33.1 C
Bhubaneswar
Saturday, April 27, 2024
Homeଖେଳପୂର୍ବତନ ଅମ୍ପାୟାର୍ ରୁଡି କର୍ଟଜନ୍‌ଙ୍କ ପରଲୋକ

ପୂର୍ବତନ ଅମ୍ପାୟାର୍ ରୁଡି କର୍ଟଜନ୍‌ଙ୍କ ପରଲୋକ

ଜୋହାନ୍ସବର୍ଗ : ସାଉଥ୍ ଆଫ୍ରିକାର ପୂର୍ବତନ ଅନ୍ତର୍ଜାତୀୟ ଅମ୍ପାୟାର୍ ରୁଡି କର୍ଟଜନ୍‌ଙ୍କର ମଙ୍ଗଳବାର ଏକ କାର୍ ଦୁର୍ଘଟଣାରେ ପରଲୋକ ହୋଇଛି । ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ତାଙ୍କ ନିଧନରେ ଭାରତ ଏବଂ ବିଶ୍ୱର ମହାନ୍ କ୍ରିକେଟ୍ ହସ୍ତୀମାନେ ଶୋକବ୍ୟକ୍ତ କରିବା ସହ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି । ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍‌ଟେନ୍ ବୀରେନ୍ଦ୍ର ସେହ୍ୱାଗ ମଧ୍ୟ ତାଙ୍କ ନିଧନରେ ଟ୍ୱିଟ୍‌କରି ସମବେଦନା ଜଣାଇଛନ୍ତି । ରୁଡିଙ୍କ ପରିବାର ପତ୍ନୀ ଏବଂ ଚାରିଜଣ ସନ୍ତାନ ଅଛନ୍ତି । ରୁଡି କର୍ଟଜନ୍ ୧୯୯୦ ଦଶକରୁ ୨୦୧୦ ମଧ୍ୟରେ କ୍ରିକେଟ୍ ଦୁନିଆରେ ସବୁଠୁ ସମ୍ମାନିତ ଅମ୍ପାୟାର୍‌ଙ୍କ ମଧ୍ୟରେ ଜଣେ ଭାବେ ଗଣାଯାଉଥିଲେ । ସେ ପ୍ରାୟ ୪୦୦ ମ୍ୟାଚ୍‌ରେ ଅମ୍ପାୟରିଂ କରିଥିଲେ । ମଙ୍ଗଳବାର ସକାଳେ ରିଭରଡେଲ୍ ନିକଟରେ ମୁହାଁମୁହିଁ କାର୍ ଧକ୍କାରେ କର୍ଟଜନ୍ ଏବଂ ଅନ୍ୟ ଜିନିଜଣଙ୍କର ମୃତ୍ୟୁ ହୋଇଥିବା ଏଲ୍‌ଗୋଭା ଏଫ୍‌ଏମ୍ ନ୍ୟୁଜ୍ ରିପୋର୍ଟରୁ ଜଣାପଡ଼ିଥିଲା । କର୍ଟଜନ୍ ସପ୍ତାହାନ୍ତ ଗଲ୍‌ଫ ଖେଳିବା ପରେ କେପ୍‌ଟାଉନ୍‌ରୁ ନେଲ୍‌ସନ୍ ମାଣ୍ଡେଲା ବେ ବାସଭବନକୁ ଫେରିଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା ।

ପୂର୍ବତନ ଅମ୍ପାୟାର୍‌ଙ୍କ ପୁତ୍ର ଜୁନିୟର୍ ରୁଡି କର୍ଟଜନ୍‌ଙ୍କ ପିତାଙ୍କ ମୃତ୍ୟୁ ଖବର ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, କର୍ଟଜନ୍ କିଛି ବନ୍ଧୁଙ୍କ ସହ ଗଲଫ୍ ପ୍ରତିଯୋଗିତାରେ ଭାଗ ନେବାକୁ ଯାଇଥିଲେ ଏବଂ ସୋମବାର ଫେରିବାର ଥିଲା । ମାତ୍ର ସେ ଆଉ ଗୋଟିଏ ଦୁଇଟି ମ୍ୟାଚ୍ ଖେଳିବାକୁ ନିଷ୍ପତ୍ତି ନେଇ ସେଠାରେ ଅଟକି ଯାଇଥିଲେ । ୨୦୦୨ରେ ଆଇସିସି ଏଲିଟ୍ ପ୍ୟାନେଲ୍ ଅମ୍ପାୟାର୍ ଭାବେ ସାମିଲ ହୋଇ ଆଠବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସେ ନିଜ କାର୍ଯ୍ୟକାଳ ମଧ୍ୟରେ ୩୯୭ ମ୍ୟାଚ୍‌ରେ ଫିଲ୍ଡ ଅମ୍ପାୟାର୍ ଏବଂ ତୃତୀୟ ଅମ୍ପାୟାର୍ ଭୂମିକା ତୁଲାଇଥିଲେ । ସେ ୧୨୮ ଟେଷ୍ଟ, ରେକର୍ଡ ୨୫୦ ଦିନିକିଆ ଏବଂ ୧୯ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ପରିଚାଳନା କରିଥିଲେ । ଏହି ଅବସରରେ ସେ ବିବାଦରେ ମଧ୍ୟ ଛନ୍ଦି ହୋଇପଡ଼ିଥିଲେ । ନିୟମର ଭଲ ବ୍ୟାଖ୍ୟାକରି ସେ ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍‌କୁ କମ୍ ଆଲୋକ ସତ୍ତ୍ୱେ ଜାରି ରଖିଥିଲେ । ଏହାପରେ ଆଇସିସି ସାଉଥ୍ ଆଫ୍ରିକାରେ ଆୟୋଜିତ ଟି-୨୦ ବିଶ୍ୱକପ୍‌ର ଉଦ୍‌ଘାଟନୀ ସଂସ୍କରଣରେ ଅମ୍ପାୟାର୍ ରଖିନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking