31.1 C
Bhubaneswar
Friday, March 29, 2024
Homeଓଡିଶାବନ୍ଦ କାର୍‌ରେ ଛୁଆକୁ ଛାଡ଼ି ବାପାମା’ ପାର୍

ବନ୍ଦ କାର୍‌ରେ ଛୁଆକୁ ଛାଡ଼ି ବାପାମା’ ପାର୍

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଆଜି ଦେଖିବାକୁ ମିଳିଛି | ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି ମଧ୍ୟାହ୍ନ ସମୟରେ ଏକ ଦେଢ ବର୍ଷର ଛୁଆକୁ କାର୍‌ ଭିତରେ ଛାଡ଼ି ଦେଇ ବାପାମା’ କେଉଁଆଡ଼େ ଛୁ ହୋଇ ଯାଇଥିଲେ । ଏହାଦେଖି ସ୍ଥାନୀୟ ଲୋକେ ମୁମୂର୍ଷୁ ଅବସ୍ଥାରେ କାର୍‌ ଭିତରୁ ଶିଶୁ କନ୍ୟାକୁ ଉଦ୍ଧାର କରି ଛୁଆଟିକୁ ଗୁରୁତର ଅବସ୍ଥାରେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ହେଲେ କିଛି ସମୟ ପରେ ଛୁଆର ବାପାମା’ ଫେରି ସେମାନଙ୍କ ଛୁଆ ସେମାନଙ୍କ ଦାୟିତ୍ୱ ବୋଲି କହିଛନ୍ତି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ତେବେ ଏଠାରେ ସୂଚନାଯୋଗ୍ୟ ଯେ , ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି ଏକ ଧଳା କାର୍‌ ରହିଥିଲା । ଉକ୍ତ କାର୍‌ ଭିତରେ ଏକ ଦେଢ ବର୍ଷର ଶିଶୁ କନ୍ୟା ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ବନ୍ଦ ରହିଥିଲା। ହେଲେ କାର୍‌ ନିକଟକୁ କେହି ନ ଆସିବାରୁ ସ୍ଥାନୀୟ ଲୋକଙ୍କର ସନ୍ଦେହ ହେଲା। ସେମାନେ କାର୍‌ର କାଚ ଭାଙ୍ଗି ଶିଶୁ କନ୍ୟାଟିକୁ ଉଦ୍ଧାର କରିଥିଲେ। ସେତେବେଳକୁ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ସଙ୍ଗେ ସଙ୍ଗେ ତାକୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ କିଛି ସମୟ ପରେ ଏକ ଦମ୍ପତ୍ତି ସେଠାରେ ପହଞ୍ଚି ଶିଶୁଟି ସେମାନଙ୍କର ବୋଲି ଦାବି କରିଥିଲେ । ସେମାନଙ୍କ ଘର ଢେଙ୍କନାଳ ସହର ଆନନ୍ଦ ନଗରଠାରେ ବୋଲି ସୂଚନା ମିଳିଛି । ଏ ସମ୍ପର୍କରେ ଉଦ୍ଧାର ଶିଶୁର ବାପା କହିଛନ୍ତି, “ମୋ ଛୁଆ ମୋ ଦାୟିତ୍ୱ। ଛୁଆର ଫିଡ୍ସ ଥିବାରୁ ଆମେ ତାକୁ ଗହଳିକୁ ନେଲୁନି । ମୋର ଇସିଜି ହେଉଥିଲା । ତେଣୁ ଆମେ ୧୧ଟା ୧୫ରେ ଛୁଆକୁ ଛାଡ଼ି ମେଡିକାଲ ଭିତରକୁ ଯାଇଥିଲୁ ।”

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking