40.1 C
Bhubaneswar
Thursday, April 25, 2024
Homeଖେଳଆଇସିସି ମହିଳା ଟି-୨୦ ର‌୍ୟାଙ୍କିଙ୍ଗ୍‌: କ୍ୟାରିୟର୍ ଶ୍ରେଷ୍ଠ ସ୍ଥାନରେ ରେଣୁକା ସିଂହ

ଆଇସିସି ମହିଳା ଟି-୨୦ ର‌୍ୟାଙ୍କିଙ୍ଗ୍‌: କ୍ୟାରିୟର୍ ଶ୍ରେଷ୍ଠ ସ୍ଥାନରେ ରେଣୁକା ସିଂହ

ଦୁବାଇ: ନିକଟରେ ଶେଷ ହୋଇଥିବା ବମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସର୍ବାଧିକ ୱିକେଟ୍ ଅକ୍ତିଆର କରିଥିବା ଭାରତୀୟ ପେସର୍ ରେଣୁକା ସିଂହ ମଙ୍ଗଳବାର ଆଇସିସି ପକ୍ଷରୁ ପ୍ରକାଶିତ ମହିଳା ଟି-୨୦ ର‌୍ୟାଙ୍କିଙ୍ଗ୍‌ରେ କ୍ୟାରିୟର୍ ଶ୍ରେଷ୍ଠ ୧୮ତମ ସ୍ଥାନରେ ପହଞ୍ଚିଛନ୍ତି । ବର୍ମିଂହାମ୍ କ୍ରୀଡ଼ାରେ ରେଣୁକା ୧୧ ୱିକେଟ୍ ହାସଲ କରିବା ଫଳରେ ର‌୍ୟାଙ୍କିଙ୍ଗ୍‌ରେ ୧୦ଟି ସ୍ଥାନର ଉନ୍ନତି ସହ ପ୍ରଥମ ଥର ପାଇଁ ଶୀର୍ଷ ୨୦ରେ ପ୍ରବେଶ କରିଛନ୍ତି । ଏହି କ୍ରୀଡ଼ାରେ ଭାରତ ରୌପ୍ୟ ପଦକ ଜିତିଥିଲା । ମୋଟ ୧୪୬ ରନ୍ କରିଥିବା ଜେମିମା ରଡ୍ରିଗ୍ସ ସାତଟି ସ୍ଥାନର ସୁଧାର ସହ ୨୦୨୧ ଅକ୍ଟୋବର ପରେ ପୁନର୍ବାର ଶୀର୍ଷ ୧୦ ବ୍ୟାଟର୍‌ଙ୍କ ତାଲିକାରେ ପ୍ରବେଶ କରିଛନ୍ତି । ଚଳିତ ର‌୍ୟାଙ୍କିଙ୍ଗ୍‌ରେ ସେ ଦଶମ ସ୍ଥାନରେ ରହିଛନ୍ତି । ତେବେ ସ୍ମୃତି ମନ୍ଧାନା ଓ ଶେଫାଳୀ ବର୍ମାଙ୍କୁ ର‌୍ୟାଙ୍କିଙ୍ଗ୍‌ରେ କ୍ଷତି ହୋଇଛି ।

ମନ୍ଧାନା ଦୁଇଟି ସ୍ଥାନର କ୍ଷତି ସହ ଚତୁର୍ଥ ସ୍ଥାନକୁ ଏବଂ ଶେଫାଳୀ ଷଷ୍ଠକୁ ଖସି ଆସିଛନ୍ତି । ଭାରତୀୟ କ୍ୟାପ୍‌ଟେନ୍ ହରମନ୍‌ପ୍ରୀତ୍ କୌର୍ ଗୋଟିଏ ସ୍ଥାନର ଉନ୍ନତି ସହ ପଞ୍ଚଦଶ ସ୍ଥାନରେ ରହିଛନ୍ତି । ଦୀପ୍ତି ଶର୍ମା ଦୁଇଟି ସ୍ଥାନର ଉନ୍ନତି ସହ ବ୍ୟାଟିଂ ର‌୍ୟାଙ୍କିଙ୍ଗ୍‌ର ୩୬କୁ ଉଠିଛନ୍ତି। ବୋଲିଂରେ ମଧ୍ୟ ସେ ଗୋଟିଏ ସ୍ଥାନର ଉନ୍ନତି ସହ ଚତୁର୍ଥରେ ପହଞ୍ଚିଛନ୍ତି । ବାମହାତୀ ସ୍ପିନର୍ ରାଧା ଯାଦବ ଦୁଇଟି ସ୍ଥାନ ଉପରକୁ ଉଠି ବୋଲିଂ ର‌୍ୟାଙ୍କିଙ୍ଗ୍‌ର ୧୪ତମ ସ୍ଥାନରେ ପହଞ୍ଚିଛନ୍ତି । ଏହି ସୂଚୀର ଶୀର୍ଷରେ ଇଂଲଣ୍ଡର ସୋଫି ଏକ୍ଲୋଷ୍ଟନ୍ କାଏମ ରହିଛନ୍ତି । ବ୍ୟାଟିଂ ର‌୍ୟାଙ୍କିଙ୍ଗ୍‌ରେ ଅଷ୍ଟ୍ରେଲିଆ ଓପ୍ନର୍ ବେଥ୍ ମୁନୀ ନିଜ ଟିମ୍‌ର କ୍ୟାପ୍‌ଟେନ୍ ମେଗ୍ ଲେନିନ୍‌ଙ୍କୁ ପଛରେ ପକାଇ ଶୀର୍ଷସ୍ଥାନ ହାସଲ କରିଛନ୍ତି । ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ମୋଟ ୧୭୯ ରନ୍ କରିଥିଲେ, ଯାହା ମଧ୍ୟରେ ଭାରତ ବିପକ୍ଷ ଫାଇନାଲ୍‌ରେ ଅର୍ଦ୍ଧଶତକ ମଧ୍ୟ ସାମିଲ । ସେହିପରି ତାହିଲିୟା ମ୍ୟାକ୍‌ଗ୍ରାଥ୍ ସାତଟି ସ୍ଥାନର ଉନ୍ନତି ସହ ପଞ୍ଚମରେ ପହଞ୍ଚିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking