27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଏମିତି ଏକ ପାହାଡ ଯେଉଁଠି ପଥର ଫୋପାଡିଲେ ଜଣାପଡେ ଯେ ପୁଅ ହେବ ନା ଝିଅ

ଏମିତି ଏକ ପାହାଡ ଯେଉଁଠି ପଥର ଫୋପାଡିଲେ ଜଣାପଡେ ଯେ ପୁଅ ହେବ ନା ଝିଅ

ନୁଆଦିଲ୍ଲୀ : ସାଧାରଣତଃ ଗର୍ଭରେ ଥିବା ଶିଶୁର ଲିଙ୍ଗ ନିରୂପଣ କରିବା ପାଇଁ ସୋନୋଗ୍ରାଫିର ସାହାଯ୍ୟ ନିଆଯାଇଥାଏ କିନ୍ତୁ ଏହା ଆଇନତଃ ଅପରାଧ । ଆଜିର ଏହି ଯୁଗରେ ଟେକନିକ୍ ବହୁତ ବିକାଶ କରିସାରିଲାଣି କିନ୍ତୁ ଝାରଖଣ୍ଡରେ ଏମିତି ଏକ ଅଞ୍ଚଳ ଅଛି ଯେଉଁଠି ପ୍ରାଚୀନ ପରମ୍ପରାକୁ ଏବେ ବି ଲୋକେ ମାନିଆସୁଛନ୍ତି । ଝାରଖଣ୍ଡର ଲୋହରଦଗା ସ୍ଥିତ ଖୁଖରା ଗାଁରେ ଏମିତି ଏକ ପାହାଡ ଅଛି ଯାହା ଗର୍ଭରେ ଥିବା ଶିଶୁ ପୁଅ ନା ଝିଅ ତାହା ଜଣାଇଦେଉଛି ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ ଗୋଟିଏ ବି ଟଙ୍କା ଖର୍ଚ୍ଚ ନକରି ସେମାନେ ଏହା ଜାଣିପାରିଥାନ୍ତି । ଏହି ପରମ୍ପରା ଏଠାରେ ୪ଶହ ବର୍ଷ ହେଲାଣି ଚାଲିଆସୁଛି । ୪ ଶହ ବର୍ଷ ପୂର୍ବେ ନାଗବଂଶୀ ରାଜାଙ୍କ ଶାସନ କାଳରୁ ଏହା ଚାଲିଆସୁଛି । ସ୍ଥାନୀୟ ଲୋକେ କୁହନ୍ତି ଏହି ପର୍ବତ ୪୦୦ ବର୍ଷ ହେଲାଣି ଲୋକଙ୍କୁ ତାଙ୍କ ଭବିଷ୍ୟ ସମ୍ପର୍କରେ ସୂଚନା ଦେଇଆସୁଛି । ଏହି ପର୍ବତ ପ୍ରତି ଲୋକଙ୍କର ବହୁତ ଶ୍ରଦ୍ଧା ରହିଛି ।

ଲୋକମାନେ କୁହନ୍ତି ଏହି ପାହାଡରେ ଜହ୍ନ ଆକୃତିର ଏକ ଜିନିଷ ରହିଛି ଯାହାକି ଲୋକଙ୍କୁ ସେମାନଙ୍କ ଭବିଷ୍ୟ ସମ୍ପର୍କରେ ଜଣାଇଆସୁଛି । ପଥର ଫୋପାଡି ଏହି ସୂଚନା ପାଇହୁଏ । ଗର୍ଭବତୀ ମହିଳା ଏକ ନିର୍ଦ୍ଧିଷ୍ଟ ସ୍ଥାନରୁ ଏହି ପାହାଡ ଉପରକୁ ପଥର ଫିଙ୍ଗିଥାନ୍ତି ।ଯଦି ପଥର ଚନ୍ଦ୍ରମା ଆକୃତିର ଠିକ୍ ମଝିରେ ବାଜିଥାଏ ତେବେ ଏହା ମାନିନିଆଯାଏ ଯେ ପୁଅ ହେବ ଏବଂ ଯଦି ପଥରଟି ଜହ୍ନର ବାହାରେ ବାଜିଥାଏ ତେବେ ଝିଅ ହେବ । ତେବେ ଗର୍ଭରେ ବଢୁଥିବା ଶିଶୁର ଲିଙ୍ଗ ନିରୁପଣ କରିବାର କୌଣସି ବି ଉପାୟକୁ ବନ୍ଦ କରିଦେବା ଉଚିତ୍ । ଏହା ଫଳରେ ଭୃଣ ହତ୍ୟାକୁ ରୋକାଯାଇହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking