28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଲାଠିଆଗୁଡାରେ ପାନୀୟଜଳର ସମସ୍ୟା

ଲାଠିଆଗୁଡାରେ ପାନୀୟଜଳର ସମସ୍ୟା

କଳାହାଣ୍ଡି: ଗ୍ରାମାଞ୍ଚଳ ହେଉ ଅବା ସହରାଞ୍ଚଳ ସରକାର ଲୋକଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ବିଶୁଦ୍ଧ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରିଛନ୍ତି ଏବଂ ଏଥିପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଏବେବି ଅନେକ ଅଞ୍ଚଳରେ ପାନୀୟଜଳର ବ୍ୟବସ୍ଥା ହୋଇ ପାରିନାହିଁ। ଲୋକେ ପିଇବା ଉପଯୋଗୀ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଏପରିକି ଦୂଷିତ ପାଣି ପିଇବାକୁ ପରିସ୍ଥିତି ବାଧ୍ୟ କରୁଛି। ଏପରି ସ୍ଥଳେ ଲୋକେ ଝାଡାବାନ୍ତି ଭଳି ବିଭିନ୍ନ ରୋଗର ଶିକାର ହେଉଛନ୍ତି ଏବଂ ଚିକିତ୍ସାରେ ଅବହେଳା ହେଲେ ମୃତ୍ୟୁ ବରଣ କରିଥିବା ନଜର୍ ରହିଛି। କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ ବାଗଡିଆଣି ଗ୍ରାମ ପଞ୍ଚାୟତ ଅଧିନସ୍ଥ ଲାଠିଆଗୁଡାର ମଶାଣି ପଡାରେ ବହୁଦିନରୁ ଦେଖାଦେଇଛି ପାନୀୟଜଳ ସମସ୍ୟା।ପ୍ରାୟ ୪୫ ପରିବାର ବସବାସ କରୁଥିବା ଏହି ପଡାରେ ନାହିଁ ପାନୀୟଜଳ ବ୍ୟବସ୍ଥା। ଗ୍ରାମର ପ୍ରତ୍ୟେକ ବସ୍ତିକୁ ପାନୀୟଜଳ ଯୋଗାଣ ପାଇଁ ସାଢେ଼ ତିନି ଲକ୍ଷ ଟଙ୍କା ବ୍ୟୟରେ ଏକ ସୋଲାର୍ ଟାଙ୍କି ପ୍ରକଳ୍ପ ସ୍ଥାପନା କରାଯାଇଛି। କିନ୍ତୁ ଏହି ପଡା ପାଇଁ ତାହା ଅପହଞ୍ଚ ହୋଇପଡିଛି। ପଡାସ୍ଥିତ ବିଦ୍ୟାଳୟରେ ଥିବା ଗୋଟିଏ ମାତ୍ର ନଳକୂପର ପାଣି ତାହା ମଧ୍ୟ ବ୍ୟବହାର ଉପଯୋଗୀ ନଥିବା ବେଳେ ଏନେଇ ବାରମ୍ବାର ପ୍ରଶାସନ ପାଖରେ ଜଣାଇଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ଆଣିଛନ୍ତି ପଡାର ମହିଳା ମାନେ। ସରକାର ତୁରନ୍ତ ଏହି ପଡାରେ ପାନୀୟଜଳର ବ୍ୟବସ୍ଥା କରିବାକୁ ପଡାବାସୀ ଦାବୀ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking