32.1 C
Bhubaneswar
Friday, April 26, 2024
Homeଓଡିଶାଅନୁଗୁଳମାତିଲେ ଦୁର୍ବୃତ୍ତ, ଗୁଳି ଫୁଟାଇ ଲୁଟିଲେ ୬ ଲକ୍ଷ

ମାତିଲେ ଦୁର୍ବୃତ୍ତ, ଗୁଳି ଫୁଟାଇ ଲୁଟିଲେ ୬ ଲକ୍ଷ

ଅନୁଗୋଳ: ଦିବା ଆଲୋକରେ ଅନୁଗୋଳରେ ମାତିଲେ ଦୁର୍ବୃତ୍ତ । ଗୁଳି ଫୁଟାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା । ମଦ ବ୍ୟବସାୟୀଙ୍କ କର୍ମଚାରୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟିଛନ୍ତି ଲୁଟେରା । ଅନୁଗୋଳ ଟାଉନ ଥାନା କୁରୁଢୁଲୁ ନିକଟରେ ଘଟିଛି ଏହି ଘଟଣା । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । କୁରୁଡୁଲୁ ନିକଟରେ ଗୁଳିମାଡ଼ ଓ ମାରଣାସ୍ତ୍ରରେ ଆକ୍ରମଣ କରି ମଦ କର୍ମଚାରୀଙ୍କଠୁ ଏହି ଲୁଟି ହୋଇଛି । ଶର୍ମା ଛକରୁ ଏକ ମଦ ଦୋକାନରୁ ଟଙ୍କା ନେଇ ଅନୁଗୋଳ ଆସୁଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହେଲେ ମଦ ଦୋକାନର କର୍ମଚାରୀ ଶେଷନାଥ ଗୁପ୍ତା ।

ଗୁଳିଚାଳନା କରି ୬ ଲକ୍ଷ ଟଙ୍କା ଲୁଟି ନେଇଥିବା ହୋଇଛି ଅଭିଯୋଗ । ମାରଣାସ୍ତ୍ରରେ କର୍ମଚାରୀଙ୍କ ହାତ ଓ ଛାତିକୁ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ଚାଲିଛି ଚିକିତ୍ସା । ଏକ କାର ଯୋଗେ ଦୁର୍ବୃତ୍ତ ମାନେ ପ୍ରଥମେ ଟଙ୍କା ନେଇ ଯାଉଥିବା କର୍ମଚାରୀଙ୍କ ପିଛା କରିଥିଲେ । ଏହାପରେ ନିଛାଟିଆ ରାସ୍ତା ଦେଖି ତାଙ୍କୁ ଆକ୍ରମଣ କରିଥିଲେ । ତେବେ ପୋଲିସ ଏହି ଘଟଣାରେ ଅଭିଯୋଗକୁ ଭିତ୍ତି କରି ଅଧିକ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking