30.1 C
Bhubaneswar
Friday, April 26, 2024
Homeଓଡିଶାମଦ ପିଇ ରାସ୍ତାରେ ଗଡ଼ିଲେ ପିଇଓ!

ମଦ ପିଇ ରାସ୍ତାରେ ଗଡ଼ିଲେ ପିଇଓ!

ବୁଗୁଡ଼ା : ଡ୍ୟୁଟି ସମୟରେ ଡ୍ୟୁଟି ନ କରି ମଦ ପିଇ ରାସ୍ତାରେ ଗଡୁଛନ୍ତି ସରକାରୀ କର୍ମଚାରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ସହରରେ । ଅଫିସ୍ ସମୟରେ ଅଫିସ୍‌ରେ ନରହି ଜଣେ ସରକାରୀ କର୍ମଚାରୀ ରାସ୍ତାକଡ଼ରେ ମଦ ପିଇ ଅଚେତ ଅବସ୍ଥାରେ ପଡ଼ି ରହିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କର୍ମଚାରୀ ଜଣକ ବୁଗୁଡ଼ା ବ୍ଲକରେ କାର୍ଯ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଫୁଲ ଚନ୍ଦ୍ର ସାହୁ ବୋଲି ଜଣାପଡ଼ଛି । ଆଜି ପୂର୍ବାହ୍ନ ପ୍ରାୟ ଦିନ ୧୧ଟାରେ ପିଇଓ ମୁଖ୍ୟ ସଡ଼କରେ ଚାଲିଚାଲି ଆସୁଥିବା ବେଳେ ସ୍ଥାନୀୟ ଇଣ୍ଡିଆନ୍ ବ୍ୟାଙ୍କ ସମ୍ମୁଖରେ ହଠାତ୍ ଟଳି ପଡ଼ିଥିଲେ । କିଛି ଅସୁବିଧା ହେଲା ଭାବି ଆଖ ପାଖରେ ଥିବା ଲୋକେ ତାଙ୍କୁ ଉଠାଇ ରାସ୍ତାକଡ଼କୁ ନେଇଥିଲେ । ତେବେ ତାଙ୍କ ପାଟିରୁ ମଦ ଗନ୍ଧ ବାହାରୁଥିବା ଏବଂ ସେ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରୁଥିଲେ ।

ଏହା ନାଲି ପାଣିର କମାଲ ବୋଲି ଲୋକେ ଆଲୋଚନା କରୁଥିଲେ । ସାର୍ଟ ପକେଟରେ ଥିବା ମୋବାଇଲ କାଳେ କିଏ ନେଇଯିବ ଭାବି ଜଣେ ବ୍ୟକ୍ତି ତାହାକୁ ନେଇ ବ୍ଲକ୍ କାର୍ଯ୍ୟାଳୟରେ ଜିମା ଦେଇଥିଲେ । ରାସ୍ତା କଡ଼ରେ ପଡ଼ି ରହିଥିବା ସରକାରୀ କର୍ମଚାରୀଙ୍କ ଏପରି ହାଲତ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା । ତେବେ କୌଣସି ସୂତ୍ରରୁ ଖବର ପାଇ ତାଙ୍କ ସ୍ତ୍ରୀ ଓ ପୁଅ ଖଲ୍ଲିକୋଟ ଅଞ୍ଚଳରୁ ଆସି ଅପରାହ୍ନରେ ଏକ ଅଟୋରେ ତାଙ୍କୁ ଉଠାଇ ନେଇଥିବା ଜଣାପଡିଛି । ବାବୁଙ୍କ ମଦ ନିଶାରେ ଗଡୁଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ବାବୁ ଜଣଙ୍କ ପୂର୍ବରୁ ବୁଗୁଡ଼ା ବ୍ଲକର ବିରଞ୍ଚିପୁର ପଞ୍ଚାୟତ ଦାୟିତ୍ୱରେ ଥିଲେ । ତେବେ ଅଧିକାଂଶ ସମୟରେ କାର୍ଯ୍ୟାଳୟକୁ ନଯାଇ ନିଶାଗ୍ରସ୍ତ ଅବସ୍ଥାରେ ରହିବା କାରଣରୁ ତାଙ୍କୁ କିଛି ମାସ ହେଲା ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟକୁ ଅଣାଯାଇଛି । ଏଭଳି କର୍ମ ବିମୁଖ ନିଶାଗ୍ରସ୍ତ ସରକାରୀ କର୍ମଚାରୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ସର୍ବସାଧାରଣରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking