26.1 C
Bhubaneswar
Tuesday, May 7, 2024
Homeଓଡିଶାକନ୍ଧମାଳରେ ମୃଦୁ ଭୁମିକମ୍ପ, ଭୟରେ ଘରୁ ବାହାରିଲେ ଲୋକେ

କନ୍ଧମାଳରେ ମୃଦୁ ଭୁମିକମ୍ପ, ଭୟରେ ଘରୁ ବାହାରିଲେ ଲୋକେ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଶୁକ୍ରବାର ରାତିରେ ମୃଦୁ ଭୂମିକମ୍ପ ଦେଖିôବାକୁ ମିଳିଛି । ଏହାକୁ ନେଇ ସମଗ୍ର ଜିଲ୍ଲାରେ ଭୟର ବାତାବରଣ ସୃଷ୍ଟିହୋଇଛି । ଦାରିଙ୍ଗବାଡ଼ି ବ୍ଲକ୍ ଅଞ୍ଚଳରେ ବିଭିନ୍ନ ସମୟରେ ମୃଦୁ ଭୂମିକମ୍ପ ହେଉଥିବା ନଜିର ରହିଥିବା ବେଳେ ସମୃକ୍ତ ଅଞ୍ଚଳରେ ପୁଣିଥରେ ଏହା ଅନୁଭୂତ ହୋଇଛି । ଦାରିଙ୍ଗବାଡ଼ି ବ୍ଲକ୍ ଅଞ୍ଚଳରେ ଶୁକ୍ରବାର ରାତି ୯ ଟା ୪୫ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଦାରିଙ୍ଗବାଡ଼ି ସମେତ ସିମନବାଡ଼ି, ବାଡ଼ାବାଙ୍ଗା, ଦାସିଙ୍ଗବାଡ଼ି, ପ୍ଲିହେରୀ ଗ୍ରୀନବାଡ଼ି ଶ୍ରାନିକେତା, ବୁଡ଼ାଗୁଡ଼ା ଆଦି ପଞ୍ଚାୟତରେ ଝଟ୍‌କା ଅନୁଭୂତ ହୋଇଥିବା ସ୍ଥାନୀୟ ଅଞ୍ଚଳବାସୀମାନେ ସୂଚନା ଦେଇଛନ୍ତି । ଅଞ୍ଚଳବାସୀଙ୍କ ସୂଚନା ମୁତାବକ ପ୍ରାୟ ୩ରୁ ୪ ସେକେଣ୍ଟ ପର୍ଯ୍ୟନ୍ତ ଭୂକମ୍ପ ଅନୂଭୂତ ହୋଇଛି । ଲୋକେ ଶୋଇବା ବେଳେ ହଠାତ୍ ଘରର ଖଟ, କାନ୍ଥଘଣ୍ଟା, ଟିଭି ସମେତ ଆସବାବପତ୍ର ଝଟ୍‌କାରେ ଦୋହଲି ଯାଇଥିଲା । ସ୍ଥାନୀୟ ଅଞ୍ଚଳବାସୀ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ ।
ସେହିଭଳି ଜିଲ୍ଲାର ଫିରିଙ୍ଗିଆ, ରାଇକିଆ, କୋଟଗଡ଼, ଚକାପାଦ, ଟିକାବାଲି, ଜି.ଉଦୟଗିରି କେ.ନୂଆଗାଁ, ବାଲିଗୁନା , ପକାରି, ବୁଡ଼ାଗୁଡ଼ା, ଶଙ୍କରାଖୋଲ, ବନ୍ଧଗଡ଼ ଆଦି ବିଭିନ୍ନ ଅଞ୍ଚଳ ସମେତ ଜିଲ୍ଲାର ପ୍ରାୟ ୭ଟି ବ୍ଲକ୍‌ରେ ମୃଦୁ ଭୂମିକମ୍ପ ହୋଇଥିବା ଖବର ମିଳିଛି । ତେବେ ଏହାର ସାନ୍ଧ୍ରତା କେତେଥିଲା ତାହା ଜଣାପଡ଼ିନାହିଁ । ଗତବର୍ଷ ମଧ୍ୟ ଜିଲ୍ଲାରେ ପ୍ରାୟ ୩ଥର ଭୂକମ୍ପ ହୋଇଥିଲେ ମଧ୍ୟ ପ୍ରଥମଥର ପାଇଁ ଜିଲ୍ଲାର ବିିଭିନ୍ନ ଅଞ୍ଚଳରେ ଏହା ଅନୁଭୂତ ହୋଇଥିବା ସୂଚନା ମିଳିଛି ।
ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ମଧ୍ୟ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ସାମାନ୍ୟ ଝଟ୍‌କା ଲାଗିଥିଲେ ମଧ୍ୟ ସାଧାରଣରେ ଭୟ ସଞ୍ଚାର ହୋଇଥିଲା । ଘରେଥିବା ଆସବାବପତ୍ର ଦୋହଲିଯାଇଥିଲା । ଭୟରେ କିଛି ଲୋକ ବାହାରକୁ ଦୌଡ଼ି ଆସିଥିଲେ । ତେବେ ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking