29.1 C
Bhubaneswar
Saturday, April 27, 2024
Homeଓଡିଶାସଟଡ଼ାଉନ ବରଦାନ:  ରାଉରକେଲାରେ ପ୍ରଦୂଷଣ ସହ କମିଛି ଦୁର୍ଘଟଣାର ହାର

ସଟଡ଼ାଉନ ବରଦାନ:  ରାଉରକେଲାରେ ପ୍ରଦୂଷଣ ସହ କମିଛି ଦୁର୍ଘଟଣାର ହାର

ରାଉରକେଲା: ବୈଶିକ ମହାମାରୀ କରେନା ଉପରେ ଲଗାମ ଲଗାଇବାକୁ ପ୍ରଶାସନ ପକ୍ଷରୁ ଲକଡାଉନ, ସଟଡାଉନ ପ୍ରକିୟା  କରଯାଇଥିଲା । ବର୍ତମାନ ଗତ  ଚଳିତ ଅଗଷ୍ଟ ମାସରୁ ରାଉରକକେଲା ପୌରାଂଚଳ, ଷ୍ଟିଲଟାଉନସିପ ସମେତ ଦକ୍ଷିଣ ରାଉରକେଲାରେ ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ କରାଯାଉଛି ।  ଏହା ଯୋଗୁ ସହରରେ ଦୁର୍ଘଟଣାର ହାର ସହ ପ୍ରଦୂଷଣର ମାତ୍ରାରେ ହ୍ରାସ ଘଟିଛି ବୋଲି ପରିବେଶବିତ ମାନେ ମତ ରଖିଛନ୍ତି । ଗାଡ଼ି ମୋଟର ଚଳାଚଳ ବନ୍ଦ ସହ ଦୋକାନ ବଜାର ବନ୍ଦ ରହୁଛି । ସଟଡାଉନର ସକରାତ୍ମକ ପ୍ରଭାବ ପରିବେଶ ଉପରେ ସିଧାସଳଖ ପଡ଼ିଥିବା ପରିବେଶବିତ ମାନେ ମତ ରଖିଛନ୍ତି । ସଟଡାଉନ ସମୟରେ ବିଭିନ୍ନ ପ୍ରକାର ଦୁଇ ଓ ଚାରିଚକିଆ ଯାନ ଚଳାଚଳ କରୁନଥିବାରୁ ପ୍ରଦୂଷଣର ମାତ୍ରା କମିବାରେ ଲାଗିଛି । ଯାହା  ପରିବେଶ ସନ୍ତୁଳନ ଦିଗରେ ସହାୟକ ହୋଇଛି । ଦକ୍ଷିଣ ରାଉରକେଲା ସଂଲଗ୍ନ ଜାତୀୟ ରାଜପଥ-୧୪୩ରେ ପୂର୍ବରୁ ବହୁ ସଂଖ୍ୟକ ଭାରୀଯାନ ଯେପରି ଟ୍ରଲର, ଡମ୍ପର, ଯାତ୍ରୀବାହୀ ବସ, ଅଟୋ ଚଳାଚଳ କରିବା ଯୋଗୁ ଧୂଳିଧୂଆଁରେ ଜନ ସାଧାରଣ ଏକ ପ୍ରକାର ଅତିଷ୍ଠ ହୋଇ ପଡ଼ୁଥିଲେ । ଧୂଳିଧୂଆଁ ପ୍ରଭାବରେ କୋମଳମତି ଶିଶୁ, ଆଜମା ରୋଗୀ ଆକ୍ରାନ୍ତ ହେବା ଦ୍ୱାରା ସ୍ୱାସ୍ଥ୍ୟଜନିତ ସମସ୍ୟା ମଧ୍ୟ ଉପୁଜିବା ମଧ୍ୟ ସ୍ୱାଭାବିକ । ବର୍ତମାନ ସପ୍ତାହନ୍ତ ସଡଡ଼ାଉନ ଯୋଗୁ କିଛି ମାତ୍ରାରେ ବାୟୁ ପ୍ରଦୂଷଣ କମିବାରେ ସହାୟକ ହୋଇଛି । ସେହପିରି ରକ୍ତମୁଖା ଜାତୀୟ ରାଜପଥ-୧୪୩ ବିଗତ ଦୁଇ ମାସରେ ଦୁର୍ଘଟଣାର ହାରରେ ହ୍ରାସ ଘଟିଛି ।  କରୋନା ଲକ ଡାଉନ ସମୟରେ ଗତ ମାର୍ଚ୍ଚ ମାସରୁ  ଜୁଲାଇ ମାସ ମଧ୍ୟରେ ଜାତୀୟ ରାଜପଥ-୧୪୩ରେ ସଡକ ଦୁର୍ଘଟଣା ହାରରେ ହ୍ରାସ ଘଟିଛି ବୋଲି  ପୁଲିସ ସୂତ୍ରରୁ ସୂଚନା ମିଳିିଛି । । ସେହିପରି ଦକ୍ଷିଣ ରାଉରକେଲାର ଅନ୍ୟ ଜାଗା ମାନଙ୍କରେ ଛୋଟମୋଟ ଦୁର୍ଘଟଣାରେ ହ୍ରାସ ଘଟିଛି । ସଟଡାଉନ ସମୟରେ ବାଇକ ଧରି ରାସ୍ତାରେ ବିଚରଣ କରୁଥିବା ଅମାନିଆଙ୍କ ଉପରେ ପୁଲିସର ତୀକ୍ଷଣ ନଜର ରହୁଥିବାରୁ  ପୁଲିସ ଭୟରେ ଅଂଚଳର କିଛି ଯୁବକ ବାଇକ ବଦଳରେ ସାଇକେଲକୁ ବାଛି ନେଇଥିବା ଜଣାପଡ଼ିଛି । ଅପରପକ୍ଷରେ ସଟଡାଉନ ଯୋଗୁ ଶନିବାର ଓ ରବିବାର ଯାତ୍ରୀବାହୀ ଅଟୋ ସମେତ ଦୁଇଚକିଆ ବାଇକ ଚଳାଚଳ ବନ୍ଦ ରହୁଥିବା ଯୋଗୁ ଦୁର୍ଘଟଣାର ଆଶଙ୍କା କିଛି ମାତ୍ରାରେ କମିଛି କହିଲେ ବୋଧେ ଭୁଲ ହେବ ନାହିଁ । କରୋନା କାଳରେ ପ୍ରଶସନ ପକ୍ଷରୁ ସଟଡାଉନର ଏଭଳି ଅମୋଘ ଅସ୍ତ୍ର  ସାଧାରଣଙ୍କ ହିତ ପାଇଁ ଉର୍ଦ୍ଧିଷ୍ଟ ଥିବା ବେଳେ ଏହାର ଉଦ୍ୟେଶ ନିହାତି ଭାବେ ପ୍ରତିଫଳିତ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking