27.1 C
Bhubaneswar
Tuesday, May 7, 2024
Homeସ୍ୱାସ୍ଥ୍ୟପେଟ, ଅଲସର ଏବଂ ସ୍ତନ କ୍ୟାନସର ସେଲସକୁ ସୃଷ୍ଟି ହେବାକୁ ଦିଏନାହିଁ ଶୁଖିଲା ନଡିଆ, ଜାଣନ୍ତୁ...

ପେଟ, ଅଲସର ଏବଂ ସ୍ତନ କ୍ୟାନସର ସେଲସକୁ ସୃଷ୍ଟି ହେବାକୁ ଦିଏନାହିଁ ଶୁଖିଲା ନଡିଆ, ଜାଣନ୍ତୁ ଫାଇଦା

ବ୍ୟୁରୋ : ସାଧାରଣତଃ ଘରେ ନଡିଆ ରହି ରହି ଶୁଖିଯାଏ। ଏହା ମଧ୍ୟରେ ଥିବା ପାଣି ଶୁଖିଯିବା ପରେ ଏହାକୁ ଲୋକେ କେବଳ ତେଲ ବାହାର କରିବା ପାଇଁ ବ୍ୟବହାର କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଏହାର ଅନେକ ଫାଇଦା ରହିଛି, ଯାହା ଶରୀରର ଅନେକ ରୋଗକୁ ଦୂର କରିଥାଏ। ଶୁଖିଲା ନଡିଆ ଖାଇବା ଶରୀରକୁ ଫାଇଦା ଦେଇଥାଏ।
– ଶୁଖିଲା ନଡିଆ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ଶରୀର ପତଳା ହୋଇଥିଲେ ଅଧ ଲିଟର କ୍ଷୀର ସହିତ ୫ଟି କାଜୁ, ୫ଟି ବାଦାମ ଏବଂ ୨୦ ଗ୍ରାମ ଶୁଖିଲା ନଡିଆ ଏବଂ ୪ଟି ଖଜୁରୀ ପକାଇ ଫୁଟାଇ ପିଅନ୍ତୁ। ଏପରି ଲଗାତାର ସପ୍ତାହ ପର‌୍ୟ୍ୟନ୍ତ କରିବା ଦ୍ୱାରା ଶରୀରର ପାଇଁ ଲାଭପ୍ରଦ ହୋଇଥାଏ।
– ଶୁଖିଲା ନଡିରେ ଭରପୂର ମାତ୍ରାରେ କପର ରହିଛି, ଯାହା ମସ୍ତିଷ୍କ ଶକ୍ତିକୁ ବୃଦ୍ଧି କରିବା ସହିତ ସ୍ମରଣ ଶକ୍ତି ବଢାଥାଏ। ଏହା ଏପରି ଏନଜାଇମ ସୃଷ୍ଟି କରିଥାଏ, ଯାହା ନ୍ୟୁରୋଟ୍ରାନ୍ସମିଟରକୁ ବଢାଇଥାଏ।
– ଏଥିରେ ଆଇରନର ଭରପୁର ମାତ୍ରା ରହିଛି, ଯାହାକୁ ନିୟମିତ ସେବନ କରିବା ଦ୍ୱାରା ରକ୍ତର ଅଭାବ ଏବଂ ଏନିମିୟା ଭଳି ରୋଗରୁ ରକ୍ଷା କରିଥାଏ। ଏହାସହିତ ଦୁର୍ବଳତା ମଧ୍ୟ ଦୂର ହୁଏ।
– ଶୁଖିଲା ନଡିଆ ହୃଦ୍ ସମସ୍ୟା ଜନିତ ରୋଗକରୁ ରକ୍ଷା କରିଥାଏ। ପୁରୁଷଙ୍କୁ ପ୍ରତିଦିନ ୩୮ ଗ୍ରାମ ଡାଏଟ୍ରି ଫାଇବର ଆବଶ୍ୟକତା ପଡିଥାଏ। ଯାହା ଶୁଖିଲା ନଡିଆରୁ ମିଳିପାରିବ।
– ଏଥିରେ ଅତ୍ୟଧିକ ମାତ୍ରାରେ ସିଲେନିୟମ ଭରପୁର ରହିଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ।
– ଶୁଖିଲା ନଡିଆରେ କୋଲେଷ୍ଟ୍ରୋଲ, ଫାବର, ମ୍ୟାଗ୍ନେସିୟମ, କପର ଏବଂ ସିଲେନିୟମ ଭଳି ପୋଷକ ତତ୍ତ୍ୱ ରହିଥାଏ। ଏଥିପାଇଁ ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଶାରୀରିକ ଥକ୍କାପଣ ଏବଂ ଦୁର୍ବଳତା ଦୂର ହୁଏ।
– ବୟସ ବଢିବା ସଙ୍ଗେ ସଙ୍ଗେ ଅଲଜାଇମର ସମସ୍ୟା ଦେଖାଦେଇଥାଏ। ଯାହାଫଳରେ ବ୍ୟକ୍ତିର ସ୍ମରଣ ଶକ୍ତି ଦୁର୍ବଳ ହେବାକୁ ଲାଗିଥାଏ। ଏହି ସମସ୍ୟା ଦୂର କରିବା ପାଇଁ ଶୁଖିଲା ନଡିଆ ଖାଇବା ଉଚିତ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking