29.1 C
Bhubaneswar
Saturday, April 27, 2024
Homeଓଡିଶାଆମ ପ୍ରସ୍ତାବକୁ ସରକାର ଗ୍ରହଣ କଲେନି: ଗଜପତି

ଆମ ପ୍ରସ୍ତାବକୁ ସରକାର ଗ୍ରହଣ କଲେନି: ଗଜପତି

ଭୁବନେଶ୍ୱର:  ଆଜି ପୁରୀ ଗଜପତି ରାଜା ଦିବ୍ୟସିଂହ ଦେବ ପରିଚାଳନା କମିଟି ବୈଠକ ଶେଷ ହେବା ପରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ‘ ମେ ୩୦ ତାରିଖରେ ଯେଉଁ ବୈଠକ ବସିଥିଲା ରଥଯାତ୍ରା ନେଇ ପରିଚାଳନା କମିଟି ସରକାରଙ୍କୁ ନିବେଦନ କରିଥିଲେ ଯେ, ବିନା ଭକ୍ତରେ , କେବଳ ସୀମିତ ସେବକ, ପୋଲିସ କର୍ମଚାରୀଙ୍କ ଦ୍ୱାରା ରଥଯାତ୍ରା ସମ୍ଭବ ହୋଇପାରିବ । ସରକାରଙ୍କୁ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ସରକାର ତାକୁ ଗ୍ରହଣ କଲେ ନାହିଁ । ପ୍ରସ୍ତାବରେ ଥିଲା ଯେ ଅଳ୍ପ ସଂଖ୍ୟାକ ସେବାୟତ ଏବଂ ପୋଲିସ ପ୍ରଶାସନଙ୍କ ଦ୍ୱାରା ରଥଯାତ୍ରା ହୋଇ ପାରିଥାନ୍ତା । ହେଲେ ସୁପ୍ରିମକୋର୍ଟରେ କୁହାଗଲା ଯେ, ରଥଯାତ୍ରାରେ ୧୦ରୁ ୧୨ ଲକ୍ଷ ଲୋକଙ୍କ ସମାଗମ ହେବ ବୋଲି ଗଜପତି କହିଛନ୍ତି । ଗଜପତି କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପୂର୍ଣ୍ଣମାତ୍ରାରେ ପାଳନ କରାଯିବ । ବାହାରେ ରଥଯାତ୍ରା ହୋଇପାରିବନି ବୋଲି କୋର୍ଟ କହିଛନ୍ତି । ଆଜି ପରିଚାଳନା କମିଟିରେ ବିସ୍ତୃତ ଆଲୋଚନା ହୋଇଥିଲା । ସେଥିପାଇଁ ଚଳିତ ବର୍ଷ ଗୁଣ୍ଡିଚା, ବାହୁଡା, ସୁନାବେଶ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ଭବ ନୁହେଁ । ଏହାଛଡା ଅଧରପଣା, ନୀଳାଦ୍ରିବିଜେ ବି ସମ୍ଭବ ନୁହେଁ । କରୋନା ପାଇଁ ଅତ୍ୟନ୍ତ ଦୁଃଖର ସହ ଏହି ନିଷ୍ପତ୍ତି ନିଆଯାଇଛି । ମନ୍ଦିର ଭିତରେ ପରମ୍ପରା, ଶାସ୍ତ୍ର ସମ୍ମତ, ବ୍ୟବସ୍ଥା ସ୍ଥିର କରିବାକୁ ନିଷ୍ପତ୍ତି ହୋଇଛି । ଆଜି ସନ୍ଧ୍ୟାରେ ଛତିଶା ନିଯୋଗ ପ୍ରତିନିଧିଙ୍କ ବୈଠକ ବସିବ । କଣ କେମିତି କରାଯାଇପାରିବ ସେ ନେଇ ସମସ୍ତଙ୍କ ସହ ଆଲୋଚନା କରାଯିବ । ଶ୍ରୀ ମନ୍ଦିର ଭିତରେ କେମିତି ବିଧି ରକ୍ଷା ହେବ, ସନ୍ଧ୍ୟାରେ ନିଷ୍ପତ୍ତି ଆଶା ରହିଛି । ନିଷ୍ପତ୍ତି ପରେ କାଲି ସକାଳେ ଶଙ୍କରାଚାର୍ଯ୍ୟଙ୍କ ପାଖରୁ ଯିବୁ । ଶଙ୍କରାଚାର୍ଯ୍ୟଙ୍କ ପାଖରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଗଜପତି କହିଛନ୍ତି । ରେକର୍ଡ ଅଫ୍ ରାଇଟ୍ସ ଛାଡି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ଜରୁରୀ ହୋଇଛି । ସବୁ ମହାପ୍ରଭୁଙ୍କ ଲୀଳା, ମହାପ୍ରଭୁ ନିଜେ ନୂତନ ଇତିହାସ ସୃଷ୍ଟି କରୁଛନ୍ତି’ ।
ସୂଚନାଯୋଗ୍ୟ ଯେ , ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ ନେଇ ରାୟ ଦେଇଥିବା ବେଳେ ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଥିଲା । ରାଜ୍ୟ ସରକାର କଣ ପାଇଁ ପକ୍ଷ ରଖିଲେନି ବୋଲି ସମସ୍ତେ ପ୍ରଶ୍ନ ଉଠାଇଥିଲେ । ଏହା ଉପରେ ସରକାର ପୁଣି ଥରେ ରିଭ୍ୟୁ ପିଟିସନ କରନ୍ତୁ ବୋଲି ସମସ୍ତେ କହିଥିଲେ । ପରେ ସନ୍ଧ୍ୟାରେ ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ମିଟିଂ ଅନୁଷ୍ଠିତ ହୋଇଥିଲା । ଆଉ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବେ ବୋଲି ଶେଷରେ ନିଷ୍ପତ୍ତି ନେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking