28.1 C
Bhubaneswar
Friday, March 29, 2024
Homeଓଡିଶା"ସମସ୍ୟା ମଧ୍ୟରେ ଘେରି ରହିଛନ୍ତି ତାରା" ପ୍ରଶାସନିକ ଅଧିକାରୀ ଆଖି ବୁଜି ରହିଛନ୍ତି"

“ସମସ୍ୟା ମଧ୍ୟରେ ଘେରି ରହିଛନ୍ତି ତାରା” ପ୍ରଶାସନିକ ଅଧିକାରୀ ଆଖି ବୁଜି ରହିଛନ୍ତି”

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଲୁଗେଲ ପଂଚାୟତ ଅନ୍ତର୍ଗତ ଏମ ଭି ୮୦ ଗ୍ରାମର ତାରା ରାଓ। ବୟସର ଅପରାହ୍ଣରେ ପହଁଞ୍ଚିବା ସହ ଜୀବନ ଯନ୍ତ୍ରଣା ତାରାଙ୍କୁ ଅସହାୟ କରିପକାଇଛି। ପ୍ରାୟ ୧୦ ବର୍ଷ ପୂର୍ବେ ଦୁର୍ଘଟଣାରେ ନିଜର ଡାହାଣ ହାତ ହରାଇବା ପରେ ୩ ପିଲାଙ୍କ ସହ ଅତ୍ୟନ୍ତ ଦୟନୀୟ ଭାବେ ଜୀବନ କାଟୁଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ପ୍ରାୟ ଦଶ ବର୍ଷ ପୂର୍ବେ ତାରା ରାଓ ଦାଦନ ଖଟିବାକୁ ଆନ୍ଧ୍ର ପ୍ରଦେଶ ଯାଇଥିବା ବେଳେ ଏକ ଘରେଇ ମାଲିକଙ୍କ ଠାରେ ସେଣ୍ଟ୍ରିଙ୍ଗ କାମ କରୁଥିଲେ।କାମ ସାରି ଘରକୁ ଫେରିବା ସମୟରେ ଟ୍ରାକ୍ଟର ଟି ଭାରସାମ୍ୟ ହରାଇ ପାଲଟି ହୋଇଯାଇଥିଲା।ଯାହା ଫଳରେ ତାଙ୍କର ଡାହାଣ ହାତରେ ଗଭୀର ଆଘାତ ଲାଗି ସଂକ୍ରମଣ ହେବାକୁ ଲାଗିଲା। ଏହାପରେ ସେଠାରେ ତାଙ୍କ ଚିକିତ୍ସା ବେଳେ ଜୀବନ ବଞ୍ଚାଇବାକୁ ଡାହାଣ ହାତକୁ କାଟିବାକୁ ପଡିଥିଲା। ଏହାପରେ ତାରା ଙ୍କ ଜୀବନ ଯେପରି ସମ୍ପୂର୍ଣ୍ଣ ବଦଳିଯାଇଥିଲା, ଗୋଟିଏ ହାତରେ ପୁରା ପରିବାର ବୋଝ ସମ୍ଭାଳିବା ସହ ପିଲାଛୁଆ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ। ନିଜେ ଅସହାୟ ହୋଇ ମଧ୍ଯ କେବେ କାହା ଆଗରେ ହାତ ନପତାଇ ନିଜ ପରିବାରକୁ ଆଗକୁ ନେବା ସହ ସ୍ଥାନୀୟ ଅଞ୍ଚଳ ପାଇଁ ଉଦାହରଣ ପାଲଟିଛନ୍ତି । ନିଜ ଗୋଟିଏ ହାତରେ ପଥର ବାଡ଼େଇବା ସହ ନାନା କଷ୍ଟ କରି ନିଜ ପରିବାରର ଭରଣପୋଷଣ କରୁଛନ୍ତି। ଏଥିସହ ହାତ କଟା ଯାଇଥିବାରୁ ତାରା ଙ୍କ ଆଧାର କାର୍ଡ ହୋଇ ପାରୁ ନଥିବା ଯୋଗୁଁ ସମସ୍ତ ପ୍ରକାର ସରକାରୀ ସୁବିଧାରୁ ବଂଚିତ ହୋଇ ରହିଛନ୍ତି । ଅନ୍ୟପଟେ ଦୁଇ ପୁଅ ସନ୍ତୋଷ ରାଓ, ନରେଶ ରାଓ, ଓ ଝିଅ ଚନ୍ଦ୍ରିକା ରାଓ ବର୍ତ୍ତମାନ ନାବାଳକ ଥିବାରୁ କୌଣସି କାମ କରିପାରୁ ନାହାନ୍ତି। ଏନେଇ କାଲିମେଳା ବିଡିଓ ଙ୍କୁ ପଚାରିବାରୁ ତୁରନ୍ତ ତାରା ର ଆଧାର କାର୍ଡ ବନା ଯିବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ସରକାରଙ୍କ ପକ୍ଷରୁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଗଣ୍ଡା ଗଣ୍ଡା ଯୋଜନା କରାଯାଇଥିଲେ ମଧ୍ୟ ତାରା ଙ୍କ ଭଳି ଅସହାୟଙ୍କ ପାଖରେ କେବେ ପହଁଞ୍ଚିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ତାରାଙ୍କ ଆଧାର କାର୍ଡ ତିଆରି ସହ ତୁରନ୍ତ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବାକୁ ସାଧାରଣରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking