28.1 C
Bhubaneswar
Saturday, April 20, 2024
Homeଓଡିଶାରାଇସ୍‌ମିଲ୍‌ରେ ହାତ ହରାଇଥିବା ଚନ୍ଦନକୁ ମିଳିଲା ଆର୍ଥିକ ସହାୟତା

ରାଇସ୍‌ମିଲ୍‌ରେ ହାତ ହରାଇଥିବା ଚନ୍ଦନକୁ ମିଳିଲା ଆର୍ଥିକ ସହାୟତା

ଯାଜପୁର : ରାଇସ୍‌ମିଲ୍‌ରେ ଦୁର୍ଘଟଣାର ଶିକାର ହୋଇ ହାତ ହରାଇଥିବା ଚନ୍ଦନକୁ ଏବଂ ତା’ର ପରିବାର ବର୍ଗଙ୍କୁ ମିଳିଲା ୯ଲକ୍ଷ ୩୭ହଜାର ୮ଶହ ୩୮ଟଙ୍କା । ଯାଜପୁର ଜିଲ୍ଲା ପାଣିକୋଇଲି ଅଂଚଳରେ ଥିବା କୃପାଳୁ ରାଇସ୍‌ମିଲ୍‌ରେ କାର୍ଯ୍ୟକରୁଥିଲା । ତାର ଘର ପାଣିକୋଇଲି ଥାନା ଅନ୍ତର୍ଗତ ଶଙ୍ଖଚିଲା ମଠ ପାଟଣା ଗ୍ରାମର ରବିନ୍ଦ୍ର ସାହୁଙ୍କ ପୁଅ ଚନ୍ଦନ ସାହୁ ଗତ ୨୦୧୯ମସିହା ଏପ୍ରିଲ୍ ମାସ ୦୨ତାରିଖରେ ରାଇସ୍‌ମିଲ୍‌ରେ କାର୍ଯ୍ୟ କରୁଥିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ ।

ତାଙ୍କର ରାଇସ୍‌ମିଲ୍‌ରେ କାମକରିବାର କୌଣସି ଅଭିଜ୍ଞତା ନଥିବା ଏବଂ ସେଦିନ ସେ ପ୍ରଥମ କରି କାମରେ ଯୋଗ ଦେଇଥିବାରୁ ସେ କାମକରୁଥିବା ସମୟରେ ତାଙ୍କର ଡ଼ାହାଣ ହାତଟି ମେସିନ୍‌ରେ କଟି ଯାଇଥିଲା । ଦୁର୍ଘଟଣା ଘଟିବା ପରେ ଚନ୍ଦନକୁ କଟକ ଅଶ୍ୱିନୀ ହସ୍‌ପିଟାଲ୍‌ରେ ଏକ ମାସ ଧରି ମିଲ ତରଫରୁ ଚିକିତ୍ସା କରାଯାଇ ୧ ଲକ୍ଷ ୬୮ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିଲା ।

ଚନ୍ଦନ ମେଡ଼ିକାଲରୁ ଭଲ ହୋଇ ଆସିଥିଲେ ମଧ୍ୟ ହାତ ଗୋଟିଏ ନଥିବାରୁ ତାଙ୍କ ମନରେ ବିଭିନ୍ନ ପ୍ରକାର ଦୁଃଶ୍ଚିନ୍ତା ଆସୁଥିଲା । ରାଇସ୍‌ମିଲ୍‌ର ମାଲିକ ଓ ଚନ୍ଦନଙ୍କ ମଧ୍ୟରେ ବୁଝାମଣା ଅଭାବରୁ ରାଇସ୍‌ମିଲ୍‌ର ମାଲିକ ଗତ ୨୦ତାରିଖ ଦିନ କଂପାସସେସନ ଇସି ଆକ୍ଟ ୧୯୨୩ ନିୟମ ଧାରାରେ ରସିଦ୍ ନଂ ୬୪୮ରେ ୯,୩୭,୮୩୮ଟଙ୍କା ଶ୍ରମ ବିଭାଗ ଯାଜପୁରରେ ପୈଠ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking