34.1 C
Bhubaneswar
Friday, March 29, 2024
Homeଅପରାଧସନ୍ଦେହ ଘେରରେ ନବବଧୂଙ୍କ ମୃତ୍ୟୁ: ଶାଶୁ ଶ୍ୱଶୁରଙ୍କୁ ଗିରଫ ଦାବିରେ ରାସ୍ତାରୋକ

ସନ୍ଦେହ ଘେରରେ ନବବଧୂଙ୍କ ମୃତ୍ୟୁ: ଶାଶୁ ଶ୍ୱଶୁରଙ୍କୁ ଗିରଫ ଦାବିରେ ରାସ୍ତାରୋକ

ନୀଳଗିରି : ନୀଳଗିରି ଥାନା ବାଉଁଶବଣିଆ ପଞ୍ଚାୟତର ମାନଗଡ଼ ଗ୍ରାମରେ ପ୍ରଫୁଲ୍ଲ ବାରିକ (୨୫) ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନସ୍ଥ ଗେଣ୍ଡାଗଡ଼ିଆ ଗାଁର ଅଜୟ ବାରିକଙ୍କ ଝିଅ ମଧୁସ୍ମିତାଙ୍କୁ ଏକବର୍ଷ ପୂର୍ବରୁ ବୈଦିକ ରୀତିରେ ବିବାହ କରିଥିଲେ । ଗତକାଲି ସନ୍ଧ୍ୟାରେ ମଧୁସ୍ମିତାର ମୃତ ଦେହ ଶିଢ଼ି ପାହାଚ ତଳେ ପଡ଼ିଥିବା ବେଳେ ଏହା ହତ୍ୟା ନା ଆମହତ୍ୟା ତାହା ଏବେ ଲୋକଙ୍କ ମନରେ ଉଙ୍କି ମାରୁଛି । ଏ ନେଇ ଶ୍ୱଶୁର ଘର ପରିବାର ଲୋକେ ଛାତରୁ ପଡ଼ିଥିବା କହୁଥିବା ବେଳେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଥିବା କଥାକୁ ବାପଘରେ ଲୋକେ ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ଝିଅକୁ ମାରିଦେଇଥିବା ନେଇ ନୀଳଗିରି ଥାନାରେ ଅଭିଯୋଗ କରିବା ପରେ ମୃତକର ସ୍ୱାମୀ ପ୍ରଫୁଲ୍ଲକୁ ପୁଲିସ ଗିରଫ କରିଛି । ମୃତ୍ୟୁ ଘଟଣାରେ ସଂପୃକ୍ତି ଥିବା ପରିବାରର ସଦସ୍ୟମାନଙ୍କୁ ତୁରନ୍ତ ପୁଲିସ ଗିରଫ କରିବା ଓ ମୃତ ଶରୀରକୁ ଶ୍ୱଶୁର ଘର ଲୋକେ ନେଇ ଦାହ କରିବା ପ୍ରତିବାଦରେ ମିତ୍ରପୁର-ନୀଳଗିରି ରାସ୍ତାର ଥାନା ଛକରେ ରାସ୍ତା ଅବରୋଧ କରି ବସିଥିଲେ । ଆଇ.ଆଇ.ସି. ଗୋପାଳ କୃଷ୍ଣ କର୍ଣ୍ଣ ଉତ୍ୟକ୍ତ ଲୋକଙ୍କୁ ବୁଝାଇ ଥିଲେ । ମାତ୍ର ତୁରନ୍ତ ସେମାନଙ୍କୁ ଗିରଫ ଦାବିରେ ବାପାଘର ଲୋକେ ରାସ୍ତା ଅବରୋଧ କରିଥିଲେ । ଶେଷରେ କେଇଘଣ୍ଟା ପରେ ଆପେ ଆପେ ରାସ୍ତା ଅବରୋଧ ହଟେଇ ଦେଇଥିଲେ । ମୃତ ଶରୀର ପୁଲିସ ଶ୍ୱଶୁର ଘରର ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking