39.4 C
Bhubaneswar
Thursday, April 18, 2024
HomeUncategorizedସମୟ ଗଡ଼ି ଚାଲିବା ସହ ରଥଯାତ୍ରାରେ ଦେଖାଯାଇଛି ବ୍ୟତିକ୍ରମ

ସମୟ ଗଡ଼ି ଚାଲିବା ସହ ରଥଯାତ୍ରାରେ ଦେଖାଯାଇଛି ବ୍ୟତିକ୍ରମ

ପୁରୀ : ରଥଯାତ୍ରାର ପରମ୍ପରା ବହୁ ପ୍ରାଚୀନ ବୋଲି ଜଣାପଡ଼ିଛି । ଋକ୍ ବେଦ , ଅଥର୍ବ ବେଦରେ ରଥ ଶଦ୍ଦର ପ୍ରୟୋଗ ଦେଖାଯାଇଛି । ପୁରୀରେ ଆଷାଢ ଶୁକ୍ଲ ଦ୍ୱିତୀୟା ଦିନ ଜଗନ୍ନାଥ ମହାପ୍ରଭୁଙ୍କ କାଷ୍ଠ ନିର୍ମିତ ରଥରେ ବାହାରି ଶ୍ରୀକ୍ଷେତ୍ରର ବଡ଼ ଦାଣ୍ଡ ଅତିକ୍ରମ କରି ଗୁଣ୍ଡିଚା ମନ୍ଦିରରେ ପହଁଚିଥାନ୍ତି । ସେଠାରେ ୭ ଦିନ ରହି ପୁଣି ଶୁକ୍ଲ ଦଶମୀ ଦିନ ବାହୁଡ଼ା ବିଜେରେ ଶ୍ରୀମନ୍ଦିରକୁ ଫେରିଥାନ୍ତି । ତେବେ ବହୁବର୍ଷ ରଥଯାତ୍ରା ପରେ ବହୁ ବ୍ୟତିକ୍ରମ ଦେଖାଯାଇଛି । ସେ ରଥ ନିର୍ମାଣରେ ହେଉ କି ରଥ ଉପରେ ଲାଗୁ ହେଉଥିବା ଭୋଗକୁ ନେଇ ହେଉ, ସମୟ ସହ ବହୁ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଛି ।

ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ରଥ ଉପରେ ପୂର୍ବରୁ ଭୋଗ ଲାଗି ହୋଇଥାଏ । ସେହି ଭୋଗ ଗୁଡ଼ିକ ହେଲା ବଡ଼ ସାନ ମନୋହର -୧୬ ମୂର୍ତ୍ତି , ପଶୁପାଳନ କାକର – ୯ ମୂର୍ତ୍ତି , ତାଟ ବାବଦ ନାଡ଼ି – ୮ ମୂର୍ତ୍ତି , ଗଜା ବଡ଼ ସାନ – ୪ ମୂର୍ତ୍ତି , ଟାକୁଆ – ୨ମୂର୍ତ୍ତି , ଫେଣି – ୧ମୂର୍ତ୍ତି , କକରା – ୧୨ ମୂର୍ତ୍ତି , ଡାଳିମ୍ବ – ୩୦ ମୂର୍ତ୍ତି , ଠାକୁଆ ସାନସରା – ୪ ମୂର୍ତ୍ତି , ଗଜା -୧୫ ମୁର୍ତ୍ତି , ସୁଆର ନଡ଼ୁ – ୧୪ ମୂର୍ତ୍ତି, କାକରା – ୫ ମୂର୍ତ୍ତି । ଏହାଛଡ଼ା ରଥଯାତ୍ରା ଦିନ ରଥ ଉପରେ ଘଣ୍ଟ ଛତା ଓ ଭୋଗ ମଧ୍ୟରେ କୋରା – ୭୪ ମୂର୍ତ୍ତି , ଖଇ – ୨୧ ଓଳି , ବଡ଼ କାକରା -୪୮ ମୂର୍ତ୍ତି , ଉାଠା କାକରା – ୨୬ ମୂର୍ତ୍ତି , ମହାପ୍ରଶସ୍ତ ମନୋହର – ୮ ମୂର୍ତ୍ତି , ବନ ଅମାଲୁ – ୩୦ ମୂର୍ତ୍ତି , ସାନ ଅମାଲୁ – ୬୧ ମୂର୍ତ୍ତି , ଝଡ଼େଇନେଦା – ୧ ତାନ , ମାଣ୍‌ଡୁଅ – ୨୭ ମୂର୍ତ୍ତି , ଟାକୁଆ – ୨୨ ମୂର୍ତ୍ତି , ଟାକୁଆ ବଡ଼ସେରା – ୪ ମୂର୍ତ୍ତି , ରଥ ମନହର- ୨୬ ମୂର୍ତ୍ତି , ମରିଚ ନଡ଼ୁ – ୧୦୪ ମୂର୍ତ୍ତି । କିନ୍ତୁ ଅନେକ ବର୍ଷ ହେବ ଉପରୋକ୍ତ ଭୋଗ ପରମ୍ପରା ଅନୁଷ୍ଠିତ ହେଉନାହିଁ ।

‘ନୀଳାଦ୍ରି ମହୋଦୟ’ର ବର୍ଣ୍ଣନା ଅନୁଯାୟୀ , ମହାପ୍ରଭୁଙ୍କ ଆର୍ବିଭାବ ପରେ ତାଙ୍କ ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ନିର୍ମାଣ କରିଥିଲେ । ମନ୍ଦିର ପଶ୍ଚିମ ଦିଗରେ ଯେଉଁଠି ମହାପ୍ରଭୁ ଲୋକନାଥ ବିରାଜମାନ କରିଛନ୍ତି , ସେଠାରେ ଶଙ୍ଖନିଧି ଓ ପଦ୍ମନିଧି ଗୋଟିଏ ସ୍ୱର୍ଣ୍ଣପୁରୀ ନିର୍ମାଣ କରିଥିଲେ । ସେଠାରେ ଦୁଇଟି ସ୍ୱର୍ଗଦୂତ ରଥ ନିର୍ମାଣ କରିଥିଲେ । ରଥର ଚକ ଗୁଡ଼ିକ ଲୁହାରେ ତିଆରି ହୋଇଥିବାବେଳେ ଅରଗୁଡ଼ିକ ସୁନାରେ ତିଆରି ହୋଇଥିଲା । ରଥରେ ବିଭିନ୍ନ ରତ୍ନ ଅଳଙ୍କାରମାନ ଖଚିତ ହୋଇଥିଲା । ରଥଯାତ୍ରା ସରିବା ପରେ ପ୍ରତିବର୍ଷ ରଥଗୁଡ଼ିକ ଭାଙ୍ଗି ଦିଆଯାଏ ।

ତେବେ ୧୯୯୯ ମସିହାଠାରୁ ୩ଟି ରଥର ବ୍ରେକ୍ କୁ ପକାଇବା ଓ ଉଠାଇବା ପାଇଁ ମନ୍ଦିର ପ୍ରଶାସନ ତରଫରୁ ପୁଲି ବ୍ୟବସ୍ଥା ପ୍ରଚଳନ କରାଯାଇଛି ।
ମାଦଳପାଞ୍ଜି , ଚକଡ଼ା ପୋଥି ଓ ଅନ୍ୟାନ୍ୟ କିମ୍ବଦନ୍ତୀକୁ ଲକ୍ଷ୍ୟ କଲେ ଜଣାପଡ଼ୁଛି ଯେ , ବିଭିନ୍ନ ସମୟରେ ବହୁଥର ବାହ୍ୟଶତ୍ରୁଙ୍କ ଦ୍ୱାରା ଆକ୍ରମଣ କରାଯିବା ଫଳରେ ରଥଯାତ୍ରା କରାଯାଇନାହିଁ । ସେହି ସମୟରେ ଶ୍ରୀଜିଉମାନେ ଗୋପନୀୟ ଅବସ୍ଥାରେ ରହିଥିଲେ । ତେଣୁ ଶ୍ରୀମନ୍ଦିର ବାହାରେ ରଥଯାତ୍ରା ଅନୁଷ୍ଠିତ ହୋଇ ନପାରି ଅତ୍ୟନ୍ତ ଗୋପନୀୟ ଓ ନିରାଡମ୍ବରଭାବେ ମହାପ୍ରଭୁଙ୍କର ସମସ୍ତ ଉତ୍ସବ ଅନୁଷ୍ଠିତ ହୋଇଥାଏ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking