29.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଦ୍ୱିତୀୟ ଶ୍ରେଣୀ ଛାତ୍ର ସାଥିରେ ପ୍ରଧାନଶିକ୍ଷକ ଯାହା କଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ଦ୍ୱିତୀୟ ଶ୍ରେଣୀ ଛାତ୍ର ସାଥିରେ ପ୍ରଧାନଶିକ୍ଷକ ଯାହା କଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ମିର୍ଜାପୁର: ମିର୍ଜାପୁରର ଏକ ଘରୋଇ ସ୍କୁଲରେ ଗୁପଚୁପ୍ ଖାଇବାରୁ ପ୍ରଧାନଶିକ୍ଷକ ରାଗରେ ଆସି ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଛାତ୍ରକୁ ଛାତରୁ ଓଲଟା ଲଟକାଇଦେଲେ । ତେବେ ଏହାର ଏକ ଫଟୋ ଓ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭାଇରାଲ୍ ପରେ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦାବି ଉଠିବାରେ ଲାଗିଛି । ଅନ୍ୟପଟେ ଛାତ୍ରର ବାପା ପୋଲିସ ପାଖରେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ, ଅହରୌରାରେ ରହୁଥିବା ରଞ୍ଜୀତ ଯାଦବଙ୍କ ପୁଅ ସୋନୁ ଯାଦବ ସଦ୍ଭାବନା ପ୍ରାଇଭେଟ୍ ସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ପଢ଼େ । ଗୁରୁବାର ଦ୍ୱିପହରରେ ସ୍କୁଲ ବାହାରକୁ ଯାଇ ସୋନୁ ଗୁପଚୁପ୍ ଖାଇବାକୁ ଯାଇଥିଲା । ଏହି କଥା ପ୍ରଧାନଶିକ୍ଷକଙ୍କ କାନରେ ପଡ଼ିବା ପରେ ସୋନୁକୁ ଡାକିଥିଲେ ଏବଂ ତାକୁ ଦ୍ୱିତୀୟ ମହଲାକୁ ନେଇ ତାର ଗୋଡ ପଟରୁ ହାତରେ ଧରି ଛାତରୁ ଓଲଟା ଲଟକାଇ ଦେଇଥିଲେ । ଏହାର ଭିଡିଓ ଭାଇରାଲ୍ ପରେ ହଙ୍ଗାମା ହୋଇଯାଇଥିଲା । ସୂଚନା ପାଇବା ପରେ ବିଏସଏ ଗୌତମ ପ୍ରସାଦ, ଏବିଏସ୍ ଜମାଲପୁରଙ୍କୁ ଯାଞ୍ଚ ଓ ଛାତ୍ରର ବୟାନକୁ ନେଇ ସ୍କୁଲ୍ ର ପ୍ରଧାନଶିକ୍ଷକଙ୍କ ବିରୋଧରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ ସୋନୁର ବାପା ବିଳମ୍ବିତ ରାତିରେ ଖବର ପାଇ ପ୍ରଧାନଶିକ୍ଷକଙ୍କ ବିରୋଧରେ ପୋଲିସ୍ ପାଖରେ ଅଭିଯୋଗ କରିଥିଲେ । ସୋନୁର ବାପା ଅଭିଯୋଗ କରିିଛନ୍ତି ଯେ, ପୂର୍ବରୁ ବି ସଂପୃକ୍ତ ପ୍ରଧାନ ଶିକ୍ଷକ ବିନା କାରଣରେ ସୋନୁକୁ ମାଡ଼ ମାରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking