32.1 C
Bhubaneswar
Thursday, March 28, 2024
Homeଅପରାଧବିଲରୁ ମିଳିଲା ଶିଶୁ କନ୍ୟା

ବିଲରୁ ମିଳିଲା ଶିଶୁ କନ୍ୟା

ଖୋର୍ଦ୍ଧା : ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ଆଜି ମଧ୍ୟ କନ୍ୟା ସନ୍ତାନଟି ଅବହେଳିତ ଅବସ୍ଥାରେ ରହିଯାଉଛି । ବିଲରୁ ମିଳିଛି ଏକ ନବଜାତ ଶିଶୁ କନ୍ୟା । ଏପରି ଏକ ଅଭାବନୀୟ ଘଟଣା ଆଜି ଖୋର୍ଦ୍ଧା ଜିଲ୍ଲା ବାଘମାରୀ ହଟ୍ଟକେଶ୍ୱର ମହିଳା ମହାବିଦ୍ୟାଳୟ ପଛପଟ ଏକ ବିଲରେ ଦେଖାଯାଇଛି । ବିଲ ଭିତରୁ ଏକ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଆଜି ଭୋର୍ ସମୟରେ ସ୍ଥାନୀୟ ଅଞ୍ଚଳର ଏମ ମହିଳା ବିଲକୁ ଯାଉଥିବା ସମୟରେ ଶିଶ କନ୍ୟାର କାନ୍ଦ ଶୁଣିଥିଲେ । ଆଖପାଖ ଖୋଜାଖୋଜି କରିବା ପରେ ବିଲ ଭତରୁ ଶିଶୁକୁ ପାଇଥିଲେ ।
ଏହାପରେ ସେ ଓ ତାଙ୍କ ସ୍ୱାମୀ ୧୦୨ ଆମ୍ବୁଲାନ୍ସ ଯୋଗେ ଶିଶୁ କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ପାଇଁ ଆଣିଥିଲେ । ଅନ୍ୟପକ୍ଷରେ ଶିଶୁଟି କେମିତ ସେହି ସ୍ଥାନରେ ପହଁଚିଲା , ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । କିଛି ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଭୋର୍ ସମୟରେ ଏକ କାର୍ ସେହି ପାଖରେ ଅଟକି ଥିଲା । ଅନୁମାନ କରାଯାଉଛି ଯେ , କେହି କାର୍‌ରେ ଶିଶୁ କୁ ଆଣି ସେଠାରେ ପକାଇ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking