40.1 C
Bhubaneswar
Friday, May 3, 2024
Homeଓଡିଶା୬ଟି ରାଜ୍ୟର ୨୪ଟି ଜିଲ୍ଲାରେ ରହିଛି ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି

୬ଟି ରାଜ୍ୟର ୨୪ଟି ଜିଲ୍ଲାରେ ରହିଛି ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି

ଭୁବନେଶ୍ବର: ଶ୍ରୀଜଗନ୍ନାଥଙ୍କ ମାଲିକାନାରେ ଅଛି ହଜାର ହଜାର ଏକର ଜମି ।ଶ୍ରୀମନ୍ଦିର ପ୍ରଶାସନ ପାଖରେ ଏସବୁ ଜମିର ସତ୍ୱଲିପି ନାହିଁ । ଆଜି ଏ ନେଇ ବିଧାନସଭାରେ ଉଠିଛି ପ୍ରଶ୍ନ । ଆଇନମନ୍ତ୍ରୀ ପ୍ରତାପ ଜେନା ଦେଇଥିବା ତଥ୍ୟରେ ମହାପ୍ରଭୁ ଜଗନ୍ନାଥଙ୍କର ଚିହ୍ନଟ ହୋଇଥିବା ୬୦ ହଜାର ୪୨୬ ଏକର ଜମି ମଧ୍ୟରୁ ୨୫ ହଜାର ୬୨୩ ଏକର ଜମି ସତ୍ୱଲିପି ମନ୍ଦିର ପ୍ରଶାସନ ପାଖରେ ନାହିଁ ଅର୍ଥାତ ୩୪ ହଜାର ୮୦୩ ଏକର ଜମିର ସତ୍ୱଲିପି ମନ୍ଦିର ପ୍ରଶାସନ ପାଖରେ ଥିବା ଜଣାଯାଇଛି । ଅନ୍ୟ ସବୁ ଜମି ଏବେ ଜବରଦଖଲକାରୀଙ୍କ କବଜାରେ ଥିବା ସେ କହିଛନ୍ତି । ସେହିପରି ଜଗନ୍ନାଥଙ୍କର ସ୍ଥାୟୀ ଜମା ୫୫୨ କୋଟି ୪୩ ଲକ୍ଷ ଟଙ୍କା ଥିବା ସେ ଗୃହରେ ସୂଚନା ଦେଇଛନ୍ତି ।
ବିଧାୟକ ଗଣେଶ ରାମ ସିଂ ଖୁଂଟିଆଙ୍କ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି ଯେ, ଶ୍ରୀଜଗନ୍ନାଥଙ୍କ ସଂପତ୍ତି ଓଡିଶାର ୨୪ଟି ଜିଲ୍ଲାରେ ରହିଛି। ଏଯାବତ୍ ୬୦ ହଜାର ୪୨୭ ଏକର ଜମି ଚିହ୍ନଟ ହୋଇଥିବା ବେଳେ ଏଥିମଧ୍ୟରୁ ଅଦ୍ୟାବଧି ୩୪୮୦୩.୦୧୩ ପରିମିତ ଜମିର ଚୂଡାନ୍ତ ସ୍ୱତ୍ତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ରହିଛି । ତେବେ ବିନା କାଗଜପତ୍ରରେ ଶ୍ରୀଜଗନ୍ନାଥଙ୍କ ସଂପତ୍ତିକୁ ବେଆଇନ ଭାବେ ଅବରୋଧ କରିଥିବା ବ୍ୟକ୍ତିବିଶେଷଙ୍କୁ ସରଜମିନ ତଦନ୍ତ ପୂର୍ବକ ଚିହ୍ନଟ କରାଯାଇ ଉକ୍ତ ଅବରୋଧକୁ ଉଚ୍ଛେଦ କରାଯିବା ନିମନ୍ତେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୫ର ଧାରା ୧୬-ଏ(୧) ଅନୁଯାୟୀ ୮୬୪ଟି ବେଆଇନ ଅବରୋଧ ମୋକଦ୍ଦମା ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଦାଏର କରାଯାଇଛି । ୬ଟି ରାଜ୍ୟର ୨୪ଟି ରାଜ୍ୟରେ ରହିଛି। ପଶ୍ଚିମବଙ୍ଗ, ଆନ୍ଧ୍ର, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ବିହାର ଓ ଛତିଶଗଡ଼ ଆଦି ରାଜ୍ୟରେ ଶ୍ରୀଜଗନ୍ନାଥଙ୍କ ଜମି ରହିଛି ବୋଲି ଆଇନ ମନ୍ତ୍ରୀ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking