30.1 C
Bhubaneswar
Friday, April 26, 2024
Homeକରୋନାଲକଡାଉନ୍ କାରଣରୁ ୧୦ ପ୍ରତିଶତ ବଢ଼ିଛି ଆତ୍ମହତ୍ୟା ମାମଲା

ଲକଡାଉନ୍ କାରଣରୁ ୧୦ ପ୍ରତିଶତ ବଢ଼ିଛି ଆତ୍ମହତ୍ୟା ମାମଲା

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଭାରତରେ ଆତ୍ମହତ୍ୟା ଓ ଆକସ୍ମିକ ମୃତ୍ୟୁର ମାମଲା ସଂଖ୍ୟାରେ ବୃଦ୍ଧି ହୋଇଛି । ତେବେ କିଛି ଦିନ ହେବ ଏହି ଆକଳନ ଚର୍ଚ୍ଚାରେ ରହିଛି । ୨୦୨୦ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି) ରିପୋର୍ଟରୁ ଏନେଇ ଖୁଲାସା ହୋଇଛନ୍ତି । ଏନସିଆରବି ରିପୋର୍ଟ ମୁତାବକ, ୨୦୨୦ ମସିହାରେ ଆତ୍ମହତ୍ୟା ମାମଲା ୧୯୬୭ ପରଠାରୁ ସବୁଠାରୁ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଗୋଟେପଟେ ସଡ଼କ ଦୁର୍ଘଟଣା କମିବାରେ ଲାଗିଥିବା ବେଳେ ଅନ୍ୟପଟେ ଆତ୍ମହତ୍ୟା ମାମଲାରେ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି । ରିପୋର୍ଟ ଅନୁସାରେ, ଅଳ୍ପ ବୟସର ପିଲାମାନେ ସର୍ବାଧିକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ଓ ଆତ୍ମହତ୍ୟା କରିଛନ୍ତି ମଧ୍ୟ । ୨୦୨୦ର ରିପୋର୍ଟ ମୁତାବକ, ଗୋଟିଏ ବର୍ଷରେ ଆତ୍ମହତ୍ୟା ମାମଲା ୧ଲକ୍ଷ ୫୩ ହଜାର ୫୨ ଟି ସାମନାକୁ ଆସିଛି । ଯାହା ୧୯୬୭ ପରଠାରୁ ସର୍ବାଧିକ । ଏନସିଆରବି ରିପୋର୍ଟ ଅନୁସାରେ, ଦେଶରେ ୨୦୨୦ ମସିହାରେ ଆତ୍ମହତ୍ୟା କରିଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୨୦୧୯ ତୁଳନାରେ ଏହି ସଂଖ୍ୟା ୧୦ ପ୍ରତିଶତ ବୃଦ୍ଧି ପାଇଛି । ତେବେ ଦେଶର ଜନସଂଖ୍ୟା ତୁଳନାରେ ଏହି ସଂଖ୍ୟା କିଛି ଅଭୁତପୂର୍ବ ନୁହେଁ । ତେବେ ୨୦୨୦ରେ ଆତ୍ମହତ୍ୟା ବୃଦ୍ଧି ପାଇବାର କାରଣ ହେଲା କରୋନା ସମୟରେ ଲାଗୁ ହୋଇଥିବା ଲକଡାଉନ୍ ଚିନ୍ତା । କରୋନା ମହାମାରୀ ସମୟରେ ଲାଗୁ ହୋଇଥିବା ଲକଡାଉନ୍ କାରଣରୁ ଲୋକଙ୍କୁ ଖୁବ୍ କ୍ଷତି ସହିବାକୁ ପଡ଼ିଥିଲା । ସ୍କୁଲ-କଲେଜ୍ ବନ୍ଦ ହେବା ସହିତ ଲୋକଙ୍କ ଜୀବନ ଜୀବିକା ଖୁବ୍ ପ୍ରଭାବିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking