40.1 C
Bhubaneswar
Thursday, April 25, 2024
Homeଓଡିଶାସରକାରଙ୍କ ଜନବିରୋଧି ନୀତି ବିରୋଧରେ ସିପିଆଇଏମ୍ ପକ୍ଷରୁ ବିକ୍ଷୋଭ

ସରକାରଙ୍କ ଜନବିରୋଧି ନୀତି ବିରୋଧରେ ସିପିଆଇଏମ୍ ପକ୍ଷରୁ ବିକ୍ଷୋଭ

ରାଉରକେଲା: ରାଉରକେଲା ଅଂଚଳର  ପୂର୍ଣ୍ଣାନନ୍ଦ  ମାର୍କେଟର ସିଆଇଟିୟୁ କାର୍ଯ୍ୟାଳୟ ଓ ଫର୍ଟିିଲାଇଜର ସ୍ଥିତ ଆରଏସପି ପ୍ରବେଶ ଫାଟକ ନିକଟସ୍ଥ ଛକରେ ସିପିଆଇଏମ ରଘୁନାଥପାଲୀ  ଆଂଚଳିକ କମିଟି ପକ୍ଷରୁ କେନ୍ଦ୍ର ସରକାରଙ୍କ ଜନବିରୋଧି ନୀତି ବିରୋଧରେ ସ୍ଲୋଗାନ ଦିଆଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।  ଜନସାଧାରଣଙ୍କ ୧୬ ଦଫା ଦାବି ପୂରଣ ପାଇଁ ସିପିଆଇ(ଏମ) କର୍ମୀ ମାନେ ପ୍ରତିବାଦ କରିବା ଦେଖିବାକୁ ମିଳିଥିଲା । ଦାବି ଗୁଡ଼ିକ ମଧ୍ୟରେ ସବୁ ପରିବାରର ସଂଚୟ ଖାତାରେ ୭୫୦୦ ଟଙ୍କା ୬ ମାସ ଯାଏ ପ୍ରଦାନ କରିବା, ଦେଶର ସମସ୍ତ ପରିବାରଙ୍କୁ ମୁଣ୍ଡପିଛା ୧୦ କିଲୋ ଚାଉଳ ଅବା ଗହମ ୬ ମାସ ଯାଏ ପ୍ରଦାନ କରିବା, ମନରେଗା କାର୍ଯ୍ୟରେ ଶ୍ରମିକଙ୍କ ମଜୁରୀ ବୃଦ୍ଧି ସହ ବର୍ଷକୁ ୨୦୦ ଦିନ କାମ ଯୋଗାଇ ଦେବା, ଆନ୍ଥଃ ରାଜ୍ୟ ପ୍ରବାସୀ ଶ୍ରମିକ ଆଇନ ୧୯୭୯କୁ ବଳବତର ରଖିବା, ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ପାଇଁ ଜି.ଡ଼ି.ପି. ମୂଲ୍ୟ ୩ ପ୍ରତିଶତ ବ୍ୟୟ କରିବା, ଅତ୍ୟାବଶ୍ୟକ ସାମଗ୍ରୀ ଆଇନକୁ ଅକାମୀ କରିବା ବନ୍ଦ କରିବାକୁ ଦାବି କରାଯାଇଥିଲା । ସେହିପରି ଶ୍ରମ ଆଇନର ସଂଶୋଧନ ବନ୍ଦ କରିବା ସହ ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣକୁ ସିପିଆଇଏମ ପକ୍ଷରୁ ବିରୋଧ କରାଯାଇଥିଲା । ଅନ୍ୟାନ ଦାବିରେ ମହାମାରୀ କରୋନାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେୟାର ପଣ୍ଡର ସମସ୍ତ ଅର୍ଥ ରାଜ୍ୟ ସରକାର ମାନଙ୍କୁ ପ୍ରଦାନ କରିବା ଆଦି ଦାବି ଉପସ୍ଥାପିତ କରାଯାଇଥିଲା । ସିପିଆଇଏମ କର୍ମୀ ମାନେ ହାତରେ ପ୍ଲା କାର୍ଡ ଧରି କେନ୍ଦ୍ର ସରକାରଙ୍କ ଜନବିରୋଧି ନିତୀ ବିରୋଧରେ ସ୍ଲୋଗାନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ରଘୁନାଥପାଲୀ ସିପିଆଇଏମ ଆଂଚଳିକ କମିଟିର ମୁଖ୍ୟ ଅରୁ ଦାସଙ୍କ ନେତୃତ୍ୱରେ ବିନୟ ବେହୁରା,ଅଲେଖ ସାହାଣୀ, ସୁଶାନ୍ତ ରାଉତ, ନାରାୟଣ ବେହେରା ହୃଦୟାନନ୍ଦ ଯାଦବ,  ଓ ଅନ୍ୟ କର୍ମୀ ମାନେ ବିକ୍ଷୋଭରେ ଭାଗ ନେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking