28.1 C
Bhubaneswar
Saturday, April 27, 2024
Homeଓଡିଶାକଂଗ୍ରେସର ଜିଲ୍ଲା ସଭାପତି ନିଯୁକ୍ତ

କଂଗ୍ରେସର ଜିଲ୍ଲା ସଭାପତି ନିଯୁକ୍ତ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ର ୩୩ଟି ସାଙ୍ଗଠନିକ ଜିଲ୍ଲା ଲାଗି ସଭାପତି ନିଯୁକ୍ତ ହୋଇଛନ୍ତି । ଗଞ୍ଜାମ ପାଇଁ ରମେଶ ଜେନାଙ୍କୁ ଦାୟିତ୍ୱ ମିଳିଥିବା ବେଳେ ଖୋର୍ଦ୍ଧା ପାଇଁ ସୁରେଶ ରାଉତରାୟଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ରାଉରକେଲା ପାଇଁ ଜର୍ଜ ତିର୍କୀ, ଢେଙ୍କାନାଳ ପାଇଁ ସରୋଜ ପଟ୍ଟନାୟକ, କେନ୍ଦ୍ରାପଡା ପାଇଁ ଅଂଶୁମାନ ମହାନ୍ତି, ଭୁବନେଶ୍ୱର ପାଇଁ ବିଶ୍ୱଜିତ ଦାସ, ବାଲେଶ୍ୱର ପାଇଁ ସଞ୍ଜୀବ ଗିରି, କୋରାପୁଟ ପାଇଁ ମୀନାକ୍ଷୀ ବାହିନୀପତିଙ୍କୁ ଦାୟିତ୍ୱ ଦିଆଯାଇଛି ।

ଏହା ସହ ଅନୁଗୁଳ ପାଇଁ ବିପ୍ଳବ ଜେନା, ବଲାଙ୍ଗିର ପାଇଁ ଦିଲ୍ଲୀପ ବେହେରା, ବରଗଡ ପାଇଁ ନିହାର ମହାନନ୍ଦ, ଭଦ୍ରକ ପାଇଁ ସୁବ୍ରତ ଦାସ, ବୌଦ୍ଧ ପାଇଁ ନବକିଶୋର ମିଶ୍ର, କଟକ ପାଇଁ ମାନସ ଚୌଧୁରୀ, କଟକ ସିଟି ପାଇଁ ଗିରିବାଳା ବେହେରା ,ଦେବଗଡ ପାଇଁ ଉମା ଶଙ୍କର ସାହୁ , ଗଜପତି ପାଇଁ ଦାଶରଥି ଗମାଙ୍ଗୋ , ଜଗତସିଂହପୁର ପାଇଁ ନଟବର ବାରିକ , ଯାଜପୁର ପାଇଁ ମନୋଜ ରାଉତ, ଝାରସୁଗୁଡ଼ା ପାଇଁ ଭରତ ଅୱସ୍ତି, କନ୍ଧମାଳ ପାଇଁ ଅନାମ ନାୟକ, କେନ୍ଦ୍ରାପଡ଼ା ପାଇଁ ଅଶୁଂମାନ ମହାନ୍ତି, କେନ୍ଦୁଝର ପାଇଁ ମିନାକ୍ଷୀ ବାହିନୀପତି , ମୟୁରଭଞ୍ଜ ପାଇଁ ହେମନ୍ଦ ଦାସ, ମାଲକାନଗିରି ପାଇଁ ଗୋବିନ୍ଦ ପାତ୍ର, ନବରଙ୍ଗପୁର ପାଇଁ ମନୋରଞ୍ଜନ ତ୍ରିପାଠୀ, ନୟାଗଡ଼ ପାଇଁ ରଣଜିତ ଦାସ, ନୂଆପଡ଼ା ଘାସିରାମ ମାଝୀ, ପୁରୀ ଅଜିତ ମଙ୍ଗରାଜ, ରାୟଗଡ଼ା ଦୁର୍ଗା ପ୍ରସାଦ ପଣ୍ଡା, ସମ୍ବଲପୁର ପାଇଁ ଅଶ୍ୱିନୀ ଗୁରୁ , ସୁବର୍ଣ୍ଣପୁର ପାଇଁ ଗୌରୀଶ୍ୟାମ ପଣ୍ଡା, ସୁନ୍ଦରଗଡ଼ ପାଇଁ ବେଣୁମାଦବ ତ୍ରିପାଠୀ, କଳାହାଣ୍ଡି ପାଇଁ ଭରତ ଭୂଷଣ ବେମାଲ ନିଯୁକ୍ତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking