28.1 C
Bhubaneswar
Saturday, April 27, 2024
Homeଓଡିଶାଅଙ୍ଗନବାଡି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ

ଅଙ୍ଗନବାଡି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ

ନୟାଗଡ: ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ସମନିତ୍ୱ ଶିଶୁ ବିକାଶ ପ୍ରକଳ୍ପ କାର୍ଯାଳୟ। ଦେଖା ଦେଇଛି ବ୍ୟାପକ ଅବ୍ୟବସ୍ଥା। ଆସୁ ନାହାନ୍ତି ସିଡିପିଓ । ଅଫିସ ପଡିଛି ଖାଲି । ଏହା କୌଣସି ମନ ଗଢ଼ା ନୁହେଁ । ଭଲ ଭାବରେ ଏହି ଅଫିସକୁ ନଜର ପକାନ୍ତୁ । ଚେୟାର ପଡିଛି ଖାଲି । ଅଫିସର ମନ ହେଲେଆସନ୍ତି, ନଚେନ୍ତନାହିଁ । ଘଣ୍ଟା ଘଣ୍ଟା ଧରି ଅପେଖ୍ୟା କରି ନିରାଶ ହୋଇ ଫେରନ୍ତି ଅଙ୍ଗନବାଡି କର୍ମୀ । ଏଭଳି ଘଟଣା ବାରମ୍ବାର ଦେଖୀବାକୁ ମିଳୁଛି। ଏଠି ସରକାର କା ମାଲ ଦରିଆ ମେଡାଲ ନୀତି ରେଚାଲିଛି ଅଫିସି । ଫୋନ କଲେ ଫୋନ ଉଠାନ୍ତି ନାହିଁ ଅଧିକାରୀ କି ଅଙ୍ଗନବାଡ଼ି କର୍ମୀମାନଙ୍କ ଅଭିଯୋଗକୁ ଶୁଣୁ ନାହାନ୍ତି ଅଧିକାରୀ । ଫଳରେ ଅସନ୍ତୋଷ ଦେଖାଦେଇଛି ଅଙ୍ଗନବାଡି କର୍ମୀଙ୍କ ମନରେ। ଖଣ୍ଡପଡ଼ା ଅଞ୍ଚଳରେ ଥିବା 179ଅଙ୍ଗନବାଡି କେନ୍ଦ୍ରରେ ଅଧ୍ୟୟନ କରୁଥିବା କୋମଳ ମତି ପିଲାଙ୍କ ପାଇଁ ମହିଳା shg ମାଧ୍ୟମରେ ସିଲାଇ ପୋଷାକ ବଣ୍ଟନ ନିମନ୍ତେ ସିଡିପିଓଙ୍କ ଅଫିସ ପକ୍ଷରୁ ଦିଆଯାଇଥିଲା ବିଜ୍ଞାପନ ଏବଂ ଏଥିରେ ଥିଲା ପାଞ୍ଚଟି ନିୟମାବଳି । କିନ୍ତୁ ଏହି ନିୟମା ବଳିମଧ୍ୟରେ ରହିଛି ଜେଉଁ shg ଡ୍ରେସ ବଣ୍ଟନ ଦାଇତ୍ଵ ନେବେ ତାଙ୍କର ସିଲେଇରେ ଅଭିଜ୍ଞତା ଥିବା ସହ ସିଲେଇ ମେସିନ ଥିବା ଦରକାର। କିନ୍ତୁ, ଖଣ୍ଡପଡ଼ା ଅଂଚଳରେ ଥିବା ମହିଳା shg ଜେଉମାନେ ପୋଷାକ ବଣ୍ଟନ ଦାଇତ୍ଵ ନେଇଛନ୍ତି, କାହାର ସିଲେଇ ମେସିନ ନଥିବା ବେଳେ, ଅତ୍ତି ନିମ୍ନ ମାନର କିଣା ପୋଷାକକୁ ପିଲାଙ୍କ ମାପ ନ ନେଇ ତରବରିଆ ଭାବେ ବଣ୍ଟନ କରଛନ୍ତି shg। ଏହି ପୋଷାକ ବଣ୍ଟନ ସିଲାଇକରି ଦେବାର ନିୟମ ଥିବା ବେଳେ କିଣା ପୋଷାକ ଦେବାର ନିୟମ ନାହିଁ। ତେବେଏହି ପୋଷାକ ପ୍ରକୃତରେ ଠିକ କି ନାହିଁ ଏହା ମଧ୍ୟ ଯାଞ୍ଚ କରିନାହାନ୍ତି ସିଡିପିଓ । କୌଣସି ଯାଞ୍ଚ ନକରି ପାଞ୍ଚଟି ନିୟମା ବଳିକୁ ଉଲଂଘନ କରି କଣ ଉଦେଶ୍ୟ ରଖି shg ଙ୍କୁ ଦେଇଛନ୍ତି ପୋଷାକ ବଣ୍ଟନ ଦାୟୁତ।,ରାଧେ ରାଧେ ନ୍ୟାୟ ରେ,ନିମ୍ନ ମାନର ପୋଷାକ ବଣ୍ଟନ ହୋଇ ନାହିଁତ । ଏହିପରି ଅଙ୍ଗନବାଡି କର୍ମୀ ମାନେ ରାସନ କାର୍ଡ ସର୍ଭେ ଦୀର୍ଘ ଦୁଇ ବର୍ଷ ହେଲା କରି ଥିଲେ ମଧ୍ୟ ପ୍ରାପ୍ୟ ମିଳିନଥିବା ଏବଂ ଦରମା କଥା ପଚାରିଲେ ଆଲଟମେଣ୍ଟ ନଥିବା କହି କର୍ମୀମାନଙ୍କୁ ହନ୍ତସନ୍ତ କରୁଛନ୍ତି cdpo। କେନ୍ଦ୍ରକୁ ଯୋଗାଇ ଦିଆ ଯାଉ ଥିବା ଚାଉଳ ରେମଧ୍ୟ ବ୍ୟପକ ଅବ୍ୟବସ୍ଥା କରାଯାଉଛି,50 କିଲେ ବସ୍ତାରେ 40 କିଲେଚାଉଳ ରହୁଛି। ଅଭିଯୋଗ ହେଉଛି, ଶୁଣୁନାହାନ୍ତି ଅଧିକାରୀ। ସୁପର ଭାଇଜର ମାନେଦୀର୍ଘ ବର୍ଷ ଧରି ରହିଥିବାରୁ କର୍ମୀଙ୍କ କାର୍ଯ୍ୟରେ ଅବ୍ୟବସ୍ଥା ସୃଷ୍ଟି କରୁଛନ୍ତି । ଏହି ସୁପ୍ରରଭାଇଜରମାନଙ୍କୁ ବଦଳି କରାଯିବାକୁ ଦାବି ସହନିମ୍ନ ମାନର ପୋଷାକ ବଣ୍ଟନ ବନ୍ଦ ସହ ବଣ୍ଟନ ହୋଇଥିବା ପୋଷାକକୁ ଫେରସ୍ଥ ନିମନ୍ତେ ଏବଂ ଅନ୍ୟାନ୍ୟ ଦାବିନେଇ cdpo ଙ୍କ ଜରିଆରେ ନୟାଗଡ ଜିଲାପାଳ, ଉପଜିଲାପାଳ ଜିଲା ସମାଜ ମଙ୍ଗଳ ଅଧିକାରୀ ଏବଂ ମହିଳା ଓ ସିସୁ ବିକାଶସଚିବଙ୍କୁ ଲିଖିତ ଭାବେ ପ୍ରଦାନ କରିଛନ୍ତି । ଦାବି ପୂରଣ ନହେଲେ, ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରିବାକୁ ସଙ୍ଘ କହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking