25.1 C
Bhubaneswar
Thursday, May 9, 2024
Homeଖେଳଟିମ୍ ଉପରେ ବୋଝ ହେବାକୁ ଚାହୁଁନି: ଧୱନ୍‌

ଟିମ୍ ଉପରେ ବୋଝ ହେବାକୁ ଚାହୁଁନି: ଧୱନ୍‌

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ସିନିୟର୍ ବ୍ୟାଟର୍ ଶିଖର ଧୱନ୍ ବର୍ତ୍ତମାନ ସମୟରେ କେବଳ ଦିନିକିଆ ଟିମ୍‌ର ସଦସ୍ୟ ଅଛନ୍ତି । କେତେକ କ୍ରିକେ୍ ପ୍ରଶଂସକଙ୍କ ଅନୁସାରେ ଆଇପିଏଲ୍‌ରେ ଆକର୍ଷଣୀୟ ପ୍ରଦର୍ଶନ ପରେ ତାଙ୍କୁ ଟି-୨୦ ଟିମ୍‌ର ସ୍ଥାନ ମିଳିବା ଆବଶ୍ୟକ । ତେବେ ସ୍ୱୟଂ ଧୱନ୍ କେବଳ ଗୋଟିଏ ଫର୍ମାଟ୍‌ରେ ଖେଳିବାକୁ ନେଇ ନିରାଶ ନାହାନ୍ତି । ଭାରତୀୟ ଓପ୍ନର୍ ଏକ ସାକ୍ଷାତକାରରେ କହିଛନ୍ତି, ତାଙ୍କର କୌଣସି ଦୁଃଖ ନାହିଁ ଏବଂ ଏହି ଫର୍ମାଟ୍‌ରେ ସେ ନିଜର ଉନ୍ନତ ପ୍ରଦର୍ଶନ ଜାରି ରଖିବାକୁ ଚାହୁଁଛନ୍ତି । ସୂଚନାଯୋଗ୍ୟ, ସିନିୟର୍ ଖେଳାଳିଙ୍କ ଅନୁପସ୍ଥିତିରେ ୱେଷ୍ଟ୍‌ଇଣ୍ଡିଜ୍ ଗସ୍ତରେ ଦିନିକିଆ ସିରିଜ୍‌ରେ ଟିମ୍‌ର ନେତୃତ୍ୱ ନେଇଥିବା ଧୱନ୍‌ଙ୍କୁ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ମଧ୍ୟ ଟିମ୍‌ର କ୍ୟାପ୍‌ଟେନ୍ କରାଯାଇଛି । ନିଜର ୩୭ତମ ଜନ୍ମଦିନ ପୂର୍ବରୁ ଧୱନ୍ ନିଜେ ପ୍ରତିଶ୍ରୁତି ଦେଇଥିଲେ ଯେ ଯେତେବେଳ ପର୍ଯ୍ୟନ୍ତ ଟିମ୍ ପାଇଁ ଉପଯୋଗ୍ୟ ରହିବେ ସେତେବେଳ ପର୍ଯ୍ୟନ୍ତ ଖେଳିବେ ।

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟିମ୍‌ର ସଫଳ ନେତୃତ୍ୱ ନେଇଥିବା ଧୱନ୍ ପିଟିଆକୁ ଦେଇଥିବା ସାକ୍ଷାତକାରରେ କହିଥିଲେ, ‘ମୁଁ ଯେତେବେଳ ପର୍ଯ୍ୟନ୍ତ ଟିମ୍ ପାଇଁ ଉପଯୋଗୀ ରହିବି, ସେ ପର୍ଯ୍ୟନ୍ତ ଖେଳିବ । ମୁଁ ଟିମ୍ ଉପରେ ବୋଝ ହେବାକୁ ପସନ୍ଦ କରିବି ନାହିଁ ।’ ଧୱନ୍ ୨୦୨୦ ପ୍ରାରମ୍ଭରୁ ୱେଷ୍ଟ୍‌ଇଣ୍ଡିଜ୍ ଗସ୍ତ ପର୍ଯ୍ୟନ୍ତ ଭାରତ ପାଇଁ ୨୨ ଦିନିକିଆ ମ୍ୟାଚ୍ ଖେଳି ୧୦ ଅର୍ଦ୍ଧଶତକ ସହାୟତାରେ ୯୭୫ ରନ୍ କରିଛନ୍ତି । ଏହା ଅନ୍ୟ ଭାରତୀୟ ଖେଳାଳିଙ୍କଠାରୁ ସବୁଠୁ ଅଧିକ । ଏ ସମ୍ପର୍କରେ ଧୱନ୍ କହିଛନ୍ତି, ମୁଁ ଜଣେ ଶାନ୍ତ ଏବଂ ପରିପକ୍ୱ ବ୍ୟକ୍ତି । ଏହି ପ୍ରଦର୍ଶନ ମୋ ଅନୁଭବକୁ ଦର୍ଶାଉଛି । ଖେଳକୁ ନେଇ ମୋ ଚିନ୍ତାଧାରା ବହୁତ ମଜଭୁତ ଏବଂ ନିଜ ଟେକ୍‌ନିକ୍‌ରେ ସୁଧାର ପାଇଁ କଠିନ ପରିଶ୍ରମ କରିଛି । ସେହିପରି ଗୋଟିଏ ଫର୍ମାଟ୍‌କୁ ଜାଣିବା ମଧ୍ୟ ବହୁ ମହତ୍ତ୍ୱପୂର୍ଣ୍ଣ ।

ମୁଁ ଦିନିକିଆ ଫର୍ମାଟ୍‌ର ଆବଶ୍ୟକତାକୁ ଜାଣିଛି ଏବଂ ଏଥିରୁ ମୋତେ ମହୁ ସହାୟତା ମିଳିଛି ।’କେବଳ ଗୋଟିଏ ଫର୍ମାଟ୍‌ରେ ଖେଳିବାକୁ ନେଇ ପ୍ରଶ୍ନର ଉତ୍ତରରେ ଧୱନ୍ କହିଥିଲେ, ‘ଏହାକୁ ନେଇ ମୁଁ କେବେ ବି ନିରାଟ ନୁହେଁ । ଏ ସମ୍ପର୍କରେ ମୁଁ ଚିନ୍ତା କରିବା ମଧ୍ୟ ପସନ୍ଦ କରୁନାହିଁ । ମୋତେ ଦୁଇ ତିନିମାସରେ ଖେଳିବାର ସୁଯୋଗ ମିଳୁଛି ଏବଂ ଏହାଦ୍ୱାରା ମୋତେ ଫିଟ୍ ରହିବାକୁ ସହାୟତା ମିଳୁଛି । ମୋତେ ଯାହା ମିଳୁଛି ସେଥିରେ ଖୁସି ଅଛି ବୋଲି ସେ କହିଛନ୍ତି । ଯଦି ଭାରତ ପାଇଁ ମୁଁ ଗୋଟିଏ ଫର୍ମାଟ୍‌ରେ ଖେଳୁଛି, ତେବେ ସେହି ଫର୍ମାଟ୍‌ରେ ମୋର ସବୁକିଛି ଦେବାକୁ ଉଦ୍ୟମ କରିଥାଏ । ମୁଁ ସକାରାତ୍ମକ ଚିନ୍ତାଧାରାର ବ୍ୟକ୍ତି । ମୋ ମଧ୍ୟରେ ଆପଣଙ୍କୁ କୌଣସି ନକାରାତ୍ମକତା ଦେଖିବାକୁ ମିଳିବ ନାହିଁ ।’ ଧୱନ୍ ଆହୁରି କହିଥିଲେ, ମୁଁ ଏବେ ୩୬ ବର୍ଷର ହୋଇଥିବା ବେଳେ ପୂର୍ବାପେକ୍ଷା ଅଧିକ ଫିଟ୍ ଅଛି । ମୋ ଟେକ୍‌ନିକ୍‌ରେ ମଧ୍ୟ ଉନ୍ନତି ଘଟିଛି ।

ମୁଁ ଜିମ୍‌, ଯୋଗ, ଦୌଡ଼ ସହିତ ଶାରୀରିକ ବ୍ୟାୟାମ କରି ନିଜକୁ ଉନ୍ନତ କରିଛି ।’ ଦେଶ ପାଇଁ ୧୫୫ ଦିନିକିଆ ମ୍ୟାଚ୍ ଖେଳି ପ୍ରାୟ ୬୫୦୦ ରନ୍ କରିଥିବା ଧୱନ୍ ଜିମ୍ବାୱେ ଗସ୍ତରେ ଭାରତୀୟ ଟିମ୍‌ର ନେତୃତ୍ୱ ନେବେ । ଏ ସମ୍ପର୍କରେ ସେ କହିଛନ୍ତି, କ୍ୟାପ୍‌ଟେନ୍ ଭାବେ ଟିମ୍‌ର ବୋଲର୍‌ଙ୍କ ଉପରେ ବିଶ୍ୱାସ ରଖିଥାଏ ଏବଂ ପ୍ରଥମେ ସେମାନଙ୍କ ଯୋଜନାକୁ ଆପଣାଇଥାଏ । ଶୀର୍ଷସ୍ତରରେ ପ୍ରତ୍ୟେକ ପେସାଦାର ହୋଇଥାନ୍ତି ଏବଂ ନିଜର ଦାୟିତ୍ୱ ସମ୍ପର୍କରେ ସଚେତନ ଥାନ୍ତି । ଯଦି ବୋଲର୍‌ଙ୍କ ଯୋଜନା କାମ କରିନଥାଏ, ତେବେ ଆମ ପାଖରେ ଦ୍ୱିତୀୟ ଯୋଜନା ପ୍ରସ୍ତୁତ ଥାଏ ବୋଲି ଧୱନ୍ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking