35.1 C
Bhubaneswar
Friday, May 10, 2024
Homeବିଜିନେସ୍୭ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଡିଜନୀ

୭ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଡିଜନୀ

ବ୍ୟୁରୋ: ଘରୋଇ କମ୍ପାନୀର ଛଟେଇ ଅଭିଯାନରେ ଯୋଡି ହେବାକୁ ଯାଉଛି ମନୋରଞ୍ଜନ ଭିତ୍ତିକ ସଂସ୍ଥାନ ଡିଜନୀ । କମ୍ପାନୀ ଏକକାଳୀନ ୭ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ନେଇ ଘୋଷଣା କରିଛି । ଷ୍ଟ୍ରିମିଂ ସବ୍‌ସ୍କ୍ରାଇବର୍ ସଂଖ୍ୟା ହ୍ରାସ ପାଇବାରୁ ଡିଜନୀ ଏପରି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ସୂଚନା ଅନୁଯାୟୀ, କମ୍ପାନୀରେ ଖର୍ଚ୍ଚ ହ୍ରାସ ଏବଂ କାର୍ଯ୍ୟ ଢାଞ୍ଚାକୁ ପନଃ ସଂଗଠିତ କରିବା ପାଇଁ ଡିଜନୀ ୭,୦୦୦ କର୍ମଚାରୀଙ୍କ ଛଟେଇ କରିବାକୁ ଯୋଜନା କରୁଛି । ସମ୍ପ୍ରତି ତ୍ର-ୟମାସିକ ଇନକମ୍ ପରେ ଏହି ନିଷ୍ପତ୍ତି ଘୋଷଣା କରିଛି କମ୍ପାନୀ ।

ସମଗ୍ର ବିଶ୍ୱରେ କମ୍ପାନୀ ଅଧୀନରେ କାମ କରୁଥିବା ୩.୨ ପ୍ରତିଶତ କର୍ମଚାରୀ ଏହି ଛଟେଇରେ ପ୍ରଭାବିତ ହେବେ । ଗତ ନଭେମ୍ବରରେ କମ୍ପାନୀର ସିଇଓ ରବର୍ଟ ଇଗର୍ ପୂର୍ବତନ ସିଇଓ ବବ୍ ଚାପେକ୍‌ଙ୍କ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ଖର୍ଚ୍ଚ କାଟିବା ଏବଂ ଛଟେଇ କରିବା ପାଇଁ ଯୋଜନା ଆରମ୍ଭ କରିଥିଲେ । ସେ କହିଛନ୍ତି ଯେ, ବର୍ତ୍ତମାନ ବିଶ୍ୱରେ ଡିଜନୀରେ ପ୍ରାୟ ୨.୨ ଲକ୍ଷ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ପ୍ରଭାବିତ କର୍ମଚାରୀଙ୍କୁ ରିଲିଫ ପ୍ୟାକେଜ ଦିଆଯିବ କି ନାହିଁ ତାହା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇନାହିଁ । ମୁଁ ଏହି ନିଷ୍ପତ୍ତିକୁ ହାଲୁକା ଭାବେ ଗ୍ରହଣ କରୁନାହିଁ । ବିଶ୍ୱବ୍ୟାପୀ ଆମର କର୍ମଚାରୀଙ୍କ ପ୍ରତିଭା ତଥା ଉତ୍ସର୍ଗୀକୃତ ସେବା ପାଇଁ ମୋର ବହୁତ ସମ୍ମାନ ଏବଂ ପ୍ରଶଂସା ରହିଛି ।” ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ କମ୍ପାନୀରେ ୫.୫ ବିଲିୟନ ଡ଼ଲାରର ସଞ୍ଚୟକୁ ଟାର୍ଗେଟ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking