36.1 C
Bhubaneswar
Sunday, May 19, 2024
Homeଓଡିଶାକେନ୍ଦୁଝରରେ ୫ଟି ହାଇସ୍କୁଲ ଏସ୍‌ଓପି ମାନି ନଥିବାରୁ ଦରମା ବନ୍ଦ କଲେ ଡିଇଓ

କେନ୍ଦୁଝରରେ ୫ଟି ହାଇସ୍କୁଲ ଏସ୍‌ଓପି ମାନି ନଥିବାରୁ ଦରମା ବନ୍ଦ କଲେ ଡିଇଓ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ କୋଭିଡ କଟକଣା ମଧ୍ୟରେ ଦୀର୍ଘ ୯ ମାସ ପରେ ଶୁକ୍ରବାର ଦିନ ଦଶମ ଏବଂ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଖୋଲିଛି । ସରକାରଙ୍କ ଗାଇଡ ଲାଇନ ଠିକ୍ ଭାବେ ପାଳନ ହୋଇଛି କି ନାହିଁ ତାହାର ତଦାରଖ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ସଂଗ୍ରାମ ସାହୁ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସେଠୀ । ପ୍ରଥମ ଦିନରେ ସଦର ଏବଂ ପାଟଣା ବ୍ଲକର ୯ଟି ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ । ସେଥିମଧ୍ୟରୁ ୫ଟି ଉଚ୍ଚ ବିଦ୍ୟାଳୟ ରାଜ୍ୟ ସରକାରଙ୍କ ଏସଓପି ଠିକ୍ ଭାବରେ ପାଳନ କରିନଥିବା ଦେଖିବାକୁ ପାଇଥିଲେ । ସଦର ବ୍ଲକର ସନ୍ତୋଷୀ ମା’ ରିଜିଓନାଲ ହାଇସ୍କୁଲ,ଝାରବେଲଦା, ପାଟଣା ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ ଖିରେଇଟାଙ୍ଗରୀ,ବିଶେଇପାଟ ସରକାରୀ ଉଚ୍ଚ ବିଦ୍ୟାଳୟ ଯମୁନାପଶି,ପିଏମବି ହାଇସ୍କୁଲ ବଲାଣିପଶି, ଝାଲମଣି ହାଇସ୍କୁଲ ଡେଣୁଆରେ ବିଦ୍ୟାଳୟ ପରିସର ଠିକ୍ ଭାବରେ ସଫାସୁତୁରା ହୋଇନଥିବା ଏବଂ ସ୍କୁଲ ଆରମ୍ଭ ପୂର୍ବରୁ ପ୍ଲାନ,ପ୍ରୋଗ୍ରାମ ହୋଇନଥିବା ଦେଖିବାକୁ ପାଇଥିଲେ । କର୍ତ୍ତବ୍ୟରେ ଅବହେଳା କରିଥିବା କାରଣରୁ ଏହି ୫ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ କର୍ମଚାରୀଙ୍କ ଦରମା ବନ୍ଦ କରାଯାଇଥିବା ଡିଇଓ ସଂଗ୍ରାମ ସାହୁ ସୂଚନା ଦେଇଛନ୍ତି ।
ଆଜି ସ୍କୁଲ ଖୋଲିବା ପୂର୍ବରୁ ପାନୀୟ ଜଳ ବ୍ୟବସ୍ଥା,ଶୌଚାଳୟ ସଫାସୁତୁରା କରାଯାଇଥିବାବେଳେ ବିଦ୍ୟାଳୟ ପରିସରକୁ ବିଶୋଧନ କରାଯାଇଥିଲା । ସରକାରଙ୍କ ପକ୍ଷରୁ ଜାରୀ କରାଯାଇଥିବା ଏସ୍‌ଓପି ଅନୁସାରେ ସାମାଜିକ ଦୂରତା ପାଳନ କରି ପିଲାମାନଙ୍କ ବସିବାର ବ୍ୟବସ୍ଥା କରାଯାଇଛି । ଗୋଟିଏ ଗୋଟିଏ ସେକ୍ସନରେ ୨୦ରୁ ୨୫ଜଣ ଛାତ୍ରଛାତ୍ରୀ ବସି ପାଠ ପଢୁଛନ୍ତି । ପାଠପଢା ଆଗାମୀ ଏପ୍ରିଲ ୨୮ ଯାଏ ଚାଲିବ ଏବଂ ଏଥିରେ ୧୦୦ ଦିନର ପାଠପଢା ହେବ । ସଂକ୍ରମଣ ରୋକିବା ପାଇଁ ସାନିଟାଇଜର,ହ୍ୟାଣ୍ଡ ୱାସ ମହଦୁଜ ରଖାଯାଇଥିଲା । ଛାତ୍ରଛାତ୍ରୀ ମାସ୍କ ପରିଧାନ କରିବା ସହ ସ୍କୁଲକୁ ପ୍ରବେଶ ସମୟରେ ହାତ ସାନିଟାଇଜ କରିଥିଲେ । ବିଦ୍ୟାଳୟକୁ ପ୍ରବେଶ ସମୟରେ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking