32.1 C
Bhubaneswar
Saturday, May 4, 2024
Homeଓଡିଶାଭୁବନେଶ୍ୱର'କାଲିଠୁ ଘରକୁ ଘର ବୁଲି ରୋଗୀ ଚିହ୍ନଟ'

‘କାଲିଠୁ ଘରକୁ ଘର ବୁଲି ରୋଗୀ ଚିହ୍ନଟ’

ଭୁବନେଶ୍ୱର : ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ପୁରୁଣା ଷ୍ଟ୍ରାଟେଜି ଅନୁସାରେ କାର୍ଯ୍ୟ ହେବ । ଟିକା ଓ ସର୍ଭେଲାନ୍ସ ଜୋରଦାର ହୋଇଛି । କାଲିଠୁ ଇଣ୍ଟିଗ୍ରେଟଡେ୍ ସର୍ଭେଲାନ୍ସ ହେବ । ଘର ଘର ବୁଲି ରୋଗୀ ଚିହ୍ନଟ ହେବେ । ଚିହ୍ନଟ ରୋଗୀଙ୍କୁ ଆଇସୋଲେସନ କରାଯାଇ ଚିକିତ୍ସା କରାଯିବ । ଆବଶ୍ୟକ ମାନବ ସମ୍ବଳ ବଢାଇବାକୁ ମେଡିକାଲ କଲେଜ କୁ କୁହାଯାଇଛି । ରାଜ୍ୟରେ ସଂକ୍ରମଣ ଧୀରେ ଧୀରେ ବଢୁଛି ।ଆଲାର୍ମିଂ ସ୍ଥିତି ନାହିଁ । ସେପଟେ  ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୯ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ନେଇ ନାହାନ୍ତି । ୪୦ % ସ୍ୱାସ୍ଥ୍ୟକର୍ମୀ, ୧୦% ସମ୍ମୁଖ ଯୋଦ୍ଧା ପ୍ରିକସନ ଡୋଜ୍ ନେଇ ନାହାନ୍ତି । ୧୮ ରୁ ଉର୍ଦ୍ଧ ୯୬%, ୧୨ରୁ ୧୪-୯୧%, ୧୫ ରୁ ୧୭-୮୦% ଟିକା ନେଇଛନ୍ତି । ଜୁନ୍ ୧ ରୁ ହରଘର ଦସ୍ତକ କାର୍ଯ୍ୟକ୍ରମରେ ୧.୪୬ ଲକ୍ଷ ଟିକା ନେଇଛନ୍ତି ।ଏବେ ରାଜ୍ୟରେ ୨୨୭୭ ଟି ଟିକାକରଣ କେନ୍ଦ୍ରରେ ଟିକାଦାନ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking