32.1 C
Bhubaneswar
Thursday, March 28, 2024
Homeଓଡିଶାଅବ୍ୟବସ୍ଥା ଘେରରେ ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ

ଅବ୍ୟବସ୍ଥା ଘେରରେ ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ଉଚ୍ଚଶିକ୍ଷା ପାଇଁ ବ୍ରହ୍ମପୁର ଖଲିକୋଟ କଲେଜ ପରେ ଛାତ୍ର ଛାତ୍ରୀଙ୍କ ଦ୍ୱତୀୟ ପସନ୍ଦ ହେଉଛି ମୁଖ୍ୟମନ୍ତ୍ରୀ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ । କିନ୍ତୁ ଏହି ମହାବିଦ୍ୟାଳୟ ଏବେ ଅବ୍ୟବସ୍ଥା ଘେରରେ ରହିଛି ।ଏହି ମହାବିଦ୍ୟାଳୟକୁ 2014 ମସିହା ରେ ସ୍ୱୟଂଶାସିତ ମାନ୍ୟତା ଲାଭ କରିଥିଲା । କିନ୍ତୁ କ୍ଷୋଭର ବିଷୟ କରୋନା ମହାମାରୀ ସମସ୍ତଙ୍କ ଆର୍ଥିକ ବ୍ୟବସ୍ଥାକୁ ଭାଙ୍ଗିଥିବା ବେଳେ ଏହି ସମୟରେ ଛାତ୍ର ଛାତ୍ରୀଙ୍କ ଆଡ଼ମିସନ ଫିସ ବୃଦ୍ଧି କରାଯାଇଛି । ଯାହା ଫଳରେ ଆଜି କିଛି ଛାତ୍ରଛାତ୍ରୀ ଆଡ଼ମିସନ ଫିସ କମ କରିବାକୁ କଲେଜ ଅଧକ୍ଷଙ୍କୁ ଲିଖିତ ଆକାରରେ ଦେଇ ହାତ ଯୋଡି ନିଜର ଦୁଃଖକୁ ପ୍ରକାଶ କରିଥିଲେ ଏବଂ ଏହି ଆଡ଼ମିସନ ଫିସ ନ କମିଲେ ଆଗାମୀ ଦିନ ରେ କଲେଜ ସାମ୍ନା ରେ ଧାରଣା ଦେବେ ଶହ ସହର ରାଲି କରିବେ ବୋଲି କହିଛନ୍ତି । ସେପଟେ ହିଞ୍ଜିଳିକାଟୁ ମହାବିଦ୍ୟାଳୟ ଏବେ ବ୍ୟବସ୍ଥା ଦେଇ ଗତି କରୁଛି । ଗତକାଲି ମହାବିଦ୍ୟାଳୟର କମ୍ପୁଟର ଲାଇବ୍ରୋଟୋରି ଛାତରୁ ପଲସ୍ତରା ଖସିବା ଫଳରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ଉପରେ ଉଠିଛି ପ୍ରଶ୍ନବାଚୀ । ଏବେ ଏହି ମହାବିଦ୍ୟାଳୟର ବହୁ ଶ୍ରେଣୀ ଗୃହ ଏବେ ବିପଦ ପୂର୍ଣ୍ଣ ଅବସ୍ଥାରେ । ସେପଟେ ମହାବିଦ୍ୟାଳୟର ଖେଳ ପଢିଆ ଏବେ ମଦୁଆଙ୍କ ଆଡାସ୍ଥଳୀ ପାଲଟିଛି । ଏହି ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ରହିବା ପାଇଁ ହଷ୍ଟେଲ ଥିଲେ ମଧ୍ୟ ତାହା ଏବେ ଭୂତ କୋଠି ପାଲଟିଛି । ଏବେ ଦେଖିବାକୁ ବାକି ରହିଲା ମୁଖ୍ୟମନ୍ତ୍ରୀ ନିଜର ନିର୍ବାଚନ ମଣ୍ଡଳୀ ହିଂଜିଳିରେ କେବେ ଅବ୍ୟବସ୍ଥା ଘେରରୁ ମୁକୁଳାଇବେ ହିଞ୍ଜିଳିକାଟୁ ମହାବିଦ୍ୟାଳୟକୁ, କେଵେ ପିଲାଙ୍କ ମୁହଁରେ ହସ ଫୁଟିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking