29.1 C
Bhubaneswar
Saturday, April 27, 2024
Homeଓଡିଶାବାଙ୍ଗିରିପୋଷି ଷ୍ଟେସନରେ ଡିଏମୟୁ ଟ୍ରେନରେ ଅଗ୍ନିକାଣ୍ଡ

ବାଙ୍ଗିରିପୋଷି ଷ୍ଟେସନରେ ଡିଏମୟୁ ଟ୍ରେନରେ ଅଗ୍ନିକାଣ୍ଡ

ବାଙ୍ଗିରିପୋଷି: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଳ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଏହି ଅଗ୍ନିକାଣ୍ଡରେ କାହାରି କିଛି କ୍ଷୟକ୍ଷତି ହୋଇନାହିଁ। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି।
ସୂଚନା ଅନୁସାରେ, ବାଙ୍ଗିରିପୋଷି – ବାଲେଶ୍ୱର ଡିଏମୟୁ ଟ୍ରେନ ଅପରାହ୍ନ ୧.୦୫ ମିନିଟରେ ଆସି ଷ୍ଟେସନରେ ରହିଥିଲା। ଇଲେକ୍ଟ୍ରିକ୍ ସର୍ଟସର୍କିଟ ହେତୁ ବାଙ୍ଗିରିପୋଷି ଷ୍ଟେସନରେ ଠିଆ ହୋଇଥିବା ଟ୍ରେନ ଇଂଜିନରେ ନିଆଁ ଲାଗିଥିବା ସୂଚନା ରହିଛି । ପ୍ରଥମେ ଟ୍ରେନର ବ୍ୟାଟେରିରେ ନିଆଁ ଲାଗିବା ପରେ ଚାରିଆଡ଼କୁ ବ୍ୟାପିଥିଲା ବୋଲି ଜାଣିବାକୁ ମିଳିଛି। ଘଟଣାସ୍ଥଳରେ ରେଲ୍ ଇଞ୍ଜିନିୟରଙ୍କ ଏକ ଦଳ ପହଞ୍ଚିଛନ୍ତି। ପୁରୁଣା ଇଞ୍ଜିନର ରକ୍ଷଣାବେକ୍ଷଣା ଅଭାବ ହେତୁ ଏହି ଅଗ୍ନିକାଣ୍ଡ ଘଟିଥିବା ରେଳ କ୍ରିୟାନୁଷ୍ଠାନ କମିଟି ସମ୍ପାଦକ ଶାନ୍ତନୁ କୁମାର ଦାଶ କହିଛନ୍ତି।
ତେବେ ଏନେଇ ଦମକଳ ବାହିନୀକୁ ଖବର ଦେବା ପରେ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ତେବେ ଟ୍ରେନଟି ଚେକିଂ ପରେ ପୁଣି ବାଲେଶ୍ବର ଅଭିମୁଖେ ଯାତ୍ରା କରିବ ବୋଲି ସୂଚନା ରହଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking