28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗତିନୋଟି ରାଜ୍ୟରେ ଭୂ-କମ୍ପ ଝଟକା

ତିନୋଟି ରାଜ୍ୟରେ ଭୂ-କମ୍ପ ଝଟକା

ନୂଆଦିଲ୍ଲୀ : ଆଜି ତିନୋଟି ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ହିମାଚଳ ପ୍ରଦେଶ, ଗୁଜରାଟ ଓ ଆସାମରେ ଗୁରୁବାର ସକାଳୁ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାପଡିଛି।
ଗୁରୁବାର ସକାଳେ ହିମାଚଳ ପ୍ରଦେଶର ଉନାରେ ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି(ଏନସିଏସ୍‌) ଅନୁଯାୟୀ, ସକାଳ ୪ଟା ୪୭ରେ ଘଟିଥିବାବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୩ ଥିବା ଜଣାପଡିଛି।
ଏହା ପରେ ଆଜି ସକାଳେ ଗୁଜରାଟରେ ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି(ଏନସିଏସ୍‌) ଅନୁଯାୟୀ, ସକାଳ ୭ଟା ୪୦ ରେ କମ୍ପନ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରହିଥିଲା।
ସେହିଭଳି ସକାଳ ୭ଟା ୫୭ରେ ଆସାମର କରିମଗଞ୍ଜରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ଆକଳନ କରାଯାଇଥିଲା। ଏହାପୂର୍ବରୁ ନାଗାଲାଣ୍ଡର ଉତ୍ତର-ପୂର୍ବ ରାଜ୍ୟର ଲୋଲେଙ୍ଗ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି(ଏନସିଏସ୍‌) ଅନୁଯାୟୀ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ଥିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking