29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଭାରତ ଏବଂ ଆମେରିକା ମଧ୍ୟରେ ସ୍ୱାକ୍ଷରିତ ହେଲା ୩୦୦ କୋଟି ଡଲାର ମୂଲ୍ୟର ପ୍ରତିରକ୍ଷା ଚୁକ୍ତି

ଭାରତ ଏବଂ ଆମେରିକା ମଧ୍ୟରେ ସ୍ୱାକ୍ଷରିତ ହେଲା ୩୦୦ କୋଟି ଡଲାର ମୂଲ୍ୟର ପ୍ରତିରକ୍ଷା ଚୁକ୍ତି

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଆଜି ଦିଲ୍ଲୀର ହାଇଦ୍ରାବାଦ ହାଉସଠାରେ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ବୈଠକ ଶେଷ ହୋଇଛି । ଏଥିରେ ଆତଙ୍କବାଦ ଠାରୁ ଆରମ୍ଭ କରି ପ୍ରତିରକ୍ଷା ଓ ବାଣିଜ୍ୟିକ ସମ୍ପର୍କ ଉପରେ ବିସ୍ତୃତ ଆଲୋଚନା ହୋଇଛି । ଏହି ସମୟରେ ଉଭୟ ଦେଶ ପରସ୍ପର ସହ ୩୦୦ କୋଟି ଡଲାରର ପ୍ରତିରକ୍ଷା ଚୁକ୍ତି କରିଛନ୍ତି । ବୈଠକ ପରେ ଉଭୟ ରାଷ୍ଟ୍ରପତି ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦୀ ଏକ ମିଳିତ ସମ୍ବୋଧନରେ ଉପସ୍ଥିତ ସାମ୍ବାଦିକମାନଙ୍କୁ ଉଦ୍ବୋଧନ ଦେଇଛନ୍ତି ।

ଗତକାଲି ଟ୍ରମ୍ପ କହିଥିଲେ, ଆମେ ବର୍ତ୍ତମାନ ବିଶ୍ୱର ସବୁଠାରୁ ଅତ୍ୟାଧୁନିକ ବିମାନ, ହେଲିକପ୍ଟର, ମିସାଇଲ, ରକେଟ ଓ ଜାହାଜ ନିର୍ମାଣ କରିଛୁ । ଏଗୁଡ଼ିକୁ ଆମେ ଭାରତକୁ ବିକ୍ରି କରିବାକୁ ଚୁକ୍ତି କରିବୁ ।

ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ଏହି ଡିଲ୍ ସମ୍ପର୍କରେ ସୂଚନା ଦେଇଛନ୍ତି । ଆୟୋଜିତ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି, “ଆଜି ଆମେ ପରସ୍ପର ମଧ୍ୟରେ ପ୍ରତିରକ୍ଷା ବୁଝାମଣାକୁ ଅଧିକ ଦୃଢ଼ କରିଛୁ । ଆଜି ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ଚୁକ୍ତି ହୋଇଛି। ଭାରତ ସରକାର ଆମେରିକା ଠାରୁ ୩୦୦ କୋଟି ଡଲାରରୁ ଅଧିକ ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କିଣିବେ । ଏଥିରେ ଆପାଚେ ଓ ଏମଏଚ୍-୬୦ ରୋମିଓ ହେଲିକପ୍ଟର ରହିଛି । ଏହା ବିଶ୍ୱର ସବୁଠାରୁ ଅତ୍ୟାଧୁନିକ ହେଲିକପ୍ଟର । ଏହା ଆମର ଯୁଗ୍ମ ଡିଫେନ୍ସ କ୍ଷମତାକୁ ଅଧିକ ସୁଦୃଢ଼ କରିବ ।”

ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ଭାରତ ମାଟିରେ ଭାରତୀୟମାନେ ତାଙ୍କୁ ଯେପରି ଅଦ୍ଭୁତପୂର୍ବ ଭାବେ ସ୍ୱାଗତ କରିଛନ୍ତି ତାହା ଅବିସ୍ମରଣୀୟ । ଏଥିପାଇଁ ପ୍ରତ୍ୟେକ ଆମେରିକୀୟ ଗର୍ବିତ ହେବା ସହ ଭାରତ ଓ ଭାରତୀୟଙ୍କ ନିକଟରେ କୃତଜ୍ଞ। ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ଓ ବନ୍ଧୁତ୍ୱ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଆରମ୍ଭ ହୋଇଛି । ଏସଂପର୍କ ଆଗାମୀ ଦିନରେ ଆହୁରି ଆଗକୁ ବଢ଼ିବା ସମଗ୍ର ବିଶ୍ୱ ପାଇଁ ଏକ ଉଦାହାରଣ ସୃଷ୍ଟି କରିବ ।
କେବଳ ସାମରିକ ନୁହେଁ; ବାଣିଜ୍ୟିକ, ଆର୍ଥିକ, ଶକ୍ତି, ବିଶ୍ୱ ଯୋଗାଯୋଗ ଠାରୁ ଆରମ୍ଭ କରି ସାଂସ୍କୃତିକ ପର୍ଯ୍ୟୃନ୍ତ ସବୁ କ୍ଷେତ୍ରରେ ଉଭୟ ଦେଶ ଏବେ ମିଳିତ ଭାବେ କାର୍ଯ୍ୟ କରିବେ । ଭାରତକୁ ସାମରିକ ହେଲିକପ୍ଟର ବିକ୍ରୟ ନିମନ୍ତେ ଆଜି ଆମେରିକା ୩ ବିଲିୟନ ଡଲାରର ଏକ ଚୁକ୍ତି ସ୍ୱାକ୍ଷରିତ କରିଛି । ଏଣିକି ଆମେରିକା କେବଳ ମାତ୍ର ସାମରିକ ଯୁଦ୍ଧାସ୍ତ୍ର ଓ ସାଜସରଞ୍ଜାମ ଭାରତକୁ ବିକ୍ରୟ କରିବ ନାହିଁ ବରଂ ଏହାକୁ ନିର୍ମାଣ କରିବାର ଜ୍ଞାନ କୌଶଳ ମଧ୍ୟ ଦେବ । ଶକ୍ତି କ୍ଷେତ୍ରରେ ଭାରତର ସମସ୍ତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମେରିକା ପ୍ରତିଶ୍ରୁତିବଦ୍ଧ। ଭାରତୀୟ ମହିଳା ଶିଳ୍ପଦ୍ୟୋଗୀ ଓ ଭାରତୀୟ ମହିଳାମାନଙ୍କର ଶକକ୍ତିକରଣ ଦିଗରେ ଆମେରିକା ଭାରତକୁ ସବୁମତେ ସାହାଯ୍ୟ ସହଯୋଗ କରିବ ବୋଲି କହିବା ସହ ଏବେ ବିଶ୍ୱରୁ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଏବେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଏହି ଅବସରରେ କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଭଳି ପ୍ରତିରକ୍ଷା ଚୁକ୍ତି ଦ୍ୱାରା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ସୁଦୃଢ଼ ହୋଇପାରିବ ବୋଲି କହିଛନ୍ତି । ଆମେରିକା ସହ ହୋଇଥିବା ପ୍ରତିରକ୍ଷା ଚୁକ୍ତି ଅନୁଯାୟୀ ଭାରତ ସରକାର ୱାଶିଂଟନଠାରୁ ୨୬୦ କୋଟି ଡଲାର ବିନିମୟରେ ୨୪ଟି ଏମଏଚ୍ ୬୦ ରୋମିଓ ହେଲିକପ୍ଟର ଆଣିବେ । ଏହା ଭାରତୀୟ ନୌସେନା ବ୍ୟବହାର କରିବ । ସେହିପରି ପ୍ରାୟ ୮୦୦ ନିୟୁତରୁ ଅଧିକ ଡଲାର ଦେଇ ଭାରତ ସରକାର ଆମେରିକା ଠାରୁ ସ୍ଥଳସେନା ପାଇଁ ୬ଟି ଏଏଚ୍-୬୪ ଇ ଆପାଚେ ହେଲିକପ୍ଟର ଆଣିବେ ।

ଏଥିସହ ବଡ଼ଧରଣର ବାଣିଜ୍ୟ ଚୁକ୍ତି ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ । ହେଲେ ଆଜି କୌଣସି ପ୍ରକାରର ବାଣିଜ୍ୟ ଚୁକ୍ତି ଉଭୟ ଦେଶ ମଧ୍ୟରେ ହୋଇନାହିଁ । ଟ୍ରେଡ୍ ଡିଲ୍ ପାଇଁ ଆଲୋଚନା ଜୋରଦାର ଓ ଠିକ୍ ମାର୍ଗରେ ଚାଲିଥିବା ଟ୍ରମ୍ପ ଆଜି ଯୁଗ୍ମ ସାମ୍ବାଦିକ ସମ୍ମିଳନୀ ସମୟରେ କହିଛନ୍ତି । ଏଥିସହ ଏବେ ଭାରତ ସହ ଯେମିତି ସୁସମ୍ପର୍କ ରହିଛି ପୂର୍ବରୁ କେବେ ବି ଏମିତି ହୋଇ ନଥିଲା ବୋଲି ଟ୍ରମ୍ପ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking