40.1 C
Bhubaneswar
Thursday, April 25, 2024
Homeଓଡିଶାବାଣ ଫୁଟିଲେ ପୁଣି ବଢ଼ିବ କରୋନା’: ଜାଣନ୍ତୁ କାହିଁକି ଏପରି କହିଲେ ଡିଏମଇଟି

ବାଣ ଫୁଟିଲେ ପୁଣି ବଢ଼ିବ କରୋନା’: ଜାଣନ୍ତୁ କାହିଁକି ଏପରି କହିଲେ ଡିଏମଇଟି

ଭୁବନେଶ୍ୱର : ଆଗକୁ ଆସୁଛି ଦୀପାବଳୀ । କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟି ରଖି ବାଣ ଫୁଟାଇବାକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ କଟକଣା ଲଗାଯାଇଛି । ଏହାରି ମଧ୍ୟରେ କୋଭିଡକୁ ନେଇ ଚିନ୍ତା ବଢ଼ାଇଲା ଭଳି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ବାଣ ଫୁଟାଇଲେ ପୁଣି କରୋନା ମାଡିଯିବ ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି । ତାଙ୍କ ମତରେ, ବାଣ ଫୁଟିଲେ ନାଇଟ୍ରିକ୍ ଡାଇଅକ୍ସସାଇଡ ନିର୍ଗତ ହୋଇଥାଏ । ନାଇଟ୍ରିକ୍ ୍ ଡାଇଅକ୍ସସାଇଡ୍ କରୋନା ଭୂତାଣୁ ଅଭିବୃଦ୍ଧିରେ ସହାୟକ ହୋଇଥାଏ । ତେଣୁ ବାଣ ଫୁଟିଲେ କରୋନା ବଢ଼ିବ ବୋଲି ଡିଏମଇଟି କହିଛନ୍ତି । ତେବେ ସବୁଜ ବାଣ ଅନୁମତି ସମ୍ପର୍କିତ ମାମଲାରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଉପରେ ନିଷ୍ପତ୍ତି ଛାଡିଛନ୍ତି ହାଇକୋର୍ଟ । ସୁପ୍ରିମକୋର୍ଟ ଓ ଏନଜିଟିଙ୍କ ନିର୍ଦ୍ଦେଶାବଳୀ ଆଧାରରେ ଏସଆରସି ନିଷ୍ପତ୍ତି ନେବେ । କୋଭିଡ ଗାଇଡଲାଇନ ଆଧାରରେ ନିଷ୍ପତ୍ତି ନେବେ ଏସଆରସି । ସବୁଜ ବାଣକୁ ନେଇ ଆସନ୍ତାକାଲି ଦିନ ୧୧ଟାରେ ଏସଆରସି ଶୁଣାଣି କରିବେ । ଦିନ ଗୋଟାଏ ସୁଦ୍ଧା ଶୁଣାଣି ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିଷ୍ପତ୍ତି ସମ୍ପର୍କରେ ସୋମବାର ୧୦ଟାରେ କୋର୍ଟଙ୍କୁ ଜଣାଇବେ ଏସଆରସି । ସୋମବାର ଅପରାହ୍ନ ୨ଟାରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking