28.1 C
Bhubaneswar
Tuesday, May 21, 2024
Homeଓଡିଶାବାପାଙ୍କ ପରେ ଆଖି ବୁଜିଲେ ମାଆ ଓ ଝିଅ; ମୃତ୍ୟୁ ସହ ଲଢୁଛି ପୁଅ

ବାପାଙ୍କ ପରେ ଆଖି ବୁଜିଲେ ମାଆ ଓ ଝିଅ; ମୃତ୍ୟୁ ସହ ଲଢୁଛି ପୁଅ

ବଲାଙ୍ଗୀର: ଭୟଙ୍କର ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣ ପ୍ରାଣ ହରାଇଛନ୍ତି । ଜଣକ ପରେ ଜଣେ ମୃତ୍ୟୁର କବଳରେ ଫସି ଯାଇଛନ୍ତି । ପ୍ରଥମେ ଦୁର୍ଘଟଣାସ୍ଥଳରେ ବାପା ପ୍ରାଣ ହରାଇଥିବା ବେଳେ ମେଡିକାଲରେ ତାଙ୍କ ସ୍ତ୍ରୀ ଓ ଝିଅ ମଧ୍ୟ ଏବେ ମୃତ୍ୟୁବରଣ କରିଛନ୍ତି । ସେପଟେ କୁନିପୁଅ ଏବେ ବି ମେଡିକାଲରେ ମୃତ୍ୟୁ ସହ ଲଢେଇ କରୁଛି । ବଲାଙ୍ଗିର ଦେଓଗାଁ ରାସ୍ତାର ସିଂହଖମନ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି । ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ସ୍ତ୍ରୀ ଓ ୩ ବର୍ଷର ଝିଅଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ଆଜି ସିଂହଖମନ ନିକଟରେ ବାଇକକୁ ଧକ୍କା ଦେଇଥିଲା ବସ୍ । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତେବେ ଚିକିତ୍ସା ସମରେ ପତ୍ନୀ ଏବଂ ଝିଅଙ୍କର ମୃତ୍ୟୁ ହୋଇଥିବା ମେଡିକାଲ କର୍ତ୍ତୃପକ୍ଷ ତରଫରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking