28.1 C
Bhubaneswar
Saturday, April 27, 2024
Homeକରୋନା ଓଡିଶାଟିକାକରଣ କେନ୍ଦ୍ରରେ ବିଶୃଙ୍ଖଳା

ଟିକାକରଣ କେନ୍ଦ୍ରରେ ବିଶୃଙ୍ଖଳା

ଆରଡି: ଭଦ୍ରକ ଜିଲ୍ଲା ଆରଡି ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ ଟିକାକରଣ ପ୍ରାରମ୍ଭରୁ ଦେଖାଦେଇଥିଲା ବିଶୃଙ୍ଖଳା । ଟିକାରକରଣ କେନ୍ଦ୍ରକୁ ଆସିଥିବା ଲୋକେ କହିଥିଲେ ଯେ ଆମ ପାଖରେ ସ୍ମାର୍ଟ ଫୋନ ନାହିଁ । ଖଟିଖିଆ ମୁଲିଆ ଶ୍ରେଣୀର ଲୋକ ଆମେ । ଅନଲାଇ କ’ଣ ଜାଣିନୁ । ଆମକୁ ଆଧାର କାର୍ଡ ଦେଖି ଟିକା ଦିଆଯାଉ । ଏପରି ସମସ୍ୟା ବାବଦରେ ଭଦ୍ରକ ଉପଜିଲାପାଳ ପିତାମ୍ବର ସାମଲଙ୍କୁ ପଚାରିବାରୁ ପ୍ରାଥମିକ ଅନଲାଇନରେ ଟିକା ନେବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦେଶ ରହିଛି । ଆଗାମୀ ଦିନରେ ସମସ୍ତ ବର୍ଗର ଲୋକମାନଙ୍କ ପାଇଁ ଆଧାର କାର୍ଡ ଅନୁଯାୟୀ ଟିକାକରଣ କାର୍ଯ୍ୟ କରାଯିବ ବୋଲି ପ୍ରକାଶ କରିଥିଲେ । ୧୮ ରୁ ୪୪ବର୍ଷର ଲୋକଙ୍କ ପାଇଁ ଟିକାକରଣ ନିମନ୍ତେ ଗତକାଲି ସନ୍ଧ୍ୟାରେ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଟୁଇଟ ମାଧ୍ୟମରେ ଜଣାଯାଇଥିଲା । ଏପରେକି ସ୍ଲଟବୁକିଂ କରିଥିବା ଲୋକଙ୍କୁ ଟିକା ଦେବା ପାଇଁ ମେଡିକାଲ କିର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଥିଲା । ହେଲେ କିଛିଦିନ ତଳେ କେତେକ ଲୋକଙ୍କୁ ଅଫଲାଇନରେ ଟିକା ଦିଆଯାଇଥିବାରୁ ଏପରି ଆଶା ନେଇ ଶତାଧିକ ଲୋକ କୋଭିଡ କଟକଣା ଉଲ୍ଲଙ୍ଘନ କରି ମେଡିକାଲ ଭିତରକୁ ଧଶେଇ ପଶିଥିଲେ । ଏପରି ଲୋକମାନଙ୍କର ହୋହାଲା ଓ ବିଶୃଙ୍ଖଳିତ ପାଇଁ ଦୀର୍ଘସମୟ ଧରି ଟିକାକରଣ କାର୍ଯ୍ୟକୁ ବନ୍ଦ ରଖିଥିଲେ ମେଡିକାଲ କର୍ତ୍ତୃପକ୍ଷ । ପୁଲିସର ହସ୍ତକ୍ଷପ ପରେ ପୁର୍ନବାର ଟିକାକରଣ କାର୍ଯ୍ୟ ଚାଲିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking