28.1 C
Bhubaneswar
Saturday, April 27, 2024
Homeକରୋନାରୋଗୀଙ୍କ ପାଇଁ ଡିଆରଡିଓର ୨-ଡିଜି ଔଷଧ ପ୍ରସ୍ତୁତ; କାଲି ମିଳିବ ୧୦ ହଜାର ପାନ

ରୋଗୀଙ୍କ ପାଇଁ ଡିଆରଡିଓର ୨-ଡିଜି ଔଷଧ ପ୍ରସ୍ତୁତ; କାଲି ମିଳିବ ୧୦ ହଜାର ପାନ

ନୂଆଦିଲ୍ଲୀ : କରୋନା ମହାମାରୀର ମୁକାବିଲା ପାଇଁ ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ଦ୍ବାରା ତିଆରି ହୋଇଥିବା ଔଷଧ ୨-ଡିଜି ରୋଗୀଙ୍କ ପାଇଁ ପ୍ରସ୍ତୁତ ରହିଛି। ଆସନ୍ତା କାଲି ଅର୍ଥାତ ରବିବାରଠାରୁ ଏହା ଉପଲବ୍ଧ ହେବ। ଡିଆରଡିଓ ପକ୍ଷରୁ କାଲି ସରକାରଙ୍କୁ ୧୦ ହଜାର ପାନ୍‌ ଔଷଧ ପ୍ରଦାନ କରାଯିବ। ଫଳରେ କରୋନା ବିରୋଧୀ ଲଢ଼େଇ ଆହୁରି ମଜଭୁତ ହୋଇପାରିବ। ସେହିପରି ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହାର ଉତ୍ପାଦନ ବୃଦ୍ଧି କରିବା ଲାଗି ଗୁରୁତ୍ଵ ଦିଆଯାଉଛି।

ଡିଆରଡିଓର ବୈଜ୍ଞାନିକମାନଙ୍କ ଏକ ଟିମ୍‌ ଦ୍ବାରା ପ୍ରସ୍ତୁତ ହୋଇଥିବା ଏହି ଔଷଧକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା। ହାଇଦ୍ରାବାଦ ବ୍ୟତୀତ ଦେଶର ଅନ୍ୟ କେତେକ କେନ୍ଦ୍ରରେ ଏହି ଔଷଧ ବହୁ ସଂଖ୍ୟାରେ ଉତ୍ପାଦନ ଆରମ୍ଭ ହୋଇଛି। ଡିଆରଡିଓର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଏହି ଔଷଧ କରୋନା ରୋଗୀଙ୍କୁ ଶୀଘ୍ର ସୁସ୍ଥ କରିଥାଏ ଏବଂ ଅମ୍ଳଜାନ ଉପରେ ନିର୍ଭରତା କମ୍‌ କରିଥାଏ। ବୈଜ୍ଞାନିକଙ୍କ କହିବା ଅନୁସାରେ, ଯେତେବେଳେ କୌଣସି ଭୂତାଣୁ ଶରୀରରେ ପ୍ରବେଶ କରିଥାଏ, ସେତେବେଳେ ନିଜର ବଂଶ ବିସ୍ତାର କରିଥାଏ। ଏଥିଲାଗି ଭୂତାଣୁ ମଣିଷ ଶରୀରରେ ଥିବା କୋଷିକାଗୁଡ଼ିକଠାରୁ ବହୁ ମାତ୍ରାରେ ପ୍ରୋଟିନ ନେଇଥାଏ। ଡିଆରଡିଓ ଦ୍ବାରା ପ୍ରସ୍ତୁତ ଔଷଧ ଏକ ସୁଡୋ ଗ୍ଲୁକୋଜ, ଯାହା ଭୂତାଣୁର ବଂଶବିସ୍ତାର କ୍ଷମତା ବୃଦ୍ଧିକୁ ରୋକିଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking