32.1 C
Bhubaneswar
Friday, April 26, 2024
HomeUncategorized୪୫୨ ବର୍ଷରେ ୩୨ଥର ବନ୍ଦ ହୋଇଛି ଘୋଷଯାତ୍ରା

୪୫୨ ବର୍ଷରେ ୩୨ଥର ବନ୍ଦ ହୋଇଛି ଘୋଷଯାତ୍ରା

ପୁରୀ : କୋଟି କୋଟି ଓଡ଼ିଆ ପ୍ରାଣର  ଠାକୁର ଶ୍ରୀ ଜଗନ୍ନାଥ । ଭକ୍ତ ପାଇର୍ ବର୍ଷକୁ ଥରେ ରତ୍ନ ସିଂହାସନ ଛାଡ଼ି ବାହାରକୁ ଆସିଥାନ୍ତି । ମାତ୍ର ଏ ବର୍ଷ କରୋନା ମହାମାରୀ ଭୟ ପାଇଁ ଗଡ଼ିବନି ରଥ ।ପୂର୍ବରୁ ମଧ୍ୟ ବାହ୍ୟ ଶତ୍ରୁ ଆକ୍ରମଣ ପାଇଁ ବହୁଥର ଠାକୁରଙ୍କ ଯାତ୍ରା ବନ୍ଦ ହୋଇଥିଲା ବୋଲି ମାଦଳା ପାଞ୍ଜିରେ ଉଲ୍ଲେଖ ରହିଛି । ପୂର୍ବରୁ ୪୨୮ ବର୍ଷ ପୂର୍ବେ ବାହ୍ୟଶତ୍ରୁ ଆକ୍ରମଣ ପାଇଁ ବିନା ରଥରେ ଘଣ୍ଟ ଘଣ୍ଟାରେ ରଥଯାତ୍ରାର ବିଧି ପାଳନ ହୋଇଥିଲା ।ଏନେଇ ମାଦଳା ପାଞ୍ଜି ଓ ଚକଡ଼ା ପୋଥିରେ ଉଲ୍ଲେଖ ରହିଛି ।

୧୫୬୮ରୁ ୧୫୭୭ ଖ୍ରୀଷ୍ଟାଦ୍ଦ ଯାଏଁ ବନ୍ଦ ଥିଲା ପୁରୀ ରଥଯାତ୍ରା । କଳାପାହାଡ଼ ଆକ୍ରମଣ ପାଇଁ ଚିଲିକା ନିକଟରେ ପାତାଳି ହୋଇଥିଲେ ଶ୍ରୀଜିଉ । ସେହିପରି ୧୬୦୧ ଖ୍ରୀଷ୍ଟାଦ୍ଦରେ ମଧ୍ୟ ଘୋଷଯାତ୍ରା ବନ୍ଦ ରହିଥିଲା । ସେହି ସମୟରେ ମିର୍ଜା ଖୁରମ୍ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ । ସେହି ସମୟରେ ଶ୍ରୀଜିଉ କପିଳେଶ୍ୱର ଶାସନ ଗାଁ ରେ ଅବସ୍ଥାନ କରିଥିଲେ ।୧୬୦୭ ଖ୍ରୀଷ୍ଟାଦ୍ଦରେ ମଧ୍ୟ ଘୋଷଯାତ୍ରା ବନ୍ଦ ରହିଥିଲା । ସେହି ବର୍ଷ ସୁବେଦାର ହାସିମ୍ ଖାନ୍ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ । ପରେ ୧୬୦୮ ଖ୍ରୀଷ୍ଟାଦ୍ଦରେ ବାହୁଡ଼ା ବିଜେରେ ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଥିଲେ ଶ୍ରୀଜିଉ । ଏହାପରେ ପୁଣି ୧୬୧୧ ଖ୍ରୀଷ୍ଟାଦ୍ଦରେ ହୋଇପାରିନଥିଲା ରଥଯାତ୍ରା । କଲ୍ୟାଣ ମଲ୍ଲ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିବାରୁ ସେହି ସମୟରେ ବିଗ୍ରହମାନଙ୍କୁ ଚିଲିକା ଜଳପଥରେ ଟଙ୍କାନାସିକୁୂ ସ୍ଥାନାନ୍ତର କରାଯାଇଥିଲା । ୧୬୧୭ ଖ୍ରୀଷ୍ଟାଦ୍ଦରେ କଲ୍ୟାଣ ମଲ୍ଲ ଦ୍ୱିତୀୟ ଥର ପାଇଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ଫଳରେ ସେହ ବର୍ଷ ମଧ୍ୟ ରଥଯାତ୍ରା ହୋଇପାରିନଥିଲା । ୧୬୨୧ ଖ୍ରୀଷ୍ଟାଦ୍ଦରେ ସୁବେଦାର ବେଗ୍ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ଫଳରେ ଶ୍ରୀଜିଉମାନଙ୍କୁ ଅନ୍ଧାରୀ ଘରକୁ ସ୍ଥାନାନ୍ତର କରାଯାଇଥିଲା । ସେହି ସମୟରେ ଦୁଇ ବର୍ଷ ଧରି ରଥଯାତ୍ରା ହୋଇପାରିନଥିଲା । ୧୬୯୨ ଖ୍ରୀଷ୍ଟାଦ୍ଦରେ ସୁବଦୋର ଏକ୍‌ରାମ ଖାଁ ଶ୍ରୀମନ୍ଦିର ଉପରକୁ ଆକ୍ରମଣ କରିଥିଲେ । ଫଳରେ ୧୬୯୨ରୁ ୧୭୦୭ ଯାଏଁ ୧୫ବର୍ଷ ଧରି ଶ୍ରୀମନ୍ଦିର ବାହାରେ ଅବସ୍ଥାନ କରିଥିଲେ ।ଏହି ୧୫ ବର୍ଷରୁ ୧୩ ବର୍ଷ ରଥଯାତ୍ରା ହୋଇପାରିନଥିଲା । ସେହିପରି ୧୭୭୧ ଖ୍ରୀଷ୍ଟାଦ୍ଦରେ ମହମ୍ମଦ ତକି ଖାଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ବିଦେଶୀ ଆକ୍ରମଣ ବେଳେ ଚତୁର୍ଦ୍ଧାମୂର୍ତ୍ତି ୧୬୪ ବର୍ଷ ଧରି ଶ୍ରୀମନ୍ଦିର ବାହାରେ ରହିଥିଲେ । ଏହି ସମୟରେ ୧୫୫ ବର୍ଷ ଦରି ରଥଯାତ୍ରା ହୋଇପାରିନଥିଲା । କେବଳ ୯ଥର ପ୍ରଭୁଙ୍କ ରଥଯାତ୍ରା ବାହାରେ ଆୟୋଜନ ହୋଇଥିଲା । ଏହିପରିଭାବେ ୪୫୨ ବର୍ଷରେ ୩୨ ଥର ପାଇଁ ରଥଯାତ୍ରା ହୋଇପାରିନଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking