28.9 C
Bhubaneswar
Sunday, May 5, 2024
Homeଓଡିଶାନିଷ୍ପତି ବଦଳାଇଲା ରେଳ ମନ୍ତ୍ରାଳୟ

ନିଷ୍ପତି ବଦଳାଇଲା ରେଳ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ସୁବିଧା ଶୁଳ୍କ ସହ ଜଡିତ ଗତକାଲିର ନିଷ୍ପତିକୁ ପ୍ରତ୍ୟାହାର କରି ନେଇଛି ରେଳ ମନ୍ତ୍ରଣାଳୟ । ପ୍ରାୟ ୧୯ ଘଣ୍ଟା ପରେ ମନ୍ତ୍ରଣାଳୟ ଏହାର ନିଷ୍ପତ୍ତି ପରିବର୍ତ୍ତନ କରିଛି। ନିବେଶ ଏବଂ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗର ସଚିବ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରେଳ ମନ୍ତ୍ରଣାଳୟ ଆଇଆରସିଟିସି ସୁବିଧା ଶୁଳ୍କ ଉପରେ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ରେଳବାଇର ଏହି ନିଷ୍ପତ୍ତି ସହିତ ଗ୍ରାହକଙ୍କୁ ଶସ୍ତା ଟିକେଟ ମିଳିବ ନାହିଁ।
ଗୁରୁବାର ଆଇଆରସିଟିସି ପକ୍ଷରୁ କୁହାଯାଇଥିଲା କି ରେଳ ମନ୍ତ୍ରଣାଳୟ ତାଙ୍କ ୱେବସାଇଟରେ ବୁକିଂରୁ ଆୟର ୫୦ ପ୍ରତିଶତ ଭାରତୀୟ ରେଳବାଇ ସହ ବାଣ୍ଟିବାକୁ କହିଛି।

ରେଳ ମନ୍ତ୍ରଣାଳୟର ନିଷ୍ପତ୍ତି ପରେ ଶୁକ୍ରବାର ଦିନ ଆଇଆରସିଟିସି ଷ୍ଟକ୍ ୨୯ ପ୍ରତିଶତ ହ୍ରାସ ପାଇ ୬୫୦.୧୦ ଟଙ୍କା ରେ ପହଁଚିଛି । ଅବଶ୍ୟ ସରକାରଙ୍କ ସ୍ପଷ୍ଟୀକରଣ ପରେ ଆଇଆରସିଟିସିର ଷ୍ଟକ ୩୯ ପ୍ରତିଶତ ବୃଦ୍ଧି ପାଇ ୯୦୬ ଟଙ୍କା ସ୍ତରରେ ପହଞ୍ଚିଛି। ଗ୍ରାହକଙ୍କଠାରୁ ଆଦାୟ କରାଯାଉଥିବା ସୁବିଧା ଫି ଆଇଆରସିଟିସି ପାଇଁ ଏକ ବଡ଼ ରାଜସ୍ୱ ସୃଷ୍ଟି କରେ । ଏହି ଦେୟ ରେଳ ଭଡାର ଅଂଶ ନୁହେଁ। ଆଇଆରସିଟିସି ଦ୍ୱାରା ଦିଆଯାଇଥିବା ଅନ୍ଲାଇନ୍ ଟିକେଟ୍ ବୁକିଂ ସେବା ପାଇଁ ଏହା ଆଦାୟ କରାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking