ମଧ୍ୟ କୌଣସି କ୍ଷତି ହୋଇନଥିବା ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking